ନୂଆଦିଲ୍ଲୀ:ବର୍ଷକୁ ବ୍ୟାଙ୍କରୁ 20 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଡିପୋଜିଟ କିମ୍ବା ଉଠାଣ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ବାଧ୍ୟତାମୂଳକ ହେଲା ପାନ୍ । ଚଳିତ ମାସ 26 ତାରିଖରୁ ଗୋଟିଏରୁ ଅଧିକ ବ୍ୟାଙ୍କ, ପୋଷ୍ଟ ଅଫିସ କିମ୍ବା ସମବାୟ ସମିତିରୁ ବର୍ଷକୁ 20 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ନେଣଦେଣ କରୁଥିଲେ ପାନ(Permanent Account Number) ନମ୍ବର ଉଲ୍ଲେଖ କରିବା ଅନିବାର୍ଯ୍ୟ ଅଟେ। କେନ୍ଦ୍ରୀୟ ପ୍ରତ୍ୟେକ୍ଷ ବୋର୍ଡ(CBDT) ପକ୍ଷରୁ ଏହି ନିୟମ ଲାଗୁ ହୋଇଛି ।
Income Tax rules: ବର୍ଷକୁ 20 ଲକ୍ଷକୁ ଅଧିକ ଜମା-ଉଠାଣ କରୁଥିଲେ ପାନ୍ ବାଧ୍ୟତାମୂଳକ - ପାନ୍ ବାଧ୍ୟତାମୂଳକ
CBDTର ନୂଆ ନିୟମ । ବର୍ଷକୁ ବ୍ୟାଙ୍କରୁ 20 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଡିପୋଜିଟ କିମ୍ବା ଉଠାଣ କରୁଥିଲେ ପାନ୍ ନମ୍ବର ଦେବା ବାଧ୍ୟତାମୂଳକ । ଅଧିକ ପଢନ୍ତୁ

ପୂର୍ବରୁ ଦିନକୁ 50 ହଜାରରୁ ଅଧିକ ଜମା କରୁଥିଲେ ପାନ ନମ୍ବର ଦେବା ବାଧ୍ୟତାମୂଳକ ଥିଲା । ନଗଦ(cash) ବ୍ୟବହାର ଜରିଆରେ ଟିକସ ଫାଙ୍କିବାକୁ ରୋକିବା ପାଇଁ CBDT ଆୟକର ନିୟମରେ ଏହି ସଂଶୋଧନ କରିଛି । ଯାହାଫଳରେ କ୍ୟାସ କାଉଣ୍ଟରରେ ଅଧିକ ରାଶି ଜମା ଓ ଉଠାଣ ସମୟରେ ପାନ ନମ୍ବର ଉଲ୍ଲେଖ ଅନିବାର୍ଯ୍ୟ ହୋଇଛି । କରେଣ୍ଟ ଆକାଉଣ୍ଟ(current account) ଖୋଲିବା ସମୟରେ ମଧ୍ୟ ସମାନ ନିୟମ ଲାଗୁ ହେବ । ମେ 26 ତାରିଖରୁ ଏହି ନିୟମ କାର୍ଯ୍ୟକାରୀ ହେବ ।
ଏନେଇ ସରକାର କହିଛନ୍ତି, ଏହି ନିୟମ ଦ୍ବାରା ଟ୍ରାଞ୍ଜାକ୍ସନ ସମୟରେ ନଗଦ ବ୍ୟବହାର ହ୍ରାସ ହେବ ଏବଂ ଡିଜିଟାଲ ଟ୍ରାଞ୍ଜାକ୍ସନକୁ ପ୍ରୋତ୍ସାହନ ମିଳିବ । ତେବେ ଏହି ନୂଆ ନିୟମ କିପରି କାର୍ଯ୍ୟକାରୀ ହେବେ ସେନେଇ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନଗୁଡିକ ସରକାରଙ୍କ ସ୍ପଷ୍ଟୀକରଣକୁ ଅପେକ୍ଷା କରିଛନ୍ତି ।