ଚେନ୍ନାଇ : ତାମିଲନାଡୁ ସରକାରଙ୍କ ଦ୍ବାରା ୨ ଦିନିଆ ତାମିଲନାଡୁ ଗ୍ଲୋବାଲ ଇନଭେଷ୍ଟର୍ସ ମିଟ୍ ଆଜିଠାରୁ ଆରମ୍ଭ ହୋଇଛି । ଏହି ସମ୍ମିଳନୀରେ ବିଭିନ୍ନ ବିଶ୍ବସ୍ତରୀୟ କମ୍ପାନୀମାନେ ଯୋଗ ଦେଇଛନ୍ତି । ଏହି କ୍ରମରେ ତାମିଲନାଡୁ ଗ୍ଲୋବାଲ ଇନଭେଷ୍ଟର୍ସ ମିଟରେ ଭାରତର ପ୍ରମୁଖ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ କହିଛନ୍ତି ଯେ ତାଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, କାନାଡାର ବ୍ରୁକଫିଲ୍ଡ ସହିତ ମିଳିତ ଭାବେ ଆସନ୍ତା ସପ୍ତାହରେ ଚେନ୍ନାଇରେ ଏକ ଡାଟା ସେଣ୍ଟର ଖୋଲିବ । ରିଲାଏନ୍ସ ଗତ ବର୍ଷ ଜୁଲାଇ ମାସରେ ଏକ ସଂଯୁକ୍ତ ଉଦ୍ୟମରେ ପ୍ରବେଶ କରିବା ପାଇଁ ପ୍ରାୟ ୩୭୮ କୋଟି ଟଙ୍କାର ନିବେଶ କରିଥିଲା । ଯେଉଁଥିରେ ବ୍ରୁକ ଫିଲ୍ଡ ଇନଫ୍ରାଷ୍ଟ୍ରକଚର ଓ ଆମେରିକା ସ୍ଥିତ ରିୟଲ୍ଟି ଏଷ୍ଟେଟ ନିବେଶ ଟ୍ରଷ୍ଟ ଡିଜିଟାଲ ରିୟଲ୍ଟି ପୂର୍ବରୁ ଭାଗୀଦାର ଅଛନ୍ତି । ତିନି ଜଣଙ୍କ ପାଖରେ ୩୩ ପ୍ରତିଶତ ଭାଗିଦାରିତା ରହିଛି ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି ଯେ ତାଙ୍କର ଗ୍ରୁପ ରିନ୍ୟୁଏବଲ୍ ଏନର୍ଜି ଓ ଗ୍ରୀନ ହାଇଡ୍ରୋଜେନ ସହିତ ରାଜ୍ୟରେ ଏକ ଡାଟା ସେଣ୍ଟର ପ୍ରତିଷ୍ଠା କରିବାରେ ମଧ୍ୟ ଅର୍ଥନିବେଶ କରୁଛି । ରିଲାଏନ୍ସ ଅତ୍ୟାଧୁନିକ ଡାଟା ସେଣ୍ଟର ସ୍ଥାପନ କରିବା ପାଇଁ କାନାଡାର ବ୍ରୁକ ଫିଲ୍ଡ ଏସେଟ ମ୍ୟାନେଜମେଣ୍ଟ ଓ ଆମେରିକା ସ୍ଥିତ ଡିଜିଟାଲ ରିୟାଲିଟିର ସହଭାଗିତାରେ ଏକ ଡାଟା ସେଣ୍ଟର ଖୋଲିବାକୁ ଯାଉଛି ।
ଏହା ମଧ୍ୟ ପଢନ୍ତୁ ...ଆର୍ଥିକ ବର୍ଷ 2023-24ରେ 7.3 ପ୍ରତିଶତ ବୃଦ୍ଧି ପାଇବ ଭାରତର ଜିଡିିପି