ଓଡିଶା

odisha

ETV Bharat / business

Asia's Richest Man: ଏସିଆର ଏକ ନମ୍ବର ଧନୀ ବ୍ୟକ୍ତି ହେଲେ ମୁକେଶ ଅମ୍ବାନୀ

ଫୋର୍ବସର ରିପୋର୍ଟ ଅନୁସାରେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହେଲେ ମୁକେଶ ଅମ୍ବାନୀ । ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୮୩.୪ ବିଲିୟନ ଡଲାର । ଅଧିକ ପଢନ୍ତୁ

Asia's Richest Man
Asia's Richest Man

By

Published : Apr 5, 2023, 10:56 AM IST

ନୂଆଦିଲ୍ଲୀ:ପୁଣିଥରେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହେଲେ ମୁକେଶ ଅମ୍ବାନୀ । ଗତକାଲି(ମଙ୍ଗଳବାର) ପ୍ରକାଶିତ ଫୋର୍ବସର ରିୟଲଟାଇମ୍‌ ବିତ୍ତଶାଳୀ ତାଲିକାରୁ ଏହି ସୂଚନା ମିଳିଛି । ଅନ୍ୟପଟେ ହିଣ୍ଡେନବର୍ଗ ମାମଲାରେ ଛନ୍ଦି ହୋଇ ତଳିତଳାନ୍ତ ହୋଇଥିବା ଗୌତମ ଆଦାନୀ ବର୍ତ୍ତମାନ ୨୪ତମ ସ୍ଥାନକୁ ଖସି ଆସିଛନ୍ତି । ପ୍ରକାଶଥାଉ କି, ଆଦାନୀ ୨୪ ଜାନୁଆରୀରେ ବିଶ୍ବର ଧନୀ ବ୍ୟକ୍ତି ସ୍ଥାନରେ ତୃତୀୟରେ ରହିଥିଲେ । ସେହି ସମୟରେ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧୨୬ ବିଲିୟନ ଡଲାର ରହିଥିଲା । ତେବେ ହିଣ୍ଡେନବର୍ଗର ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପରେ ତାଙ୍କ ସମ୍ପତ୍ତିର ମୂଲ୍ୟ ହ୍ରାସ ପାଇଛି ।

ଫୋର୍ବସ ପକ୍ଷରୁ ପ୍ରକାଶିତ ତାଲିକା ଅନୁସାରେ, "ଆଦାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୪୭.୨ ବିଲିୟନ ଡଲାର ରହିଛି । ମୁକେଶ ଅମ୍ବାନୀଙ୍କ ପରେ ସେ ଭାରତୟ ଦ୍ବିତୀୟ ଧନୀ ବ୍ୟକ୍ତି ସ୍ଥାନରେ ରହିଛନ୍ତି । ୬୫ ବର୍ଷୀୟ ରିଲାଏନ୍ସ ଇଣ୍ଡ୍ରଷ୍ଟିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ନିକଟରେ ୮୩.୪ ବିଲିୟନ ଡଲାରର ସମ୍ପତ୍ତି ରହିଛି । ଏହାସହ ସେ ଏସିଆର ସବୁଠାରୁ ଧନୀବ୍ୟକ୍ତି ହୋଇଛନ୍ତି । ଅନ୍ୟପଟେ ସେ ବିଶ୍ବର ଧନୀ ତାଲିକାରେ ୯ମ ସ୍ଥାନରେ ରହିଛନ୍ତି । ଗତବର୍ଷ ଅମ୍ବାନୀଙ୍କ ରିଲାଏନ୍ସ କମ୍ପାନୀ ୧୦୦ ବିଲିୟନ ଡଲାରରୁ ଅଧିକ ଆୟ କରିଥିଲା । ଫଳରେ ପ୍ରଥମ ଭାରତୀୟ କମ୍ପାନୀ ହୋଇପାରିଛି ।

ଏହା ମଧ୍ୟ ପଢନ୍ତୁ: Donald Trump Row: ଗିରଫ ପରେ ଟ୍ରମ୍ପଙ୍କୁ ଜାମିନ, କୋର୍ଟରେ କହିଲେ ମୁଁ ନିର୍ଦ୍ଦୋଷ

ଫୋର୍ବସର ରିପୋର୍ଟରେ ଏହା ଉଲ୍ଲେଖ ରହିଛି ଯେ, ବିଶ୍ବର ୨୫ ଜଣ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ହେଉଛି ୨୧୦୦ ବିଲିୟନ ଡଲାର । ୨୦୨୨ରେ ଏହି ସଂଖ୍ୟା ୨୩୦୦ ବିଲିୟନ ଡ଼ଲାର ଥିଲା | ରିପୋର୍ଟରେ କୁହାଯାଇଛି ଯେ ଗତବର୍ଷ ଦୁନିଆର ୨୫ ଜଣ ଧନୀଙ୍କ ଦୁଇ ତୃତୀୟାଂଶ ଧନ ହ୍ରାସ ପାଇଛି।

ଦେଶରେ ଧନୀ ବ୍ୟକ୍ତି ତାଲିକାରେ ମୁକେଶ ଅମ୍ବାନୀ ପ୍ରଥମ ସ୍ଥାନରେ ରହିଥିବା ବେଳେ ଗୌତମ ଆଦାନୀ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି ତୃତୀୟ ସ୍ଥାନରେ ଏଚସିଏଲର ଅଧ୍ୟକ୍ଷ ଶିବ ନାଦର, ଚତୁର୍ଥ ସ୍ଥାନରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ ସାଇରସ ପୁନଓ୍ବାଲା, ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ମିତ୍ତଲ ପଞ୍ଚମ ସ୍ଥାନରେ, ଷଷ୍ଠ ସ୍ଥାନରେ ସାବିତ୍ରୀ ଜିନ୍ଦଲ, ସନ୍ ଫାର୍ମାର ଦିଲୀପ ଶାଙ୍ଗଭି ସପ୍ତମ ସ୍ଥାନରେ ଏବଂ ଡିଏମାର୍ଟର ରାଧାକୃଷ୍ଣ ଦମନୀ ଅଷ୍ଟମ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details