ଓଡିଶା

odisha

ETV Bharat / business

Market capitalization: ଶ୍ରେଷ୍ଠ ୮କମ୍ପାନୀର ବଜାର ପୁଞ୍ଜିକରଣ ୧.୦୩ଲକ୍ଷ କୋଟିକୁ ହ୍ରାସ, ଅଧିକ କ୍ଷତି ସହିଲା ରିଲାଏନ୍ସ

ସେୟାର ବଜାର ଦୁର୍ବଳ ସ୍ଥିତିରେ ରହିଥିବା ବେଳେ ଶ୍ରେଷ୍ଠ ୧୦ କମ୍ପାନୀ ମଧ୍ୟରୁ ୮ଟି କମ୍ପାନୀର ବଜାର ପୁଞ୍ଜିକରଣ ୧.୦୩ଲକ୍ଷ କୋଟିକୁ ହ୍ରାସ । ସବୁଠୁ ଅଧିକ କ୍ଷତି ସହିଛି ଦାମୀ କମ୍ପାନୀ ରିଲାଏନ୍ସ । ଅଧିକ ପଢନ୍ତୁ

Market capitalization the top 10 Sensex companies
Market capitalization the top 10 Sensex companies

By

Published : Mar 12, 2023, 7:20 PM IST

ନୂଆଦିଲ୍ଲୀ: ଆର୍ଥିକ ଅନିଶ୍ଚିତତା ଦେଇ ଗତି କରୁଛି ସେୟାର ବଜାର । ବଜାର ଦୁର୍ବଳ ସ୍ଥିତିରେ ଥିବା ବେଳେ ଭାରତର ଦାମୀ କମ୍ପାନୀ ମଧ୍ୟ ପ୍ରଭାବିତ ହୋଇଛି । ଦେଶର ସର୍ବଶ୍ରେଷ୍ଠ ୧୦ କମ୍ପାନୀ ମଧ୍ୟରୁ ୮ଟି କମ୍ପାନୀର ମୋଟ ବଜାର ପୁଞ୍ଜିକରଣ ୧,୦୩,୭୩୨.୩୯ କୋଟି ଟଙ୍କା ହ୍ରାସ ପାଇଛି । ଫଳରେ ଅଧିକ କ୍ଷତି ସହିଛି ରିଲାଏନ୍ସ ଇଣ୍ଡଷ୍ଟ୍ରି ଓ ଆଇସିଆଇସିଆଇ ବ୍ୟାଙ୍କ । ଗତ ସପ୍ତାହରେ ବିଏସଇର ୩୦ ସେୟାର ବଜାର ପୁଞ୍ଜିକରଣ କ୍ରମାଗତ ୬୭୩.୮୪ ଅଙ୍କ ବା ୧.୧୨ ପ୍ରତିଶତକୁ ହ୍ରାସ ପାଇଥିଲା । ଭାରତୀୟ ଏୟାରଟେଲ ଓ ଆଇଟିସି ବ୍ୟତୀତ ଅନ୍ୟ ୮ କମ୍ପାନୀର ବଜାର ପୁଞ୍ଜିକରଣ ବିପୁଳ କ୍ଷତି ସହିଛି । ଏହି କମ୍ପାନୀ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରି ସବୁଠୁ ଅଧିକ କ୍ଷତି ସହିଛି ।

ରିଲାଏନ୍ସର ବଜାର ମୂଲ୍ୟ ୪୧,୮୭୮.୩୭ କୋଟି ଟଙ୍କା ହ୍ରାସ ପାଇ ଏବେ ୧୫,୭୧,୭୨୪.୨୬ କୋଟି ଟଙ୍କାରେ ପହଞ୍ଚିଛି । ସେହିପରି ICICI ବ୍ୟାଙ୍କ ବଜାର ସ୍ଥିତି ୧୮,୧୩୪.୭୩ କୋଟି ଟଙ୍କା ହ୍ରାସ ପାଇ ୫,୮୮,୩୭୯.୯୮ କୋଟି ଟଙ୍କା ରହିଛି । HDFC ବ୍ୟାଙ୍କର ବଜାର ପୁ଼ଞ୍ଜିକରଣ ୧୫,୦୦୭.୩୮ କୋଟି ଟଙ୍କା ହ୍ରାସ ପାଇ ୮,୮୬,୩୦୦.୨୦ କୋଟି ଟଙ୍କା ଓ ଭାରତୀୟ ଷ୍ଟେଟ ବ୍ୟାଙ୍କର ପୁଞ୍ଜିକରଣ ୧୨,୩୬୦.୫୯ କୋଟି ଟଙ୍କା ହ୍ରାସ ପାଇ ୪,୮୮,୩୯୯.୩୯ କୋଟି ଟଙ୍କାରେ ପହଞ୍ଚିଛି ।

ଏହା ବି ପଢନ୍ତୁ- Meta Layoffs: ପୁଣି ବଡ ଧରଣର ଛଟେଇ କରିପାରେ ମେଟା, ଶତାଧିକ କର୍ମଚାରୀ ହରାଇବେ ଚାକିରି

ସେହିପରି TCSର ମୂଲ୍ୟ ୪,୨୮୧.୦୯ କୋଟି ହ୍ରାସ ପାଇ ୧୨,୧୮,୮୪୮.୩୧ କୋଟିରେ ପହଞ୍ଚିଛି । ଇନଫୋସିସର ବଜାର ସ୍ଥିତି ୩,୫୫୫.୮୩ କୋଟି ଟଙ୍କା ହ୍ରାସ ପାଇ ୬,୧୯,୧୫୫.୯୭ କୋଟି ଏବଂ ହିନ୍ଦୁସ୍ତାନ ୟୁନିଲିଭର ୧,୬୨୧.୨୨ କୋଟି ଟଙ୍କା ହ୍ରାସ ପାଇ ୫,୭୮,୭୩୯.୫୭ କୋଟିରେ ପହଞ୍ଚିଛି । ଅନ୍ୟପଟେ ଭାରତ ଏୟାରଟେଲ ଲାଭଜନକ ରହିଥିବା ବେଳେ ଏହାର ବଜାର ପୁଞ୍ଜିକରଣ ୫,୦୭୧.୯୯ କୋଟି ଟଙ୍କା ବୃଦ୍ଧି ପାଇ ୪,୩୧,୨୩୦.୫୧ କୋଟିରେ ପହଞ୍ଚିଛି ।

ଆଇଟିସିର ବଜାର ମୂଲ୍ୟ ୪,୦୩୨.୨ କୋଟି ଟଙ୍କା ବୃଦ୍ଧି ପାଇ ୪,୮୧,୯୨୨.୩୩ କୋଟି ଟଙ୍କାରେ ପହଞ୍ଚିଛି । କ୍ଷତି ସହିବା ପରେ ମଧ୍ୟ ଶୀର୍ଷରେ ରହିଛି ଦେଶର ସବୁଠୁ ଦାମୀ କମ୍ପାନୀ ରିଲାଏନ୍ସ । ଏହା ପଛକୁ ଟିସିଏସ, ଏଚଡିଏଫସି ବ୍ୟାଙ୍କ, ଇନଫୋସିସ, ଆଇସିଆଇସିଆଇ ବ୍ୟାଙ୍କ, ହିନ୍ଦୁସ୍ତାନ ୟୁନିଲିଭର, ଏସବିଆଇ, ଆଇଟିସି, ଏଚଡିଏଫସି ଓ ଭାରତୀୟ ଏୟାରଟେଲ ଦାମୀ କମ୍ପାନୀ ତାଲିକାରେ ରହିଛି ।

ABOUT THE AUTHOR

...view details