ଓଡିଶା

odisha

ETV Bharat / business

ଟେସ୍‌ଲାକୁ ମିଳିବନି ଇଭି ଉପରେ ରିହାତି, କେନ୍ଦ୍ରର ସ୍ପଷ୍ଟୀକରଣ - ବ୍ଲୁମବର୍ଗର ରିପୋର୍ଟ

Major blow for Tesla: କାର ନିର୍ମାତା ଟେସଲାକୁ ମିଳିଛି ଶକ୍ତ ଝଟକା । ଇଲେକଟ୍ରିକ ବାହନର ଆମଦାନୀ ଉପରେ କୌଣସି ସବସିଡି କିମ୍ବା ରିହାତି ସମ୍ବନ୍ଧିତ ପ୍ରସ୍ତାବ ନଥିବା ନେଇ କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ । ଅଧିକ ପଢନ୍ତୁ

ଟେସଲାକୁ ମିଳିବନି ଇଭି ଉପରେ ରିହାତି
ଟେସଲାକୁ ମିଳିବନି ଇଭି ଉପରେ ରିହାତି

By ETV Bharat Odisha Team

Published : Dec 15, 2023, 6:41 AM IST

ନୂଆଦିଲ୍ଲୀ: ଟେକ୍ ବିଲେନିୟର ଏଲନ ମସ୍କଙ୍କ ବହୁ ପ୍ରତୀକ୍ଷିତ ଭାରତରେ ଟେସଲା ଆଣିବାର ଯୋଜନାକୁ ଭାରତ ସରକାରଙ୍କ ତରଫରୁ ମିଳିଛି ଶକ୍ତ ଝଟକା । ସଂସଦରେ କେନ୍ଦ୍ର ସରକାର ଏ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି । କେନ୍ଦ୍ର ସରକାର କହିଛନ୍ତି ଯେ ଦେଶରେ ଇଲେକ୍ଟ୍ରିକ୍‌ ବାହନର ଆମଦାନୀ ଉପରେ କୌଣସି ସବସିଡି କିମ୍ବା ରିହାତି ସମ୍ବନ୍ଧିତ ପ୍ରସ୍ତାବ ଉପରେ ବିଚାର କରୁନାହିଁ । ସରକାରଙ୍କ ପାଖରେ ଟେସଲା କିମ୍ବା ଅନ୍ୟ ବିଦେଶୀ କାର ନିର୍ମାତାଙ୍କୁ ସ୍ଥାନୀୟ ଭାଲ୍ୟୁ ଆଡିସନରେ କୌଣସି ପ୍ରକାର ରିହାତି ଦେବାର ପ୍ରସ୍ତାବ ରହିଛି କି ଏଭଳି ସଂସଦରେ ପାରିତ ହୋଇ ଥିବା ଏକ ପ୍ରଶ୍ନର ଲିଖିତ ଉତ୍ତରରେ ବାଣିଜ୍ୟ ଏବଂ ଉଦ୍ୟୋଗ ରାଜ୍ୟ ମନ୍ତ୍ରୀ ସୋମ ପ୍ରକାଶ ନିଜ ବିବୃତି ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଟେସଲାର ଇଭିକୁ ନେଇ ସୁପର ଅଫର, 6 ମାସ ଯାଏଁ ମାଗଣାରେ ସୁପର ଚାର୍ଜିଙ୍ଗ

କିଛିଦିନ ପୂର୍ବରୁ ବିଭିନ୍ନ ମିଡିଆ ରିପୋର୍ଟ ଅନୁସାରେ ଏଲନ ମସ୍କଙ୍କ ଟେସଲା ଏବଂ ଭାରତ ସରକାରଙ୍କ ମଧ୍ୟରେ ଦେଶରେ ସ୍ବଦେଶୀ ବିନିର୍ମାଣ ପାଇଁ ଇଲେକ୍ଟ୍ରିକ କାର ନିର୍ମାତା ମାନଙ୍କୁ ରିହାତିର ପ୍ରସ୍ତାବରେ ଏକ ମତ ଥିଲା । ଅର୍ଥନୈତିକ ମିଡିଆ ବ୍ଲୁମବର୍ଗର ରିପୋର୍ଟ ମୁତାବକ ଟେସଲା ଏବଂ ଭାରତ ସରକାରଙ୍କ ମଧ୍ୟରେ ଏକ ବର୍ଷ ଧରି ଏହି ପ୍ରକ୍ରିୟାକୁ ନେଇ ଗତିରୋଧ ଚାଲିଛି । ଇଭି ନିର୍ମାତା ଭାରତରେ ଅନ୍ୟ ଦେଶର ପ୍ଲାଣ୍ଟରୁ ନିର୍ମିତ ନିଜର କାରର ବିକ୍ରି ଦାମ କମ କରିବାକୁ ଚାହୁଁଥିବା ବେଳେ ମୋଦି ସରକାର ଟେସଲାକୁ ନିଜର ଇଲେକ୍ଟ୍ରିକ କାରର ନିର୍ମାଣ ଭାରତରେ ସ୍ଥାନୀୟ ସ୍ତରରେ ଆରମ୍ଭ କରିବାକୁ କହିଆସୁଥିଲେ ।

ଏହା ମଧ୍ୟ ପଢନ୍ତୁ ...ଇଭି ଟାରିଫ୍ କମେଇବାକୁ କେନ୍ଦ୍ର ସରକାରଙ୍କ ବିଚାର, ଟେସଲାକୁ ଟାର୍ଗେଟ

ଚଳିତ ବର୍ଷ ଜୁନ ମାସରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟେସଲା ମାଲିକ ଏଲନ ମସ୍କ ଆମେରିକାର ନ୍ୟୁୟର୍କରେ ଭେଟିଥିଲେ । ଏହି ବୈଠକ ପରେ ମସ୍କ କହିଥିଲେ କି ପ୍ରଧାନମନ୍ତ୍ରୀ ମୋଦି ଟେସଲାକୁ ଭାରତରେ ମହତ୍ବପୂର୍ଣ୍ଣ ନିବେଶ କରିବାକୁ ପ୍ରୋତ୍ସାହିତ କରିଛନ୍ତି ଏବଂ ସେ ମଧ୍ୟ ଏପରି କରିବାର ଯୋଜନା ମଧ୍ୟ ରଖିଛନ୍ତି ।ସେ କହିଥିଲେ କି ଟେସଲାର ଇଲେକ୍ଟ୍ରିକ କାର ଖୁବଶୀଘ୍ର ଭାରତରେ ଉପଲବ୍ଧ ହେବ ଓ ମାନବୀୟ ରୂପରେ ଖୁବ ଜଲଦି ଏହାକୁ ସାକାର କରିବ ବୋଲି ପୂର୍ଣ୍ଣ ବିଶ୍ବାସ ରହିଛି । କିନ୍ତୁ ବାଣିଜ୍ୟ ଏବଂ ଉଦ୍ୟୋଗ ରାଜ୍ୟ ମନ୍ତ୍ରୀ ସୋମ ପ୍ରକାଶଙ୍କ ସଂସଦରେ ବିବୃତିରେ ଟେସଲାକୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details