ମୁମ୍ବାଇ: ପୁଣି ବଢିଲା ସିଏନଜି(CNG) ଓ ଘରୋଇ ପିଏନଜି(PNG) ଦର । ସିଏନଜି କେଜି ପିଛା ୫ଟଙ୍କା ଏବଂ ପିଏନଜି SCM ପିଛା ୪ ଟଙ୍କା ୫୦ ପଇସା ବଢାଇଛି ମହାନଗର ଗ୍ୟାସ ଲିମିଟେଡ( MGL) । ବର୍ଦ୍ଧିତ ଦର ପରେ ସିଏନଜି ଦାମ୍ କେଜି ପିଛା ୬୭ ଟଙ୍କାରୁ ବଢି ୭୨ ଟଙ୍କା ହୋଇଯାଇଛି । ସେହିପରି ପିଏନଜି ଦର ୪୧.୫୦ ଟଙ୍କାରୁ ୪୫.୫୦ ଟଙ୍କାକୁ ବୃଦ୍ଧି ପାଇଛି । ଏହି ନୂଆ ଦର ମଙ୍ଗଳବାର ମଧ୍ୟରାତ୍ରିରୁ ସାରା ମୁମ୍ବାଇରେ ଲାଗୁ ହୋଇଛି । ଏପ୍ରିଲ ମାସ ଆରମ୍ଭରୁ ଏହା ହେଉଛି ଦ୍ବିତୀୟ ବୃଦ୍ଧି ।
ପୁଣି ବଢିଲା CNG-PNG ଦର, ଜାଣନ୍ତୁ କେତେ - ବଢିଲା ସିଏନଜି ଦର
MGL ପୁଣିଥରେ ସିଏନଜି(CNG) ଓ ଘରୋଇ ପିଏନଜି(PNG) ଦର ବୃଦ୍ଧି କରିଛି । ଏହାପୂର୍ବରୁ ଗତ ୫ ତାରିଖରେ ଦର ବଢିଥିଲା । ଅଧିକ ପଢନ୍ତୁ
ପୁଣି ବଢିଲା CNG-PNG ଦର, ଜାଣନ୍ତୁ କେତେ
ଗତ ଏପ୍ରିଲ ୫ ତାରିଖରେ ଏମଜିଏଲ(MGL) ସିଏନଜି ଏବଂ ପିଏନଜି ମୂଲ୍ୟରେ ଯଥାକ୍ରମେ ୭ ଟଙ୍କା ଏବଂ ୫ ଟଙ୍କା ବୃଦ୍ଧି କରିଥିଲା । ଏହାପୂର୍ବରୁ ରାଜ୍ୟ ସରକାର ଏପ୍ରିଲ ୧ରେ ଏହି ପ୍ରାକୃତିକ ଗ୍ୟାସ ଉପରେ ଭାଟ୍ କମାଇବା ପରେ ମାର୍ଚ୍ଚ ୩୧ରେ ସିଏନଜି କେଜି ପିଛା ୬ ଟଙ୍କା ଏବଂ ପିଏନଜି ୩.୫୦ ଟଙ୍କା ହ୍ରାସ ପାଇଥିଲା । ହେଲେ ଏହା ପୁଣିଥିରେ ଲଗାତାର ଭାବେ ବୃଦ୍ଧି ପାଉଛି । ଅନ୍ୟପଟେ କିଛି ଦିନ ଧରି ବେଲଗାମ୍ ହୋଇପଡିଥିବା ପେଟ୍ରୋଲ ଓ ଡିଜେଲ ଦରରେ ୭ ଦିନ ହେଲା କୌଣସି ପରିବର୍ତ୍ତନ ହୋଇନାହିଁ ।