ଓଡିଶା

odisha

ଜୁଲାଇରେ ଆସିପାରେ ନୂଆ ଶ୍ରମ କୋଡ୍, ସପ୍ତାହକୁ ମିଳିବ ୩ ଦିନ ଛୁଟି

By

Published : Jun 25, 2022, 11:58 AM IST

ଜୁଲାଇ ପହିଲାରୁ ଦେଶରେ କାର୍ଯ୍ୟକାରୀ ହୋଇପାରେ ନୂଆ ଶ୍ରମ କୋଡ୍ । ସପ୍ତାହକୁ ୩ ଦିନ ଛୁଟି ପାଇବେ କର୍ମଚାରୀ । ଅଧିକ ପଢନ୍ତୁ

ଜୁଲାଇରେ ଆସିପାରେ ନୂଆ ଶ୍ରମ କୋଡ୍, ସପ୍ତାହକୁ ମିଳିବ ୩ ଦିନ ଛୁଟି
ଜୁଲାଇରେ ଆସିପାରେ ନୂଆ ଶ୍ରମ କୋଡ୍, ସପ୍ତାହକୁ ମିଳିବ ୩ ଦିନ ଛୁଟି

ନୂଆଦିଲ୍ଲୀ: ଜୁଲାଇ ପହିଲାରୁ ଦେଶରେ କାର୍ଯ୍ୟକାରୀ ହୋଇପାରେ ନୂଆ ଶ୍ରମ କୋଡ୍ । ସରକାର ୨୯ଟି କେନ୍ଦ୍ରୀୟ ଶ୍ରମ ନିୟମକୁ ପରିବର୍ତ୍ତନ କରି ୪ଟି କୋଡ୍‌ରେ ପରିଣତ କରିଛନ୍ତି । ଯାହା ଉଭୟ ନିଯୁକ୍ତିଦାତା ଓ କର୍ମଚାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ନୂଆ ଶ୍ରମ କୋଡ୍ କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ବେସିକ୍ ସାଲାରୀ(basic salary) ମୋଟ ମାସିକ ଦରମାର ଅତିକମରେ ୫୦ ପ୍ରତିଶତ ହେବ । ଭବିଷ୍ୟନିଧି ପାଣ୍ଠିକୁ କର୍ମଚାରୀଙ୍କ ଯୋଗଦାନ ରାଶି ବୃଦ୍ଧି ପାଇବ । ଏହାଦ୍ବାରା କର୍ମଚାରୀଙ୍କୁ ହାତକୁ କମ୍ ଦରମା ଆସିବ ।

ସେହିପରି କର୍ମଚାରୀଙ୍କ ଛୁଟି ଦିନରେ ବଡ ପରିବର୍ତ୍ତନ ହେବ । ସେମାନଙ୍କୁ ସପ୍ତାହକୁ ୩ ଦିନ ଛୁଟି ମିଳିବ । କିନ୍ତୁ ଦୈନିକ କାର୍ଯ୍ୟ ସମୟ ବୃଦ୍ଧି ପାଇବ । ଦିନକୁ ୮ ଘଣ୍ଟା ବଦଳରେ କର୍ମଚାରୀଙ୍କୁ ୧୨ଘଣ୍ଟା କାମ କରିବାକୁ ପଡିବ । ଏହାଦ୍ବାରା ସେମାନଙ୍କ ସାପ୍ତାହିକ କାର୍ଯ୍ୟକାଳ ପୂର୍ବ ଭଳି ୪୮ ଘଣ୍ଟା ରହିବ ।

ନୂତନ ଶ୍ରମ କୋଡ୍‌ ଜରିଆରେ ସରକାର କର୍ମଚାରୀଙ୍କ ଦରମା, ପେନସନ, ସାମାଜିକ କଲ୍ୟାଣ, ଶ୍ରମ କଲ୍ୟାଣ, ସ୍ବାସ୍ଥ୍ୟ, ନିରାପତ୍ତା ଓ କାର୍ଯ୍ୟ ସ୍ଥିତିରେ ଉନ୍ନତି ଆଣିବାକୁ ପ୍ରଚେଷ୍ଟା କରିଛନ୍ତି । ହେଲେ କେତେକ ରାଜ୍ୟ ଏଯାଏଁ ୪ଟି ଶ୍ରମ କୋଡର ଢାଞ୍ଚା ପ୍ରସ୍ତୁତ କରିନାହାନ୍ତି । କେବଳ ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଚିଠି ନିୟମ ଜାରି କରିଛନ୍ତି ବୋଲି ପୂର୍ବରୁ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି ଲୋକସଭାରେ କହିଥିଲେ ।

ABOUT THE AUTHOR

...view details