ଓଡିଶା

odisha

ETV Bharat / business

LIC IPO: ୯୦୨ରୁ ୯୪୯ ରହିପାରେ ପ୍ରାଇସ୍ ବ୍ୟାଣ୍ଡ, ରିହାତି ପାଇବେ ପଲିସିଧାରୀ - ଏଲଆଇସି ଆଇପିଓ ପ୍ରାଇସ ବ୍ୟାଣ୍ଡ୍

ଆସନ୍ତା ମାସରେ ଜାରି ହେବ ଏଲଆଇସି ଆଇପିଓ । ଏହି ଆଇପିଓର ପ୍ରାଇସ ବ୍ୟାଣ୍ଡ୍ ୯୦୨ ରୁ ୯୪୯ ରହିପାରେ । ଏଥିରେ ୬୦ ଟଙ୍କା ରିହାତି ପାଇବେ ପଲିସିଧାରୀ । ଅଧିକ ପଢନ୍ତୁ

LIC IPO: ୯୦୨ ରୁ ୯୪୯ ରହିପାରେ ପ୍ରାଇସ୍ ବ୍ୟାଣ୍ଡ
LIC IPO: ୯୦୨ ରୁ ୯୪୯ ରହିପାରେ ପ୍ରାଇସ୍ ବ୍ୟାଣ୍ଡ

By

Published : Apr 27, 2022, 7:29 AM IST

ନୂଆଦିଲ୍ଲୀ: ବହୁପ୍ରତୀକ୍ଷିତ ଭାରତୀୟ ଜୀବନ ବୀମା ନିଗମ(Life Insurance Corporation)ର ଆଇପିଓ(IPO) ମେ ୪ ତାରିଖରେ ଖୋଲିବ ଏବଂ ମେ ୯ରେ ବନ୍ଦ ହେବ । ଆଇପିଓ ମାଧ୍ୟମରେ ସରକାର ଏଲଆଇସିର ୩.୫ ପ୍ରତିଶତ ଅଂଶଧନ ବିକ୍ରି କରିବେ । ଯାହା ମାଧ୍ୟମରେ ୨୧ ହଜାର କୋଟି ଟଙ୍କା ସଂଗ୍ରହ କରାଯିବ । ଏହି ଆଇପିଓର ଆକାର ୬ ଲକ୍ଷ କୋଟି ଟଙ୍କା ହେବ । ଏଲଆଇସି ଆଇପିଓର ପ୍ରାଇସ୍ ବ୍ୟାଣ୍ଡ୍ ୯୦୨ ଟଙ୍କାରୁ ୯୪୯ ଟଙ୍କା ଯାଏଁ ସ୍ଥିର କରାଯାଇଛି ।

ଏହାମଧ୍ୟ ପଢନ୍ତୁ:ମେ ୪ରେ ଆସିବ ଏଲଆଇସି IPO

ସରକାରୀ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଆଇପିଓରେ ପଲିସିଧାରୀ ସେୟାର ପିଛା ୬୦ ଟଙ୍କା ରିହାତି ପାଇବେ । ରିଟେଲ ନିବେଶକ ଏବଂ ଏଲଆଇସି କର୍ମଚାରୀଙ୍କୁ ସେୟାର ପିଛା ୪୫ ଟଙ୍କା ରିହାତି ମିଳିବ । ଆଙ୍କର ନିବେଶକ(anchor investors)ଙ୍କ ପାଇଁ ଏଲଆଇସି ଆଇପିଓ ମେ ୨ରେ ଏବଂ ସର୍ବସାଧାରଣଙ୍କ ପାଇଁ ମେ ୪ରେ ଖୋଲିବ । ଗତ ଶନିବାର ଦିନ ଏଲଆଇସି ବୋର୍ଡ ଆଇପିଓର ଇସ୍ୟୁ ସାଇଜକୁ ୫ ପ୍ରତିଶତରୁ ୩.୫ ପ୍ରତିଶତକୁ ହ୍ରାସ କରିଥଲେ । ଏହି ଆଇପିଓ ଭାରତର ସର୍ବବହୃତ୍ ଆଇପିଓ ହେବ । ବର୍ତ୍ତମାନ ଦେଶର ସବୁଠୁ ବଡ ଆଇପିଓ ଜାରି କରିଥିବା କମ୍ପାନୀ ମଧ୍ୟରେ Paytm ଆଗରେ ରହିଛି । ଏହି କମ୍ପାନୀ ୨୦୨୧ରେ ୧୮,୩୦୦ କୋଟିର ଆଇପିଓ ଆଣିଥିଲା ।

ABOUT THE AUTHOR

...view details