ନୂଆଦିଲ୍ଲୀ:ମେ ୪ ତାରିଖରେ ଆସିବ ବହୁପ୍ରତୀକ୍ଷିତ ଭାରତୀୟ ଜୀବନ ବୀମା ନିଗମ(LIC)ର ପ୍ରାରମ୍ଭିକ ସର୍ବସାଧାରଣ ଅଫର( initial public offering) । ଏଲଆଇସି IPO ମେ ୪ ତାରିଖରେ ଖୋଲିବ ଏବଂ ମେ ୯ ତାରିଖରେ ବନ୍ଦ ହେବ । ଏନେଇ ସୂତ୍ରରୁ ସୂଚନା ମିଳିଛି । ସରକାର ଏଲଆଇସିର ୩.୫ % ଅଂଶଧନ ୨୧ ହଜାର କୋଟି ଟଙ୍କାରେ ବିକ୍ରି କରିବେ । ନିବେଶକଙ୍କ ମତାମତ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । ଆଜି ଏଲଆଇସି ବୋର୍ଡ ବୈଠକରେ IPO ଜାରି ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।
ମେ ୪ରେ ଆସିବ ଏଲଆଇସି IPO - ଏଲଆଇସି ଆଇପିଓ
ମେ ୪ ତାରିଖରେ ଆସିବ ବହୁପ୍ରତୀକ୍ଷିତ ଭାରତୀୟ ଜୀବନ ବୀମା ନିଗମର IPO( initial public offering) । ଏଲଆଇସିର ୩.୫ % ସେୟାର ବିକ୍ରି କରିବେ ସରକାର । ଅଧିକ ପଢନ୍ତୁ
ଋଷିଆ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଯୋଗୁଁ ଭାରତର ସବୁଠୁ ବଡ ଆଇପିଓ କୁହାଯାଉଥିବା ଭାରତୀୟ ଜୀବନ ବୀମା ନିଗମର(LIC of India) ଆଇପିଓ(IPO) ଆକାର ହ୍ରାସ ପାଇଛି । ପୂର୍ବରୁ ଏଲଆଇସିର ୫ ପ୍ରତିଶତ ଅଂଶଧନ ବିକ୍ରି କରି ଆଇପିଓ ମାଧ୍ୟମରେ ସରକାର ୬୫ ହଜାର କୋଟି ଟଙ୍କା ସଂଗ୍ରହ ପାଇଁ ଯୋଜନା କରିଥିଲେ । ଯୁଦ୍ଧ ଯୋଗୁଁ ବଜାର ଖୁବ୍ ଅସ୍ଥିର ଥିବାରୁ ସରକାର ୫ ପ୍ରତିଶତ ପରିବର୍ତ୍ତେ ୩.୫ ପ୍ରତିଶତ ଅଂଶଧନ ଜାରି କରି ଆଇପିଓରୁ ୨୧ ହଜାର କୋଟି ଟଙ୍କା ସଂଗ୍ରହ କରିବାର ଆଶା ରଖିଛନ୍ତି । ଏଲଆଇସି ବୋର୍ଡ ବୈଠକରେ ଏଲଆଇସି ପଲିସିଧାରୀ, କର୍ମଚାରୀ ଏବଂ ଖୁଚୁରା ଅଂଶୀଦାରଙ୍କୁ ଆଇପିଓରେ କେତେ ରିହାତି ଦିଆଯିବ ସେ ସମ୍ପର୍କରେ ଆଲୋଚନା କରାଯିବ ।
PTI