ନୂଆଦିଲ୍ଲୀ: ଏଲଆଇସି(LIC)ର ପ୍ରାରମ୍ଭିକ ସର୍ବସାଧାରଣ ଅଫର(IPO) ଉପରେ ପଡିଲା ଋଷିଆ-ୟୁକ୍ରେନ ଯୁଦ୍ଧର ପ୍ରଭାବ । ଭାରତର ସବୁଠୁ ବଡ ଆଇପିଓ କୁହାଯାଉଥିବା ଭାରତୀୟ ଜୀବନ ବୀମା ନିଗମର(LIC of India) ଆଇପିଓ(IPO) ଆକାର ଏବେ ହ୍ରାସ ପାଇଛି । ଆଇପିଓ ଆକାର ହ୍ରାସ କରିବାକୁ ଭାରତୀୟ ଜୀବନବୀମା ନିଗମ ବୋର୍ଡ(LIC board) ପକ୍ଷରୁ ଅନୁମୋଦନ କରାଯାଇଛି । ଏହି ଆଇପିଓର ଇସ୍ୟୁ ଆକାରକୁ(issue size) ୫% ରୁ ୩.୫%କୁ କମ୍ କରାଯାଇଥିବା ସୂତ୍ରରୁ ସୂଚନା ମିଳିଛି । ବର୍ତ୍ତମାନ ସରକାର ଏଲଆଇସିର ୩.୫ % ଅଂଶଧନକୁ ୨୧ ହଜାର କୋଟି ଟଙ୍କାରେ ବିକ୍ରି କରିବେ । ନିବେଶକଙ୍କ ମତାମତ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି ।
LIC IPO: କମିଲା LIC ଆଇପିଓ ଆକାର - ଏଲଆଇସି ଆଇପିଓ ଆକାର ହ୍ରାସ
ଭାରତୀୟ ଜୀବନ ବୀମା ନିଗମର ଆଇପିଓ(IPO) ଆକାର ହ୍ରାସ । ଏଲଆଇସିର ୩.୫ % ସେୟାରକୁ ୨୧ ହଜାର କୋଟି ଟଙ୍କାରେ ବିକ୍ରି କରିବେ ସରକାର । ଅଧିକ ପଢନ୍ତୁ
ପୂର୍ବରୁ ଏଲଆଇସିର ୫ ପ୍ରତିଶତ ଅଂଶଧନ ବିକ୍ରି କରି ଆଇପିଓ ମାଧ୍ୟମରେ ସରକାର ୬୫ ହଜାର କୋଟି ଟଙ୍କା ସଂଗ୍ରହ ପାଇଁ ଯୋଜନା କରିଥିଲେ । ବର୍ତ୍ତମାନ ଋଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଏହାର ଇସ୍ୟୁ ଆକାର ହ୍ରାସ ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି ସରକାର ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ବଜାରରେ ଆଇପିଓ ତାଲିକାଭୁକ୍ତ କରିବା ନେଇ ଯୋଜନା ରହିଛି । ପୂର୍ବରୁ ଗତ ମାର୍ଚ୍ଚ ମାସରେ ଦେଶର ଏହି ସବୁଠୁ ବଡ ପ୍ରାରମ୍ଭିକ ସର୍ବସାଧାରଣ ଅଫର(IPO) ଆସିବାର ଥିଲା । ମାତ୍ର ୟୁକ୍ରେନ ସଙ୍କଟ ଯୋଗୁଁ ବହୁ ପ୍ରତିକ୍ଷୀତ ଭାରତୀୟ ଜୀବନ ବୀମା ନିଗମ(LIC of India) ଆଇପିଓକୁ ସରକାର ଘୁଞ୍ଚାଇ ଦେଇଥିଲେ ।