ଓଡିଶା

odisha

ETV Bharat / business

ବିକ୍ରି ହେବ ଦେଶର ଲୋକପ୍ରିୟ ବୋତଲ ଜଳ ବିକ୍ରୟକାରୀ କମ୍ପାନୀ Bisleri

ବିକ୍ରି ହେବାକୁ ଯାଉଛି ଦେଶର ସବୁଠାରୁ ଲୋକପ୍ରିୟ ବୋତଲ ଜଳ ବିକ୍ରୟକାରୀ କମ୍ପାନୀ ବିସଲେରୀ(Bisleri) । ଜାଣନ୍ତୁ କାହା ହାତକୁ ଯିବ ଏହି ମାଲିକାନା(Who Buy Bisleri)...

ବିକ୍ରି ହେବ ଦେଶର ଲୋକପ୍ରିୟ ବୋତଲ ଜଳ ବିକ୍ରୟକାରୀ କମ୍ପାନୀ Bisleri
ବିକ୍ରି ହେବ ଦେଶର ଲୋକପ୍ରିୟ ବୋତଲ ଜଳ ବିକ୍ରୟକାରୀ କମ୍ପାନୀ Bisleri

By

Published : Nov 30, 2022, 12:58 PM IST

ନୂଆଦିଲ୍ଲୀ: ବିକ୍ରି ହେବାକୁ ଯାଉଛି ଦେଶର ସବୁଠାରୁ ଲୋକପ୍ରିୟ ବୋତଲ ଜଳ ବିକ୍ରୟକାରୀ କମ୍ପାନୀ ବିସଲେରୀ(Bisleri) । କମ୍ପାନୀର ମାଲିକ ରମେଶ ଚୌହାନ(Ramesh Chauhan) ଏକ ସାକ୍ଷାତକାର ସମୟରେ ଏନେଇ ସ୍ପଷ୍ଟ କରିଛନ୍ତି । ବ୍ୟବସାୟର ଦାୟିତ୍ବଭାର ତୁଲାଇବା ପାଇଁ କୌଣସି ଉତ୍ତରାଧିକାରୀ ନଥିବାରୁ ସେ ତାଙ୍କ କମ୍ପାନୀକୁ ବିକ୍ରୟ କରିବାକୁ ଚାହୁଁଥିବା କହିଛନ୍ତି । ତେବେ ରମେଶ ଚୌହାନଙ୍କ ଏହି ଘୋଷଣା ପରେ ବିସଲେରୀକୁ ନିଜ ଅଧୀନକୁ ନେବାକୁ ଆଗେଇ ଆସିଛନ୍ତି ଦେଶର ବହୁ ନାମି ଦାମୀ କମ୍ପାନୀ ରିଲାଏନ୍ସ(Reliance), ନେଷ୍ଟଲେ(Nestlé) ଏବଂ ଟାଟା କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ(Tata consumer products limited) ।

ଖବର ଅନୁସାରେ ରମେଶ ଚୌହାନ ତାଙ୍କ କମ୍ପାନୀକୁ 6000 ରୁ 7000 କୋଟିରେ ବିକ୍ରି କରିବାକୁ ଯାଉଛନ୍ତି । ଯଦି ରିପୋର୍ଟ ଗୁଡିକ ବିଶ୍ବାସ କରାଯାଏ, ତେବେ ବିସଲେରୀ ମାଲିକାନା ଟାଟା ପାଖରେ ପହଞ୍ଚିପାରେ, ମାତ୍ର ଏନେଇ ଉଭୟ ପକ୍ଷ ଅଧିକାରୀଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ରମେଶ ଚୌହାନ, ଟାଟାର କାର୍ଯ୍ୟ ସଂସ୍କୃତି, ନେତୃତ୍ୱ ଏବଂ ବ୍ୟବସାୟ ସମ୍ବନ୍ଧରେ ଆଦର୍ଶକୁ ପ୍ରଶଂସା କରିଛନ୍ତି । ଏଥିରୁ ଅନୁମାନ କରାଯାଉଛି ଯେ, ଟାଟା ପାଖରେ ଦେଶର ସର୍ବବୃହତ ବୋତଲ ଜଳ କମ୍ପାନୀ ଦାୟିତ୍ବ ପହଞ୍ଚିପାରେ ।

ଟାଟା କାହିଁକି ବିସଲେରି କିଣିବାକୁ ଚାହୁଁଛି(Why TATA sold Bisleri):-

କହି ରଖୁଛୁ ଯେ, ଟାଟା ପୂର୍ବରୁ ଜଳ ବ୍ୟବସାୟରେ ଅଛି, ତଥାପି କମ୍ପାନି 7000 କୋଟି ଟଙ୍କା ଖର୍ଚ୍ଚ କରି ବିସଲେରୀ ବ୍ରାଣ୍ଡ କିଣିବାକୁ ଚାହୁଁଛି । ଟାଟା ପାଖରେ ପୂର୍ବରୁ ହିମାଲୟାନ(Himalayan), ଟାଟା କପର ପ୍ଲସ୍(Tata Copper Plus) ଏବଂ ଟାଟା ଗ୍ଲୁକୋ ପ୍ଲସ୍(Tata Gluco Plus) ଭଳି ପ୍ରଡକ୍ଟ ବ୍ୟବସାୟ କରୁଛି, କିନ୍ତୁ ଏହା ସତ୍ତ୍ୱେ ବିସଲେରୀକୁ ନିଜ ଅଧୀନକୁ ନେବାକୁ ବେଶ୍ ଆଗ୍ରହୀ ।

ବାସ୍ତବରେ ବିସଲେରୀ ହେଉଛି ଜଳ ବ୍ୟବସାୟର ଏକ ଅଗ୍ରଣୀ କମ୍ପାନୀ, ଯଦି ଟାଟା ବିସଲେରୀ କିଣିବାରେ ସଫଳ ହୁଏ, ତେବେ ଏହା ପ୍ୟାକେଜ୍ ହୋଇଥିବା ଜଳ ବ୍ୟବସାୟରେ ଅଧିକ ଶକ୍ତିଶାଳୀ ହେବ ଏବଂ ଏକ ନମ୍ବର କମ୍ପାନୀ ଭାବେ ଦେଶରେ ବେଶ୍ ଆଦୃତି ଲାଭ କରିବ । ବିସଲେରୀ ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ଦେଶରେ ପ୍ୟାକେଜ୍ ହୋଇଥିବା ଜଳର ବଜାର ମୂଲ୍ୟ 20 ହଜାର କୋଟି, ଯେଉଁଥିରୁ 60% ଅଂଶ ଅସଂଗଠିତ, ଯେଉଁଥିରେ ବିସଲେରୀର ଅଂଶ 32% । ଏପରି ପରିସ୍ଥିତିରେ, ଯଦି ଏହି କମ୍ପାନୀ ଟାଟା ପାଖରେ ପହଞ୍ଚେ, ତେବେ ଟାଟାର ବ୍ୟବସାୟ ଆହୁରି ବୃଦ୍ଧି ପାଇବ ।

ଟାଟା ପାଖରେ ଥିବା ଜଳ ଉତ୍ପାଦ ଗୁଡ଼ିକ ପ୍ରିମିୟମ୍ ସେଗମେଣ୍ଟରେ ଅଛି । ହିମାଲୟାନ ହେଉ କିମ୍ବା ଟାଟା କପର୍, ଯଦି ବିସଲେରୀ ଟାଟା ହୋଇଯାଏ ତେବେ କମ୍ପାନୀ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବାକୁ ଆହୁରି ସହଜ ହୋଇଯିବ । ବିସଲେରୀ ଅଧିଗ୍ରହଣ ପରେ ଟାଟାର ବୋତଲ୍ ବନ୍ଦ ବ୍ୟବସାୟ ଆହୁରି ମଜବୁତ ହେବ । ଟାଟାର ହିମାଲୟାନ ଜଳର ମୂଲ୍ୟ 50 ରୁ 70 ଟଙ୍କା ମଧ୍ୟରେ ଥିବାବେଳେ 200 ମିଲି ଗ୍ଲୁକୋ ପ୍ଲସର ମୂଲ୍ୟ 10 ଟଙ୍କା ରହିଛି । ଏପରି ପରିସ୍ଥିତିରେ, ଯଦି ବିସଲେରୀ ଟାଟା ହୋଇଯାଏ, ତେବେ ଟାଟା ଆହୁରି ଜନାଦୃତ ହେବ ।

ବିସଲେରୀ ଇତିହାସ(History of Bilseri Product):-

ବାସ୍ତବରେ ବିସଲେରୀ ହେଉଛି ଏକ ଇଟାଲୀୟନ୍ କମ୍ପାନୀ । ସାଇନର୍ ଫେଲିସ୍ ବିସଲେରୀ ଏହାର ପ୍ରତିଷ୍ଠାତା । 1969 ମସିହାରେ, ଭାରତର ପାର୍ଲେ କମ୍ପାନୀର ମାଲିକ ରମେଶ ଚୌହାନ ବିସଲେରୀ କିଣିଥିଲେ । ବିସଲେରୀର କେବଳ 5ଟି ଷ୍ଟୋର ଥିଲା, ଗୋଟିଏ କୋଲକାତାରେ ଏବଂ 4ଟି ମୁମ୍ବାଇରେ । ରମେଶ ଚୌହାନ ବିସଲେରୀ ସୋଡା ଲଞ୍ଚ କରିଥିଲେ, କିନ୍ତୁ ବିସଲେରୀର ଦୁଇଟି ବୋତଲ ୱାଟର୍ ବ୍ରାଣ୍ଡ 'ବବଲି' ଏବଂ 'ଷ୍ଟିଲ୍' ବନ୍ଦ କରିନଥିଲେ। ପାର୍ଲେ ଗୋଷ୍ଠୀ ବିସଲେରୀ ବ୍ରାଣ୍ଡ ନାମରେ ଉଭୟ ସୋଡା ଏବଂ ପାଣି ବହୁ ବର୍ଷ ଧରି ବିକ୍ରି କରିଥିଲେ ।

ଏହା ବ୍ୟତୀତ ରମେଶ ଚୌହାନ ଲିମକା, ଥମ୍ସ ଅପ୍, ମାଜା, ଗୋଲ୍ଡ ସ୍ପଟ୍ ଭଳି ମୃଦୁ ପାନୀୟ ମଧ୍ୟ ଲଞ୍ଚ କରିଥିଲେ । ଏହାରି ମଧ୍ୟରେ କମ୍ପାନୀ କାଚ ବୋତଲ୍ ପରିବର୍ତ୍ତେ ପୁନଃ ବ୍ୟବହାର ଯୋଗ୍ୟ ବୋତଲରେ ପାନୀୟର ବିକ୍ରି ଆରମ୍ଭ କରିଥିଲା, ଯେତେବେଳେ କି ଆହୁରି ବହୁଳ ହୋଇଥିଲା ମୃଦୁ ପାନୀୟ ସାଙ୍ଗକୁ ବୋତଲ ବନ୍ଦ ପାନୀୟର ବ୍ୟବସାୟ । ବର୍ତ୍ତମାନ କିନ୍ତୁ କମ୍ପାନୀର ଦାୟିତ୍ବ ସମ୍ଭାଳୁଥିବା ଉପାଧ୍ୟକ୍ଷ ତଥା ଚୌହାନ ବଂଶର ଝିଅ ଜୟନ୍ତୀ ଚୌହାନ ଏହି ବ୍ୟବସାୟକୁ ଆଗକୁ ଚଳାଇ ପାରିବେ ନାହିଁ ବୋଲି ମନା କରିଦେଇଛନ୍ତି । ଫଳରେ 82 ବର୍ଷୀୟ ରମେଶ ଚୌହାନ 700 କୋଟିର କମ୍ପାନୀକୁ ବିକ୍ରି କରିବାକୁ ଚାହୁଁଥିବା ଘୋଷଣା କରିଛନ୍ତି । ତେବେ ବିସଲେରୀର ମାଲିକାନା କାହା ପାଖକୁ ଯାଉଛି, ତା' ଉପରେ ସମସ୍ତଙ୍କ ନଜର ।

ABOUT THE AUTHOR

...view details