ନୂଆଦିଲ୍ଲୀ: ଶୀର୍ଷରେ ପହଞ୍ଚିବାକୁ ହେଲେ ସଂଘର୍ଷ କରିବାକୁ ପଡିଥାଏ । କିଛି ଅନନ୍ୟ କରିବାକୁ ଅନେକ ବାଧାବିଘ୍ନ ଦେଇ ଯିବାକୁ ହୁଏ । ଯିଏ ଜୀବନର ସବୁ କଣ୍ଟକିତ ପଥ ଅତିକ୍ରମ କରିଦିଏ ସେ ବାଜିଗର ହୋଇଯାଏ । ଆମେ ଠିକ ଏମିତି ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ କଥା କହୁଛୁ ଯାହାଙ୍କ ଜୀବନର ଆରମ୍ଭ ଠିକ ଏମିତି ଥିଲା । ସେ ହେଉଛନ୍ତି ବିଶିଷ୍ଟ ଉଦ୍ୟୋଗପତି ଗୌତମ ଅମ୍ବାନୀ । ଯିଏ ଦିନେ ତାଙ୍କ ସାତ ଭାଇଉଉଣୀଙ୍କ ସହ ଚାଳ ଝୁମ୍ପୁଡି ଘରେ ରହୁଥିଲେ ଆଉ ଆଜି ଜଣେ ବିଶିଷ୍ଟ ଶିଳ୍ପପତି । ଆଜି ଗୌତମ ଆଦାନୀଙ୍କ ପିଲା ପ୍ରାଇଭେଟ ଜେଟରେ ଉଡୁଛନ୍ତି । ଜାଣନ୍ତୁ ତାଙ୍କ ପରିବାର ସମ୍ପର୍କରେ । ଏବେ ତାଙ୍କ ପରିବାର ସଦସ୍ୟ କଣ କରୁଛନ୍ତି । ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।
ଗୌତମ ଆଦାନୀଙ୍କ କାହାଣୀ:1962 ଜୁନ 26ରେ ଗୁଜରାଟ ଅହମ୍ମଦାବାଦରେ ଜଣେ ସାଧାରଣ ପରିବାରରେ ଗୌତମଙ୍କ ଜନ୍ମ । ଗୌତମ ଆଦାନୀଙ୍କ ବାପା ଶାନ୍ତିଲାଲ ଆଦାନୀ ଓ ମାଆ ଶାନ୍ତାବେନ ଆଦାନୀ । ଶାନ୍ତିଲାଲ ଓ ଶାନ୍ତାବେନଙ୍କ 7ଟି ସନ୍ତାନ । 6 ପୁଅ ଓ ଗୋଟିଏ ଝିଅ । ଗୌତମ ଆଦାନୀ ତାଙ୍କର ସପ୍ତମ ସନ୍ତାନ । ଗୌତମ ଅହମ୍ମଦାବାଦରେ ତାଙ୍କ ପ୍ରାଥମିକ ଶିକ୍ଷା ପୂରଣ କରିଥିଲେ । ଏହା ପରେ ଗୁଜରାଟ ବିଶ୍ବ ବିଦ୍ୟାଳୟରେ ବାଣିଜ୍ୟ ପଢିଥିଲେ । ମାତ୍ର ଦ୍ବିତୀୟ ବର୍ଷରେ ତାଙ୍କୁ ପାଠ ପଢା ଛାଡିବାକୁ ପଡିଥିଲା । ଗୌତମ ଆଦାନୀଙ୍କ ବାପା ଶାନ୍ତିଲାଲ ଛୋଟ ମୋଟ ବ୍ୟବସାୟ କରୁଥିଲା । ରହିବାକୁ ମୁଣ୍ଡ ଉପରେ ଚାଳ ଝୁମ୍ପୁଡି ଘର ଥିଲା । କୁହାଯାଏ ସାତ ଭାଇ ଭଉଣୀଙ୍କ ସହ ଝୁପୁଡି ଘରେ ରହୁଥିଲେ ଗୌତମ ।
କେମିତି ଆଗକୁ ବଢିଲେ ଗୌତମ:ବାପାଙ୍କ ବ୍ୟବସାୟରେ ଗୌତମଙ୍କ ମନ ଲାଗିଲା ନାହିଁ । 17 ବର୍ଷ ବୟସରେ ମୁମ୍ବାଇ ଆସିଥିଲେ ଗୌତମ । ହୀରା ବ୍ୟବସାୟ ମହିନ୍ଦ୍ରା ବ୍ରଦର୍ସଙ୍କ ସହ କାମ କରିଥିଲେ । 20 ବର୍ଷ ବୟସରେ ମୁମ୍ବାଇରେ ନିଜର ହୀରା ବ୍ୟବସାୟ ଆରମ୍ଭ କରିଥିଲେ । ପ୍ରଥମ ବର୍ଷ ଲକ୍ଷାଧିକ ଟଙ୍କାର ଲାଭ ହୋଇଥିଲା । 1981ରେ ଗୌତମଙ୍କ ବଡ ଭାଇ ମନସୁଖଭାଇ ଅହମ୍ମଦାବାଦରେ ପ୍ଲାଷ୍ଟିକ କମ୍ପାନୀ କିଣିଥିଲେ । ଏହାପରେ ଗୌତମ ଓ ତାଙ୍କ ପାଇଁ ମିଶି ଏହି ବ୍ୟବସାୟକୁ ଆଗକୁ ନେଇଥିଲେ । ଆରମ୍ଭରୁ ଗୌତମ ସ୍କୁଟର ଚଳାଉଥିଲେ । ଏହାପରେ ତାଙ୍କ ପାଖରେ ମାରୁତି-800ରେ ଯାତ୍ରା ଆରମ୍ଭ ହୋଇଥିଲା । ଏବା ତାଙ୍କର ଦାମି ଦାମି ଗାଡି, ହେଲିକପ୍ଟର ଏବଂ ପ୍ରାଇଭେଟ ଜେଟ ରହିଛି । ଆଦାନୀ ଗ୍ରୁପର ଅଧ୍ୟକ୍ଷା ଅଛନ୍ତି ଗୌତମଙ୍କ ପତ୍ନୀ ପ୍ରୀତି ଆଦାନୀ । ଗୌତମ ଆଦାନୀଙ୍କ ଭାଇ ରାଜେଶଙ୍କ ପୁଅ ସାଗର ଆଦାନୀ । 2025ରୁ ସେ ଆଦାନୀ ଗ୍ରୁପରେ ସକ୍ରିୟ ଅଛନ୍ତି ।
ଏହା ବି ପଢନ୍ତୁ...Hindenburg Report: ଧରାଶାୟୀ ଆଦାନୀ ଗ୍ରୁପ ! SEBI, RBI ତଦନ୍ତ ଦାବି କଲା କଂଗ୍ରେସ