ନୂଆଦିଲ୍ଲୀ:ଭାରତର ପ୍ରମୁଖ ଧନୀ ବିଜନେସମ୍ୟାନ ଗୌତମ ଆଦାନୀଙ୍କ ପୁଅ କରଣ ଆଦାନୀ 'ଆଦାନୀ ପୋର୍ଟସ ଆଣ୍ଡ ସ୍ପେସିଆଲ ଇକୋନୋମିକ ଜୋନ'ର(APSEZ) ମ୍ୟାନେଜିଙ୍ଗ ଡାଇରେକ୍ଟର ହୋଇଛନ୍ତି । ଏହା ପୂର୍ବରୁ କରଣ କମ୍ପାନୀର ସିଇଓ ରୂପେ କାର୍ଯ୍ୟରତ ଥିଲେ । ଫୋର୍ବସ ଅନୁସାରେ, ପୂର୍ବରୁ ଏହି ଏମଡି ପଦ ଗୌତମ ଆଦାନୀଙ୍କ ପାଖେ ଥିଲା । ଏହା ବ୍ୟତୀତ କରଣ ଆଦାନୀ ଗତ ସେପ୍ଟେମ୍ବର ୨୦୨୨ ଠାରୁ ସିମେଣ୍ଟ ନିର୍ମାଣ କମ୍ପାନୀ ଏସିସିର ନିର୍ଦ୍ଦେଶକ ପଦ ସମ୍ଭାଳୁଛନ୍ତି । ଲ ଫାର୍ମ ସିରିଲ ଅମର ଚନ୍ଦ ମଙ୍ଗଲଦାସର ମ୍ୟାନେଜିଙ୍ଗ ପାର୍ଟନର ସିରିଲ ସ୍ରଫଙ୍କ ଝିଅ ପରିଧି ସ୍ରଫ କରଣ ଆଦାନୀଙ୍କ ପତ୍ନୀ ଅଟନ୍ତି । ଉଭୟଙ୍କର ଗୋଟିଏ କନ୍ୟା ସନ୍ତାନ ମଧ୍ୟ ଅଛି ।
ସୂଚନାଯୋଗ୍ୟ ଯେ, କରଣ ଆମେରିକାରେ ପରଡ୍ୟୁ ୟୁନିଭର୍ସିଟିରେ ଅର୍ଥନୀତିରେ ଡିଗ୍ରୀ ହାସଲ କରିଛନ୍ତି । ଏହାପରେ ସେ ୨୦୦୯ ମସିହାରେ ମୁନ୍ଦ୍ରା ପୋର୍ଟରେ ଆଦାନୀ ଗ୍ରୁପ ସହିତ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ୨୦୧୬ରେ ସେ କମ୍ପାନୀର ସିଇଓ ଭାବେ ଦାୟିତ୍ବଭାର ନେଇଥିଲେ । ନିଜର ପାଠପଢା ସାରିବା ପରେ ସେ ଆଦାନୀ ଗ୍ରୁପର ଫାଇନାନ୍ସ, ମାର୍କେଟିଙ୍ଗ ଏବଂ ଅପରେସନ ସହିତ ବିଭିନ୍ନ ବିଭାଗରେ କାମ କରିସାରିଛନ୍ତି ।
ଏହା ମଧ୍ୟ ପଢନ୍ତୁ...ନାନା ବାଧା ସତ୍ତ୍ବେ ଝୁଙ୍କିଲାନି ଆଦାନୀ ଗ୍ରୁପ, ଶୀର୍ଷରେ ରହି ଶେଷ କରିବ 2023