ନୂଆଦିଲ୍ଲୀ: ଗୌତମ ଆଦାନୀଙ୍କ ପରେ ହିଣ୍ଡେନବର୍ଗ ଟାର୍ଗେଟରେ ବ୍ଲାକ୍ ଇଙ୍କ୍ । ଟ୍ବିଟରର କୋ ଫାଉଣ୍ଡର ଜ୍ୟାକ୍ ଡୋର୍ସିଙ୍କ କମ୍ପାନୀ ବ୍ଲାକ୍ ଇଙ୍କ୍ ଏବେ ହିଣ୍ଡେନବର୍ଗ ଟାର୍ଗେଟକୁ ଆସିଛି । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଏହାର ସିଧାସଳଖ ପ୍ରଭାବ ସେୟାର ଉପରେ ପ୍ରଭାବ ପଡୁଥିବା ନଜୀର ରହିଛି । ଜ୍ୟାକ୍ ଡୋର୍ସିଙ୍କ କମ୍ପାନୀ ବ୍ଲାକ ଇଙ୍କ୍ କମ୍ପାନୀ ସହ ତାହା ଘଟିଛି । ଆଦାନୀଙ୍କ ପରେ ଡୋର୍ସିଙ୍କୁ ନେଇ ହିଣ୍ଡେନବର୍ଗ ଏକ ରିପୋର୍ଟ ପ୍ରକାଶ କରିଛି । ଯାହା ଫଳରେ କମ୍ପାନୀର ସେୟାର ମୂଲ୍ୟ ସଙ୍ଗେସଙ୍ଗେ ହ୍ରାସ ପାଇଛି ।
ଡୋର୍ସିଙ୍କ ସମ୍ପତ୍ତି ୫୨.୬ କୋଟି ହ୍ରାସ :ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସର ତଥ୍ୟ ଅନୁସାରେ, ଗତ ଗୁରୁବାର ଦିନ ଜ୍ୟାକ ଡୋର୍ସିଙ୍କ ସମ୍ପତ୍ତି ମୂଲ୍ୟ ୫୨.୬ କୋଟି ହ୍ରାସ ପାଇଛି । ଯାହାକି ମେ ମାସ ପରଠାରୁ ସବୁଠାରୁ ଅଧିକ କ୍ଷତି । ତେବେ କୁହାଯାଉଛି ଯେ, ସେୟାର ମୂଲ୍ୟ ୧୧ ପ୍ରତିଶତ ହ୍ରାସ ହେବା ପରେ ଡୋର୍ସିଙ୍କ ସମ୍ପତ୍ତି ହ୍ରାସ ପାଇ ୪.୪ ବିଲିୟନ ଡଲାରରେ ପହଞ୍ଚିଛି । ତେବେ ଫୋର୍ସ ବିଲେନିୟରର ଇଣ୍ଡେକ୍ସ ଅନୁସାରେ, ଜ୍ୟାକ ଡୋର୍ସିଙ୍କ ସମ୍ପତ୍ତିର ମୂଲ୍ୟ ୭୬୧ ମିଲିୟନ ଡଲାର ହ୍ରାସ ପରେ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୪.୨ ବିଲିୟନ ଡ଼ଲାରକୁ ଖସି ଆସିଛି ।
ବ୍ଲାକ ଇଙ୍କ୍ ବିରୋଧରେ ସାଂଘାତିକ ଅଭିଯୋଗ: ଜ୍ୟାକ ଡୋର୍ସିଙ୍କ କମ୍ପାନୀ ହେଉଛି ବ୍ଲାକ ଇଙ୍କ୍ । ଏହା ଏକ ପେମେଣ୍ଟ କମ୍ପାନୀ ଅଟେ । ମୋବାଇଲ ବ୍ୟାଙ୍କିଂ ସେବା ପ୍ରଦାନ କରିଥାଏ । ତେବେ ହିଣ୍ଡେନବର୍ଗ ରିପୋର୍ଟରେ ଦର୍ଶାଯାଇଛି ଯେ, କମ୍ପାନୀ ପେମେଣ୍ଟରେ ସରକାରଙ୍କୁ ଧୋକା ଦେଇଛି । ଭୁଲ ଉପାୟରେ ରାଜସ୍ବ ଆଦାୟ କରିଛି । ନିବେଶକମାନଙ୍କୁ ବିଭ୍ରାନ୍ତି କରୁଛି । ରିପୋର୍ଟରେ କୁହାଯାଇଛି ଯେ, କମ୍ପାନୀକୁ ନେଇ ନିବେଶକଙ୍କୁ ବଢାଇ ଚଢାଇ କୁହାଯାଇଛି ।