ନୂଆଦିଲ୍ଲୀ:ମହଙ୍ଗାମାଡରେ ଅସ୍ତବ୍ୟସ୍ତ ଦେଶବାସୀ । ତୈଳ, ଗ୍ୟାସ ଠାରୁ ଆରମ୍ଭ କରି ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦର କ୍ରମାଗତ ଭାବେ ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ଦେଶବାସୀଙ୍କୁ ଆଶ୍ବସ୍ତି ଦେଇଛନ୍ତି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଚଳିତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସିକରେ କମିବ ମୁଦ୍ରାସ୍ପୀତି । ଏନେଇ ଗତକାଲି(ଶନିବାର) କୌଟିଲ୍ୟ ଆର୍ଥିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ(RBI)ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।
ସେ କହିଛନ୍ତି ଯେ, "2022-23 ଦ୍ବିତୀୟାର୍ଦ୍ଧରେ(ଅକ୍ଟୋବର) ମହଙ୍ଗା ସ୍ଥିତିରେ ସୁଧାର ଆସିବ। ଫଳରେ ଅର୍ଥବ୍ୟବସ୍ଥାରେ ଦେଖାଯାଉଥିବା ସମସ୍ୟା ଦୂର ହେବ । ତେବେ ଏଥିପାଇଁ RBIକୁ କଠୋର ମନିଟାରି ପଲିସି ନିଷ୍ପତ୍ତି ନେବା ଆବଶ୍ୟକ ପଡ଼ିବ ନାହିଁ । ଅର୍ଥନୈତିକ ପ୍ରତିଷ୍ଠାନ ଉପରେ ମୁଦ୍ରାସ୍ପୀତି ହେଉଛି ଜନସାଧାରଣଙ୍କ ଆତ୍ମବିଶ୍ୱାସର ଏକ ମାପକ ଅଟେ। "