ବେଙ୍ଗାଲୁର: ଆଧୁନିକ ଜ୍ଞାନ କୌଶଳକୁ କଣ ଭାରତୀୟ କମ୍ପାନୀ ଆପଣେଇ ପାରିଛନ୍ତି ? କେବଳ 26 ପ୍ରତିଶତ ଭାରତୀୟ କମ୍ପାନୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ପରିଚାଳିତ ଟେକ୍ନୋଲୋଜିର ବ୍ୟବହାର କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଭାରତୀୟ କମ୍ପାନୀ ନୂଆ ଟେକ୍ନୋଲୋଜିର (AI)କୁ ଆପଣଇବା କ୍ଷେତ୍ରରେ ଟିକିଏ ପଛରେ ରହିଯାଇଛନ୍ତି । 70 ପ୍ରତିଶତ କମ୍ପାନୀଙ୍କ ମତରେ ଆର୍ଟିଫିସିଆଲ ଇଣ୍ଟେଲିଜେଂସି (AI) ପରିଚାଳନା ଛଡ଼ା ତାଙ୍କ ପାଖରେ ଅନ୍ୟ ରଣନୀତି ରହିଛି । ଲାଗୁଛି ଭାରତୀୟ କମ୍ପାନୀ ସମୟର ପରବର୍ତ୍ତୀ ଦିଗରେ ଚାଲୁଛନ୍ତି ।
ଦେଶରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI)ର ବ୍ୟବହାର ଧୀରେଧୀରେ ବଢ଼ିବାରେ ଲାଗିଛି । ଗତ ବର୍ଷ ତୂଳନାରେ ଏଆଇ(AI) ନିଜର ସାର୍ବଜନିନ ଉପଲବ୍ଧିକୁ ବଢ଼ାଇଛି । ତାହା ଛଡ଼ା ଜେନେରେଟିଭ ଏଆଇରେ ମଧ୍ୟ ପରିବର୍ତ୍ତନ ଆସିଛି । ସମୟ ସହ ପରିବର୍ତ୍ତନ ଓ ନୂତନ ସମ୍ଭାବନାକୁ ମଧ୍ୟ ଗ୍ରହଣ କରିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) । ସିସ୍କୋ (CISCO) ଅଧ୍ୟାପକ ଲିଜ୍ ଷ୍ଟେଟୋନୀ କହିଛନ୍ତି, "ଯେମିତି ଦିନକୁ ଦିନ କମ୍ପାନୀ ଏଆଇ (AI)କୁ ଗ୍ରହଣ କରୁଛନ୍ତି, କାର୍ଯ୍ୟ ଭାର ବଢ଼ିବା ସହିତ ଯେମିତି ଏଆଇ (AI) ଆହୁରି ଫଳପ୍ରଦ ହେଉ । ଏବଂ କେଉଁଠି ନିବେଶର ଆବଶକ୍ୟତା ରହିଛି ଜାଣେଇବା ଜରୁରୀ ।"
ଏହାକୁ ମଧ୍ୟ ପଢ଼ନ୍ତୁ...Cyber Fraud: ଅନଲାଇନ୍ରେ ଜାଲ ବିଛାଇଛନ୍ତି ସାଇବର ଠକ, ଏପରି ରୁହନ୍ତୁ ସତର୍କ