ନୂଆଦିଲ୍ଲୀ:ବର୍ଷ ୨୦୨୩ ସୁଦ୍ଧା ପ୍ରସ୍ତାବିତ କେନ୍ଦ୍ରୀୟ ବ୍ୟାଙ୍କ୍ ଡିଜିଟାଲ ମୁଦ୍ରା(CBDC) ଲଞ୍ଚ୍ କରିବାକୁ ଯୋଜନା କରୁଛି ଭାରତ । କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(RBI) ଏହାର ଅନେକ ବ୍ୟବସାୟିକ ଉପଯୋଗ ଓ ଉଦ୍ଦେଶ୍ୟକୁ ଲକ୍ଷ୍ୟ ରଖିଛନ୍ତି । ଫିକ୍କି(FICCI) ଓ USISPF ପକ୍ଷରୁ କାଲିଫର୍ଣ୍ଣିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ଦୁଇ ମାସ ପୂର୍ବେ ଡିଜିଟାଲ ମୁଦ୍ରା(CBDC) ଲଞ୍ଚ୍ ନେଇ ବଜେଟ୍ ଭାଷଣରେ ସୂଚନା ଦେଇଥିଲେ ଅର୍ଥମନ୍ତ୍ରୀ । ଏହାକୁ ଦୃଷ୍ଟିରେ ରଖି ଉଭୟ ହୋଲ୍ସେଲ୍ ଓ ଖୁଚୁରା ଉପାଦାନ ପାଇଁ ଯୋଜନା ପ୍ରସ୍ତୁତ କରୁଛି RBI । ତେବେ ଡିଜିଟାଲ ମୁଦ୍ରାର ଦୁରୁପଯୋଗ ମଧ୍ୟ ହୋଇପାରେ ।