ନୂଆଦିଲ୍ଲୀ: ଥମିବାର ନାଁ ନେଉନି ୟୁକ୍ରେନ-ଋଷିଆ ଯୁଦ୍ଧ । ଦେଢ ମାସ ହେଲାଣି ଚାଲିଥିବା ଏହି ଯୁଦ୍ଧର ପରିମାଣ କେବଳ ଯୁଦ୍ଧଗ୍ରସ୍ତ ରାଷ୍ଟ୍ର କିମ୍ବା ଋଷିଆ ଭୋଗୁନି, ବରଂ ବିଶ୍ବ ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରୁଛି । ୟୁକ୍ରେନ ସଙ୍କଟ ମଧ୍ୟରେ ଭାରତର ଜିଡିପି(GDP) ଅଭିବୃଦ୍ଧି ହାର ଆକଳନକୁ କମ୍ କରିଛି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(IMF) । ୨୦୨୨-୨୩ ଆର୍ଥକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୯ ପ୍ରତିଶତରୁ ୮.୨ ପ୍ରତିଶତକୁ ହ୍ରାସ କରିଛି । ଆଇଏମଏଫ ନିଜର ବିଶ୍ବ ଅର୍ଥନୀତି ଆଉଟଲୁକ୍ ରିପୋର୍ଟ(World Economic Outlook report)ରେ ଏହା ଦର୍ଶାଇଛି ।
୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର କମାଇଲା IMF - ଭାରତର ଜିଡିପି ଅଭିବୃଦ୍ଧି ହ୍ରାସ
୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର କମାଇଲା ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି । ଅଭିବୃଦ୍ଧି ଆକଳନ ୯ ପ୍ରତିଶତରୁ ୮.୨ ପ୍ରତିଶତକୁ ହ୍ରାସ କଲା IMF । ଅଧିକ ପଢନ୍ତୁ
IMF ବିଶ୍ବ ଜିଡିପି ଅଭିବୃଦ୍ଧି ହାର ହ୍ରାସ ପାଇବା ନେଇ ଆକଳନ କରିଛି ମଧ୍ୟ । ବିଶ୍ବ ଜିଡିପି ୪.୪ ପ୍ରତିଶତରୁ ୩.୬ ପ୍ରତିଶତକୁ ହ୍ରାସ ପାଇବ ବୋଲି ଆକଳନ କରିଛି ଆଇଏମଏଫ । ଏହା ସଙ୍ଗେ ସଙ୍ଗେ ଉଭୟ ଋଷିଆ ଓ ୟୁକ୍ରେନ ଅର୍ଥନୈତିକ ଅଭିବୃଦ୍ଧି ବୃହତ୍ ମାତ୍ରାରେ ସଙ୍କୁଚିତ ହୋଇପାରେ ବୋଲି କହିଛି । ଚଳିତ ଆର୍ଥିକ ବର୍ଷରେ ୟୁକ୍ରେନ ଜିଡିପି ୩୫ ପ୍ରତିଶତ ଖସିବ, ସେହିପରି ଋଷିଆର ଅଭିବୃଦ୍ଧି ୮.୫ ପ୍ରତିଶତ ସଙ୍କୁଚିତ ହେବା ନେଇ ରିପୋର୍ଟରେ କୁହାଯାଇଛି ।
କହିରଖୁଛୁ କି, ଚଳିତ ସପ୍ତାହରେ ୨୦୨୨-୨୩ ବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଭିବୃଦ୍ଧି ହାର କମାଇଥିଲା । ପୂର୍ବରୁ ୭.୮ ପ୍ରତିଶତ ଜିଡିପି ଅଭିବୃଦ୍ଧି ନେଇ ଆକଳନ କରିଥିବା ବେଳେ ଏହାକୁ ପୁଣି ୭.୨ ପ୍ରତିଶତକୁ ହ୍ରାସ କରିଥିଲା । ଯୁଦ୍ଧ ଯୋଗୁଁ ଯୋଗାଣ ଶୃଙ୍ଖଳ ପ୍ରଭାବିତ ହୋଇଛି । ସାରା ବିଶ୍ବରେ ଉପଯୋଗ ହାର ବୃଦ୍ଧି ପାଇଛି । ୟୁକ୍ରେନ ଉପରେ ଆକ୍ରମଣ ପୂର୍ବ ୟୁରୋପରେ ମାନବୀୟ ସଙ୍କଟ ସୃଷ୍ଟି କରିଛି । ଏହିସବୁ କାରଣ ଯୋଗୁଁ ଅଭିବୃଦ୍ଧି ହାର କମାଇଛି ଆଇଏମଏଫ ।