ହାଇଦ୍ରାବଦ:ଅନଲାଇନ୍ ସପିଂ ଏବଂ ଡିଜିଟାଲ୍ କାରବାର ଆମ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଛି । ଏହାଦ୍ବାରା ଲୋକେ ଘର ବସି ସବୁ ପ୍ରକାର ସୁବିଧା ପାଇପାରୁଛନ୍ତି । ଅନ୍ୟପଟେ ଡିଜିଟାଲ ନେଣଦେଣ ସମୟରେ ଅନେକ ଠକାମୀର ଶିକାର ହେଉଥିବା ବେଳେ ବ୍ୟକ୍ତିଗତ ତଥ୍ୟ ମଧ୍ୟ ଚୋରି ହେଉଛି । ଫଳରେ କିଛି ଉପଭୋକ୍ତା ବାଧ୍ୟ ହୋଇ ଏହାକୁ ବନ୍ଦ କରୁଛନ୍ତି । ତେବେ ଅନଲାଇନ ସେବାକୁ ବ୍ୟବହାର କରିବା ସମୟରେ ନିଜକୁ ସୁରକ୍ଷିତ ରଖିବା ପାଇଁ କେତେକ ବିଶେଷ ଦିଗ ଉପରେ ଧ୍ୟାନ ଦେବା ଆବଶ୍ୟକ ।
ଡିଜିଟାଲ ନେଣଦେଣ ସମୟରେ ସତର୍କ ରହିବା ଆବଶ୍ୟକ ଅଟେ । ସାମାନ୍ୟ ଭୁଲ ଆପଣଙ୍କୁ ବିପଦରେ ପକାଇପାରେ । ଯଦି ଆପଣ ସାଇବର ଠକଙ୍କୁ ନିଜର OTP ସେୟାର କରିବେ ତାହେଲେ ଆପଣଙ୍କ ଆକାଉଣ୍ଟ ଖାଲି ହୋଇଯିବାର ସମ୍ଭାବନା ଅଧିକ ରହିଛି । କିଛି ଗୋପନୀୟ ସାଇଟରୁ ଦୂରେଇ ରୁହନ୍ତୁ । ଫିଙ୍ଗର ପ୍ରିଣ୍ଟ୍ ପରି ବିକଳ୍ପ ବ୍ୟବସ୍ଥାକୁ ଆପଣାଇବା ସହ କାହାସହ ନିଜର OTP ସେୟାର କରନ୍ତୁ ନାହିଁ ।
ଆଜିକାଲି ଅନେକ ଲୋକ ଗୁଗୁଲ ପେ, ଫୋନ ପେ ଭଳି ଅନେକ ଡିଜିଟାଲ ଆକାଉଣ୍ଟ ବ୍ୟବହାର କରିଥାନ୍ତି । ତେବେ ଏହି ଆକାଉଣ୍ଟ ଗୁଡିକର ପାସଓ୍ବାର୍ଡକୁ ବାରମ୍ବାର ପରିବର୍ତ୍ତନ କରିବା ଆବଶ୍ୟକ । ଗୋଟିଏ ପାସଓ୍ବାର୍ଡ ଅଧିକ ସମୟ ଧରି ରହିବା ଦ୍ବାରା ସାଇବର ଠକାମିର ଶିକାର ହେବାର ଅଧିକ ସମ୍ଭାବନା ରହିଛି । ପାସଓ୍ବାର୍ଡ ପରିବର୍ତ୍ତନ ସହ ଫିଙ୍ଗର ପ୍ରିଣ୍ଟ ଏବଂ ବାୟୋମେଟ୍ରିକ୍ସ ବ୍ୟବହାର କରନ୍ତୁ ।
ଗ୍ରାହକଙ୍କୁ ଠକିବା ପାଇଁ ସାଇବର ଠକମାନେ ଦିନକୁ ଦିନ ନୂଆନୂଆ ତରିକା ଆପଣାଉଛନ୍ତି । ତେବେ ଏଥିରୁ ବର୍ତ୍ତିବା ମୁସ୍କିଲ ହୋଇ ପଡ଼ୁଛି । ଯଦି ଆପଣଙ୍କୁ କେହି ଫୋନ ଯୋଗେ OTP ମାଗୁଛନ୍ତି ତେବେ ଆପଣ ଦିଅନ୍ତୁ ନାହିଁ । ଦ୍ବିସ୍ତର ସିକ୍ୟୁରିଟି ବ୍ୟବସ୍ଥା କରନ୍ତୁ । ଯାହାଦ୍ବାରା OTP ସେୟାର କରିବା ପରେ ମଧ୍ୟ ଠକେଇ ହୋଇପାରିବ ନାହିଁ । ସୁରକ୍ଷା ପାଇଁ ପାସୱାର୍ଡ, ଫିଙ୍ଗର ପ୍ରିଣ୍ଟ ଏବଂ OTP ବ୍ୟବହାର କରନ୍ତୁ ।