ଓଡିଶା

odisha

ETV Bharat / business

ବଢୁଛି ଦରଦାମ୍; ନିଜର ଓ ନିଜ ପିଲାର ଭବିଷ୍ୟତ ପାଇଁ ଆଜିଠୁ କରନ୍ତୁ ପ୍ଲାନ୍‌ - କେମିତି ମୁଦ୍ରାସ୍ଫୀତି ମୁକାବିଲା କରିବେ

କେବଳ ପିଲାଙ୍କ ଭବିଷ୍ୟତର ଆର୍ଥିକ ଆବଶ୍ୟକତା ପୂରଣ ପାଇଁ ଟଙ୍କ ସଞ୍ଚୟ କରିବା ଯଥେଷ୍ଟ ନୁହେଁ, ଉଚ୍ଚଶିକ୍ଷା ପାଇଁ ବି ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବ ଜରୁରୀ । କାରଣ ଦିନକୁ ଦିନ ଶିକ୍ଷା ଅତ୍ୟଧିକ ବ୍ୟୟବହୁଳ ହେବାରେ ଲାଗିଛି । ଯଦି ଆପଣ ବି ପିଲାଙ୍କ ପାଠପଢାକୁ ନେଇ ଚିନ୍ତିତ ତାହାହେଲେ ପଢନ୍ତୁ ଏହି ରିପୋର୍ଟ

Review your investments from time to time
Review your investments from time to time

By

Published : Jul 7, 2023, 2:21 PM IST

ହାଇଦ୍ରାବାଦ:ଜଣେ ବ୍ୟକ୍ତିଙ୍କ ୧୩ ବର୍ଷର ପୁଅ ଅଛି । ତା'ର ଉଚ୍ଚଶିକ୍ଷା ବିଷୟରେ ଚିନ୍ତା କରି ସେ ମାସକୁ ୨୫ ହଜାର ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି । କାରଣ ଆଜିର ମହଙ୍ଗା ଯୁଗରେ ପିଲାଙ୍କ ପାଠପଢ଼ା ଦିନକୁ ଦିନ ବ୍ୟୟବହୁଳ ହେବାରେ ଲାଗିଛି । ଶିକ୍ଷା ମୁଦ୍ରାସ୍ଫୀତି ବୃଦ୍ଧି ମଧ୍ୟରେ ଏବେଠୁ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ପର୍ଯ୍ୟାପ୍ତ ସଞ୍ଚୟ ନକରିବା ଭବିଷ୍ୟତରେ ବଡ଼ ଆହ୍ବାନ ହେବ । ଏଥିପାଇଁ ଅନେକ ପ୍ରକାର ଇନଭେଷ୍ଟମେଣ୍ଟ୍‌ ପ୍ଲାନ୍‌ ରହିଛି । ତାହା ହେଉଛି, ପ୍ରଥମେ ବାପା ପୁଅର ଭବିଷ୍ୟତର ଆର୍ଥିକ ଆବଶ୍ୟକତା ପାଇଁ ଯଥେଷ୍ଟ ସୁରକ୍ଷା ଯୋଗାଇବା ଉଚିତ୍ । ସେ ପୁଅ ନାଁରେ ଜୀବନ ବୀମା ପଲିସି ନେବା ଜରୁରୀ ।

ଯେହେତୁ ପୁଅର ଉଚ୍ଚଶିକ୍ଷା ପାଇଁ ଆହୁରି ୭ରୁ ୮ ବର୍ଷ ସମୟ ବାକି ଅଛି, ତେଣୁ ସେ ଏହି ସମ୍ଭାବ୍ୟ ଖର୍ଚ୍ଚ ବହନ ପାଇଁ ଇକ୍ବିଟି ଭିତ୍ତିକ ନିବେଶ ପ୍ଲାନ ଚୟନ କରିପାରିବେ । ଏଥିପାଇଁ ଇକ୍ବିଟି ମ୍ୟୁଚୁଆଲ ଫଣ୍ଡ୍‌ ଉପଯୁକ୍ତ ବିକଳ୍ପ । ଯଦି ଆପଣ ଏଥିରେ ଆଠ ବର୍ଷ ପାଇଁ ମାସିକ ୨୫ ହଜାର ଟଙ୍କା ବିନିଯୋଗ କରନ୍ତି, ତେବେ ପ୍ରାୟ ୩୬,୮୯,୯୦୦ ଟଙ୍କା ପାଇପାରିବେ । କିନ୍ତୁ ଠିକ୍ ସମୟରେ ନିବେଶ କରିବାକୁ ଭୁଲିବେ ନାହିଁ ।

ଧରାଯାଉ, ଜଣେ ୨୪ ବର୍ଷୀୟ ଯୁବକ ନିକଟରେ କୌଣସି ଚାକିରିରେ ଯୋଗ ଦେଇ ମାସିକ ୨୪ ହଜାର ଟଙ୍କା ଦରମା ପାଉଛନ୍ତି । ଏହାମଧ୍ୟରୁ ସେ ମାସକୁ ମାସ ୧୦ ହଜାର ଟଙ୍କା ନିବେଶ କରିବାକୁ ଚାହାନ୍ତି । ତାହାହେଲେ ତାଙ୍କ ପାଇଁ କେଉଁ ପ୍ଲାନ ସର୍ବୋକୃଷ୍ଟ ହେବ ?ପ୍ରଥମତଃ ତାଙ୍କୁ ନିଜ ବାର୍ଷିକ ଆୟର ଅତିକମରେ ୧୦ରୁ ୧୨ ଗୁଣା ଜୀବନ ବୀମା ପଲିସି ନେବା ଦରକାର । ଏଥିପାଇଁ ସେ କମ୍ ପ୍ରିମିୟର ଯୁକ୍ତ ଏକ ଟର୍ମ ପଲିସି ଚୟନ କରିପାରିବେ । ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ ଏବଂ ବ୍ୟକ୍ତିଗତ ଦୁର୍ଘଟଣା ବୀମା ପଲିସି ଜରୁରୀ । ପ୍ରତିମାସରେ କେତେ ଖର୍ଚ୍ଚ ହେଉଛି ତାହା ହିସାବ କରନ୍ତୁ ଏବଂ ଏକ ଏମରଜେନ୍ସି ଫଣ୍ଡ ଗଠନ କରନ୍ତୁ ଯାହା ଅତିକମରେ ଆପଣଙ୍କ ୩ରୁ ୬ ମାସ ପର୍ଯ୍ୟନ୍ତ ଆବଶ୍ୟକତା ପୂରଣ କରିପାରୁଥିବ । ସେହିଭଳି ମାସିକ ୧୦ ହଜାର ଟଙ୍କାରୁ ୩ ହଜାର ପବ୍ଲିକ ପ୍ରୋଭିଡେଣ୍ଟ୍‌ ଫଣ୍ଡ(PPF)ରେ ଡିପୋଜିଟ କରିପାରିବେ । ବାକି ୭ ହଜାର ଟଙ୍କା ବିବିଧ ଇକ୍ବିଟି ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବା ଉଚିତ୍ ।

ଏହାମଧ୍ୟ ପଢନ୍ତୁ: Digital Payment: ଡିଜିଟାଲ ପେମେଣ୍ଟ କରୁଥିଲେ ଜାଣିରଖନ୍ତୁ; ନଚେତ୍ ଖାଲି ହୋଇଯାଇପାରେ ଆକାଉଣ୍ଟ

PPFରେ ଲକ୍‌ଇନ ପିରିୟଡ ୧୫ ବର୍ଷ ଥାଏ । ଏହି ଅବଧି ପରେ ମଧ୍ୟରେ ଆପଣ ନିବେଶ ଜାରି ରଖିପାରିବେ । ଯଦି ୨୫ ବର୍ଷ ଯାଏଁ ଲଗାତାର ମାସିକ ୧୦ ହଜାଟ ଟଙ୍କା ନିବେଶ କରୁଛନ୍ତି, ତାହାହେଳେ ୧୧ ପ୍ରତିଶତ ହାରିହାରି ରିଟର୍ଣ୍ଣ ସହ ୧ କୋଟି ୩୭ ଲକ୍ଷ, ୨୯ ହଜାର ୫୯୬ ଟଙ୍କା ପାଇବେ ।

ଅନେକ ପରିବାର ମାସକୁ ସୁନାରେ ୮ ହଜାର ଟଙ୍କା ନିବେଶ କରିବାକୁ ଭାବିଥାନ୍ତି ।ତାହାହେଲେ ସେମାନେ କେଉଁ ପ୍ରକାର ସ୍କିମ ନେଇପାରିବେ ? ଏହାର ଉତ୍ତର ହେଉଛି, ସେମାନେ ସିଷ୍ଟମାଟିକ ଇନଭେଷ୍ଟମେଣ୍ଟ ପଦ୍ଧତି ଜରିଆରେ ଗୋଲ୍ଡ ବେସ୍‌ଡ ମ୍ୟୁଚୁଆଲ ଫଣ୍ଡରେ ବିନିଯୋଗ କରିବା ଦରକାର । ଯଦି ସାଧାରଣ ନିବେଶ କଥା ଭାବୁଛନ୍ତି ତାହାହେଲେ ଗୋଲ୍ଡ ଫଣ୍ଡରେ ୨ ହଜାର ଟଙ୍କା ବିନିଯୋଗ କରିବା ଉଚିତ୍ । ବାକି ଅର୍ଥ ଇକ୍ବିଟି ହାଇବ୍ରିଡ ଓ ବାଲାନ୍ସ ଆଡଭାଣ୍ଟେଜ ଫଣ୍ଡରେ ଲଗାନ୍ତୁ । ଏଥିରେ ୫ ବର୍ଷ ଯାଏଁ ବିନିଯୋଗ ଜାରି ରଖିବା ଭଲ ।

ଯଦି ଜଣେ ବ୍ୟକ୍ତି ୪ ବର୍ଷ ପାଇଁ ୟୁନିଟ ବେସଡ୍ ପଲିସି ନେଇଛନ୍ତି । ଚଳିତ ବର୍ଷ ମାର୍ଚ୍ଚରେ ପ୍ରିମିୟମ ପୈଠ କରିନାହାନ୍ତି ତାହାହେଲେ ଏହା କ'ଣ ରବ୍ଦ ହୋଇଯିବ ? ୟୁନିଟ ବେସଡ ପଲିସିର ଲକ ଇନ ପିରିୟଡ ସାଧାରଣତଃ ୫ ବର୍ଷ ହୋଇଥାଏ । ତେଣୁ ଏହାର ଏକ୍ସାପାରୀ ପର୍ଯ୍ୟନ୍ତ ପ୍ରିମିୟମ ଦିଅନ୍ତୁ । ନଚେତ୍ ପଲିସି ରବ୍ଦ ହୋଇଯାଇପାରେ ।

ABOUT THE AUTHOR

...view details