ଓଡିଶା

odisha

By

Published : Jul 7, 2022, 9:00 AM IST

ETV Bharat / business

ଫେକ୍ ଇନସ୍ୟୁରାନ୍ସ ଏଜେଣ୍ଟ କଲ୍‌କୁ ଏଡାନ୍ତୁ, ନିଜ ଟଙ୍କା ସୁରକ୍ଷିତ କରନ୍ତୁ

ଆଜିକାଲି ପ୍ରାୟ ସମସ୍ତ ଲୋକେ ଜୀବନ ବୀମା(life insurance policy) ନେଇଥାନ୍ତି । ଜୀବନ ବୀମା ବା ଲାଇଫ ଇନସ୍ୟୁରାନ୍ସ ଦୁର୍ଘଟଣା, ମାରାତ୍ମକ ରୋଗ ଏବଂ ବାର୍ଦ୍ଧକ୍ୟଜନିତ ମୃତ୍ୟୁରୁ ଆପଣଙ୍କ ପରିବାରକୁ ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ । ହେଲେ ଅନେକ ସମୟରେ ଦେଖାଯାଉଛି ଯେ, ଲୋକଙ୍କ ନିକଟରୁ ବିଭିନ୍ନ ବୀମା ସ୍କିମ୍ ସଂକ୍ରାନ୍ତୀୟ କଲ୍ ଆସୁଛି । ଠକମାନେ ଆକର୍ଷଣୀୟ ଅଫର୍ ଆଳରେ ପଲିସିଧାରକଙ୍କୁ ଠକେଇ କରୁଛନ୍ତି । ତେବେ ଜାଣନ୍ତୁ କିପରି ଏଥିରୁ ବର୍ତ୍ତିବେ

ଫେକ୍ ଇନସ୍ୟୁରାନ୍ସ ଏଜେଣ୍ଟ କଲ୍‌କୁ ଏଡାନ୍ତୁ, ନିଜ ଟଙ୍କା ସୁରକ୍ଷିତ କରନ୍ତୁ
ଫେକ୍ ଇନସ୍ୟୁରାନ୍ସ ଏଜେଣ୍ଟ କଲ୍‌କୁ ଏଡାନ୍ତୁ, ନିଜ ଟଙ୍କା ସୁରକ୍ଷିତ କରନ୍ତୁ

ହାଇଦ୍ରାବାଦ: କଠିନ ପରିସ୍ଥିତିରେ ପରିବାରର ସୁରକ୍ଷା ପାଇଁ ଜୀବନ ବୀମା ପଲିସି(life insurance policy) ନେବା ଅତ୍ୟନ୍ତ ଜରୁରୀ ହୋଇପଡିଛି । ଆଜିକାଲି ପ୍ରାୟ ସମସ୍ତ ଲୋକେ ଜୀବନ ବୀମା ନେଇଥାନ୍ତି । ଜୀବନ ବୀମା ବା ଲାଇଫ ଇନସ୍ୟୁରାନ୍ସ ଦୁର୍ଘଟଣା, ମାରାତ୍ମକ ରୋଗ ଏବଂ ବାର୍ଦ୍ଧକ୍ୟଜନିତ ମୃତ୍ୟୁରୁ ଆପଣଙ୍କ ପରିବାରକୁ ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ । ଯେତେବେଳେ କୌଣସି କାରଣ ଯୋଗୁଁ ପଲିସିଧାରକ(policyholder)ଙ୍କ ମୃତ୍ୟୁ ଘଟେ, କମ୍ପାନୀ ବ୍ୟକ୍ତିଙ୍କ ବୀମା ପଲିସିର ଟର୍ମ ଅନୁଯାୟୀ ହିତାଧିକାରୀ ବା ନୋମିନିଙ୍କୁ କ୍ଲେମ ଦେଇଥାଏ । ହେଲେ ଅନେକ ସମୟରେ ଦେଖାଯାଉଛି ଯେ, ଲୋକଙ୍କ ନିକଟକୁ ବିଭିନ୍ନ ବୀମା ସ୍କିମ ସଂକ୍ରାନ୍ତୀୟ କଲ୍ ଆସୁଛି । ଠକମାନେ ଆକର୍ଷଣୀୟ ଅଫର୍ ଆଳରେ ପଲିସିଧାରକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରୁଛନ୍ତି । ତେଣୁ କେବେ ବି କୌଣସି ଫୋନ କଲ୍‌ କିମ୍ବା ଇମେଲ ମେସେଜର ବିଶ୍ବାସ କରନ୍ତୁ ନାହିଁ । ଏହାସହିତ କୌଣସି ସନ୍ଦେହଜନକ ଲିଙ୍କକୁ ମଧ୍ୟ କ୍ଲିକ୍ କରନ୍ତୁ ନାହିଁ । ନଚେତ୍ କ୍ଷଣିକ ମଧ୍ୟରେ ଆପଣ ଜୀବନଯାକର ପୁଞ୍ଜି ହରାଇପାରନ୍ତି ।

ଯେତେବେଳେ କିଛି ବୀମା ବା ଇନସ୍ୟୁରାନ୍ସ ପଲିସି ଚୟନ କରୁଛନ୍ତି, ସର୍ବଦା ଚିନ୍ତା କରିବେ ଏହା ଆପଣଙ୍କ ପାଇଁ କେତେ ଉପାଦେୟ ହେବ ? ଏହି ପଲିସି ନିବେଶ କ୍ଷେତ୍ରରେ ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବ ଅବା ଅବସର ପରେ ଏହା ଉପଯୋଗୀ ହେବ ସେ ଦିଗରେ ମଧ୍ୟ ଯଥେଷ୍ଟ ସଚେତନ ହେବା ଜରୁରୀ । ତେବେ ଆଜିକାଲି ଠକମାନେ କେଉଁ ପ୍ରକାର ମେସେଜ ସବୁ ପଠାଉଛନ୍ତି, ସେ ବିଷୟରେ ଧାରଣା ରଖିବା ଜରୁରୀ ।

ଯେପରକି ଆପଣ କୌଣସି ମେସେଜ କିମ୍ବା ଫୋନ ପାଇପାରନ୍ତି ଯେ, ୧୨ ବର୍ଷ ଯାଏଁ ବାର୍ଷିକ 1,60,000 ଟଙ୍କା ଦିଅନ୍ତୁ । ଏହାଦ୍ବାରା ୧୨ ବର୍ଷ ପରେ ଆପଣ ୩୫ ଲକ୍ଷ ଇନସ୍ୟୁରାନ୍ସ ସୁରକ୍ଷା ସହ ୧ କୋଟି ଟଙ୍କା ପାଇବେ । ସାଧାରଣତଃ ପାରମ୍ପରିକ ଲାଇଫ୍ ଇନସ୍ୟୁରାନ୍ସ ପଲିସି ପ୍ରିମିୟମ ରାଶିରୁ କମିଶନ ପେମେଣ୍ଟ ଏବଂ ଅନ୍ୟ ଖର୍ଚ୍ଚକୁ ବାହାର କରି ବାକି ଅର୍ଥକୁ ସରକାରୀ ସିକ୍ୟୁରିଟିଜ ଏବଂ ଅନ୍ୟାନ୍ୟ ସୁରକ୍ଷିତ ସ୍କିମରେ ନିବେଶ କରିଥାଏ । ଏହିସବୁ ନିବେଶରୁ ହାରାହାରି ରିଟର୍ଣ୍ଣ ପ୍ରାୟ ୬ ପ୍ରତିଶତ ରହିଥାଏ । ଏହାକୁ ବିଚାର କଲେ, ୩୫ ବର୍ଷ ପରେ ପଲିସିଧାରକ ୧ କୋଟି ପାଇବାକୁ ସକ୍ଷମ ହେବେ । ତେଣୁ ୧୨ ବର୍ଷ ୧ କୋଟି ଟଙ୍କା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଉଥିବା କମ୍ପାନୀ ତଥା ଏଜେଣ୍ଟଙ୍କ କଲ୍ ଠାରୁ ଦୂରେଇ ରୁହନ୍ତୁ । ନିବେଶ କରିବା ପୂର୍ବରୁ ଇନସ୍ୟୁରାନ୍ସ ପଲିସି ଡକ୍ୟୁମେଣ୍ଟରେ ଦିଆଯାଇଥିବା ସର୍ତ୍ତାବଳୀ ଯାଞ୍ଚ କରନ୍ତୁ ।

ଯଦି ଆପଣଙ୍କୁ କେହି କମ୍ ପ୍ରିମିୟର ରାଶି ପ୍ରତିବଦଳରେ ୧ କୋଟିର ଇନସ୍ୟୁରାନ୍ସର ଅଫର୍ କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ଏଥିରେ ନିବେଶ ବିଷୟରେ ଚିନ୍ତା କରିବା ପୂର୍ବରୁ ଏହାକୁ ଭଲ ଯାଞ୍ଚ କରନ୍ତୁ ଏବଂ ଉକ୍ତ ଦାବିର ଉପଯୁକ୍ତ ରେକର୍ଡ ପେମେଣ୍ଟ ରହିଛି ଅବା ନାହିଁ ତାହା ଦେଖନ୍ତୁ । କାରଣ ସାମାନ୍ୟ ଦାୟିତ୍ବହୀନତା ଆପଣଙ୍କୁ ବଡ ଘାଟାରେ ପକାଇପାରେ । ତେଣୁ ସବୁବେଳେ ଠକ ଇନସ୍ୟୁରାନ୍ସ କମ୍ପାନୀ ଏବଂ ଏଜେଣ୍ଟଙ୍କ ଠାରୁ ଦୂରେଇ ରୁହନ୍ତୁ ।

ABOUT THE AUTHOR

...view details