ହାଇଦ୍ରାବାଦ:'ସ୍ବାସ୍ଥ୍ୟ ହିଁ ସମ୍ପଦ' । ଗରିବ ଠାରୁ ଆରମ୍ଭ କରି ଧନୀ ଲୋକ ପର୍ଯ୍ୟନ୍ତ ସମସ୍ତେ ସ୍ବାସ୍ଥ୍ୟ ବୀମା (Health Insurance)ପ୍ରତି ମନବଳେଇଥାନ୍ତି । ବର୍ତ୍ତମାନ ଖାଦ୍ୟ ସାମଗ୍ରୀ ଦରଦାମ ସହ ଜୀବନ ରକ୍ଷାକାରୀ ମେଡିସିନର ମୂଲ୍ୟ ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଉଛି । ତେଣୁ ନିଜକୁ ଏବଂ ନିଜ ପରିବାରକୁ ଅପ୍ରତ୍ୟାଶିତ ବ୍ୟାଧି କିମ୍ବା ଅନ୍ୟାନ୍ୟ ମେଡିକାଲ ଏମର୍ଜେନ୍ସିରୁ ରକ୍ଷା କରିବା ପାଇଁ ସ୍ବାସ୍ଥ୍ୟ ବୀମା ନେବା ନିତାନ୍ତ ଜରୁରୀ ହୋଇପଡିଛି । ଜଣେ ଲୋକ ସ୍ବାସ୍ଥ୍ୟ ବୀମା କରି ଚିକିତ୍ସା ପାଇଁ ଡାକ୍ତରଖାନା ଯାଏ ସେତେବେଳେ ଆରାମରେ ଚିକିତ୍ସା ହୋଇପାରିଥାଏ । ଯଦି ଜଣେ ଗରିବ ଶ୍ରଣୀର ଲୋକ ସ୍ବାସ୍ଥ୍ୟ ବୀମା ବିନା ଚିକିତ୍ସିତ ହୋଇଥାଏ ତେବେ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ଯାହାକୁ ଜଣେ ଗରିବ କିମ୍ବା ମଧ୍ୟବିତ୍ତ ପରିବାର ପାଇଁ କଷ୍ଟସାଧ୍ୟ ହୋଇଥାଏ । ଏଥିଲାଗି ସମୟ ଥାଉ ଥାଉ ସ୍ବାସ୍ଥ୍ୟ ବୀମା କରିନେବା ଆବଶ୍ୟକ । ସ୍ବାସ୍ଥ୍ୟ ବୀମା ସବୁ ଶ୍ରେଣୀର ଲୋକଙ୍କ ପାଇଁ ନିହାତି ଜରୁରୀ ଅଟେ ।
ଉଦାହରଣ ସ୍ବରୂପ ଯଦି ଜଣକର 5 ଲକ୍ଷ ଟଙ୍କା ପାଇଁ ଏକ ବୀମା ପଲିସି ରହିଛି ଏବଂ କିଛି ଅସୁସ୍ଥତା ହେତୁ ତିନିମାସ ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତେବେ ସେ ସଂପୂର୍ଣ୍ଣ ବୀମା ରାଶି 5 ଲକ୍ଷ ଟଙ୍କା ବ୍ୟବହାର କରିପାରିବେ । ତେବେ ଦ୍ବିତୀୟ ଥର ଚିକିତ୍ସା ପାଇଁ ପୁନଃ ୯ମାସ ଅପେକ୍ଷା କରିବାକୁ ପଡିବ । ଯଦି ତାଙ୍କୁ ଅନ୍ୟ ଅସୁସ୍ଥତା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିବ ଏବଂ 2 ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ ତେବେ ତାଙ୍କ ପକେଟରୁ ଟଙ୍କା ଦେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ୫ ଲକ୍ଷ ଟଙ୍କାର ବୀମା ସରିବା ପରେ ସମୟ ସରି ନଥିଲେ ସୁଦ୍ଧା ଯଦି ପୁନଃ ବୀମା ପଲିସ ଆକ୍ଟିଭ କରିବେ ତେବେ ପୁନଃ ଚିକିତ୍ସା ସୁବିଧା ପାଇପାରିବେ ।
ଅନ୍ୟପଟେ ଜଣେ ପଲିସି ଧାରୀ ୫ ଲକ୍ଷ ଟଙ୍କାର ବୀମା ପଲିସି ନେଇଥାଏ ଏବଂ ଏଥିରୁ ୪ ଲକ୍ଷ ଟଙ୍କା ବର୍ଷକ ମଧ୍ୟରେ ଖର୍ଚ୍ଚ କରିଥାଏ ତେବେ ଅବଶିଷ୍ଟ ୧ ଲକ୍ଷ ଟଙ୍କାର ପଲିସି ପୁନଃ ଆଗାମୀ ବର୍ଷକୁ ସ୍ଥାନାନ୍ତର ହୋଇପାରିବ ନାହିଁ ।
ସମାନ ରୋଗରେ ଦ୍ବିତୀୟ ଥର ଚିକିତ୍ସା ପାଇଁ ସୁବିଧା