ଓଡିଶା

odisha

ETV Bharat / business

ଉପଭୋକ୍ତାଙ୍କୁ ନ୍ୟାୟ ଦେଇଛି GST: ଅର୍ଥମନ୍ତ୍ରୀ - ଜିଏସଟିକୁ ନେଇ ଅର୍ଥମନ୍ତ୍ରୀଙ୍କ ମନ୍ତବ୍ୟ

ପୂର୍ବ ସରକାର ତୁଳନାରେ ଜିଏସଟି ପାଇଁ ଦେଶରେ ମହଙ୍ଗା ମାଡରୁ ଗ୍ରାହକଙ୍କୁ ଆଶ୍ବସ୍ତି ମିଳିଛି । ଉପଭୋକ୍ତାଙ୍କୁ ନ୍ୟାୟ ଦେଇଛି ଜିଏସଟି ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅଧିକ ପଢନ୍ତୁ

6th anniversary of GST regime
Nirmala Sitharaman on GST

By

Published : Jul 2, 2023, 1:00 PM IST

ନୂଆଦିଲ୍ଲୀ:2017 ଜୁଲାଇ 1 ତାରିଖରେ ଦେଶରେ ଜିଏସଟି ବ୍ୟବସ୍ଥା ଲାଗୁ ହୋଇଥିଲା । ଏହି ବ୍ୟବସ୍ଥାକୁ 6 ବର୍ଷ ପୂରଣ ହୋଇଛି । ଜିଏସଟି ଲାଗୁ ହେବା ଫଳରେ ଦେଶରେ ମହଙ୍ଗା କମିଛି । ଉପଭୋକ୍ତାଙ୍କୁ ନ୍ୟାୟ ଦେଇଛି ଜିଏସଟି ବ୍ୟବସ୍ଥା । ଜିଏସଟି ଲାଗୁ ହେବା ପୂର୍ବରୁ ଦେଶରେ ଟିକସ ବ୍ୟବସ୍ଥା ଖଣ୍ଡବିଖଣ୍ଡିତ ହୋଇ ରହିଥିଲା । GST ବ୍ୟବସ୍ଥାକୁ 6 ବର୍ଷ ପୂରଣ ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆହୁରି କହିଛନ୍ତି,'' ଜିଏସଟି ବ୍ୟବସ୍ଥା ଲାଗୁ ହେବା ପୂର୍ବରୁ ଦେଶରେ ପରୋକ୍ଷ କର ବ୍ୟବସ୍ଥା ଅବବ୍ୟସ୍ଥିତ ରହିଥିଲା । ଜିଏସଟି ଅଧିକ କର ବୃଦ୍ଧି କରିଛି । ଜିଏସଡିପି ଅଭିବୃଦ୍ଧି ଅପେକ୍ଷା ଟିକସ ସଂଗ୍ରହ ବୃଦ୍ଧି ହୋଇଛି । ଉଭୟ ରାଜ୍ୟ ଏବଂ କେନ୍ଦ୍ର ଲାଭବାନ ହୋଇଛନ୍ତି । ଆଜି ଜିଏସଟି ପାଇଁ କୋଭିଡ ସତ୍ତ୍ବେ କୌଣସି ରାଜ୍ୟ କ୍ଷତି ସହି ନାହାନ୍ତି । ମୁଣ୍ଡରେ ଲଗାଉଥିବା ତେଲ, ଟୁଥପେଷ୍ଟ, ସାବୁନ, ଅତର ଏବଂ ସର୍ଫ ଉପରେ ହାରାହାରି ପ୍ରି-ଜିଏସଟି କର ପ୍ରାୟ 28% ଥିଲା । ଯାହା ବର୍ତ୍ତମାନ ଜିଏସଟି ପାଇଁ 18%କୁ କମିଛି । ସାଧାରଣ ବ୍ୟବହାରକାରୀ ସାମଗ୍ରୀ ଯେପରି ଗ୍ରାଇଣ୍ଡର, ଫ୍ରିଜ ଓ ଟିଭି ଉପରେ ପ୍ରି-ଜିଏସଟି କର 31.5% ଥିଲା ବର୍ତ୍ତମାନ ତାହା ଜିଏସଟି ଲାଗୁ ହେବା ପରେ 12% କମିଛି । ଅନେକ ସାଧାରଣ ବ୍ୟବହୃତ ଜିନିଷ ଉପରେ ସମ୍ପୂର୍ଣ୍ଣ ଜିଏସଟି ଛାଡ କରାଯାଇଛି । ''

ଏହା ବି ପଢନ୍ତୁ....GST ଆଦାୟରେ ସର୍ବାଧିକ; ଦେଶରେ ୧. ୮୭ ଲକ୍ଷ କୋଟି ଓ ରାଜ୍ୟରେ ୫୦୩୫.୭୪ କୋଟି

ରାହୁଲଙ୍କୁ ନିର୍ମଳାଙ୍କ ଟାର୍ଗେଟ:ଜିଏସଟିକୁ 6 ବର୍ଷ ପୂରଣ ଅବସରରେ ପ୍ରତିକ୍ରିୟା ରଖି ରାହୁଲ ଗାନ୍ଧୀଙ୍କୁ ପରୋକ୍ଷ ଭାବରେ ଟାର୍ଗେଟ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଜିଏସଟି ବ୍ୟବସ୍ଥା ସାଧାରଣ ଲୋକକଙ୍କ ପାଇଁ ଅଶ୍ବସ୍ତି ଆଣିଛି । ସାଧାରଣ ଉପଭୋକ୍ତା ହୁଅନ୍ତୁ ବା ରାଜ୍ୟ ସରକାର ଜିଏସଟି ଏକ ଉଦାହରଣ ହୋଇ ଛିଡା ହୋଇଛି । ଜିଏସଟି ପାଇଁ ବୋଝ ବଢିଥିବା ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିଶାନା କରି ଅର୍ଥମନ୍ତ୍ରୀ ଏହା କହିଛନ୍ତି ।

ଜୁନରେ GST ଆଦାୟ:ଚଳିତ ମାସରେ ରେକର୍ଡ ସଂଖ୍ୟକ ଜିଏସଟି ଆଦାୟ ହୋଇଛି । 2023 ଜୁନ ମାସରେ 1.61 ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ କରାଯାଇଛି । ରାଜସ୍ବ ସଂଗ୍ରହରେ ଜୁନ 2023ରେ ଗତ ବର୍ଷ ଅପେକ୍ଷା ଚଳିତ ମାସରେ 12 ପ୍ରତିଶତ ଅଧିକ ଜିଏସଟି ଆଦାୟ ହୋଇଛି । ଏହା ପୂର୍ବରୁ ଏପ୍ରିଲରେ ଜିଏସଟି 1.87 ଲକ୍ଷ କୋଟିର ରେକର୍ଡ କରିଥିଲା । ମେ ମାସରେ 1.57 ଲକ୍ଷ କୋଟି ଜିଏସଟି ଆଦାୟ ହୋଇଥିଲା । ଗତ 6 ବର୍ଷରେ କେନ୍ଦ୍ର ସରକାର ବଡ ମାତ୍ରାରେ ଜିଏସଟି ଆଦାୟ କରିଛନ୍ତି । ଦେଶରେ 1,61, 497 କୋଟିର ଜିଏସଟି ସଂଗ୍ରହ ହୋଇଛି । ଦେଶରେ ପରୋକ୍ଷ ଟିକସ କ୍ଷେତ୍ରରେ ବଡ ସଂସ୍କାର ଜିଏସଟି କାର୍ଯ୍ୟକ୍ଷମ । 2017 ଜୁଲାଇ 1 ତାରିଖରେ ଜିଏସଟି ବ୍ୟବସ୍ଥା ଲାଗୁ ହୋଇଥିଲା ।

ABOUT THE AUTHOR

...view details