ଓଡିଶା

odisha

ETV Bharat / business

Fake Reviews ଦେଉଥିବା କମ୍ପାନୀ ଉପରେ ପଡିବ ଛାଟ ! ନଭେମ୍ବର ୨୫ରୁ ନୂଆ ନିୟମ - କେନ୍ଦ୍ର ଗ୍ରାହକ ବ୍ଯାପାର ମନ୍ତ୍ରଣାଳୟ

ନକଲି ରିଭ୍ୟୁ(Fake Reviews) ଦେଇ ପ୍ରଡକ୍ଟ ବିକ୍ରି କରୁଥିବା କମ୍ପାନୀ ଉପରେ ପଡିବ କେନ୍ଦ୍ରର ଛାଟ । ଟଙ୍କା ଦେଇ ଯେକୌଣସି ପ୍ରଡକ୍ଟ ଉପରେ ଭଲ ରିଭ୍ୟୁ ଦେଉଥିବା କମ୍ପାନୀ ବିରୁଦ୍ଧରେ ନଭେମ୍ବର 25ରୁ ନୂଆ ନିୟମ । ଅଧିକ ପଢନ୍ତୁ

Fake Reviews ଦେଉଥିବା କମ୍ପାନି ଉପରେ ପଡିବ ଛାଟ ! ଆସନ୍ତାକାଲିଠୁ ନୂଆ ନିୟମ
Fake Reviews ଦେଉଥିବା କମ୍ପାନି ଉପରେ ପଡିବ ଛାଟ ! ଆସନ୍ତାକାଲିଠୁ ନୂଆ ନିୟମ

By

Published : Nov 24, 2022, 1:27 PM IST

ନୂଆଦିଲ୍ଲୀ: ଇ-କମର୍ସ ୱେବସାଇଟ୍ ବା ପ୍ଲାଟଫର୍ମରେ ଲାଗୁ ହେବ କଡା ନିୟମ । ନକଲି ରିଭ୍ୟୁ(Fake Reviews) ଦେଇ ନିଜର ପ୍ରଡକ୍ଟ ବିକ୍ରି କରୁଥିବା କମ୍ପାନୀ ଉପରେ ପଡିବ କେନ୍ଦ୍ରର ଛାଟ । ଟଙ୍କା ଦେଇ ଯେକୌଣସି ପ୍ରଡକ୍ଟ ଉପରେ ଭଲ ରିଭ୍ୟୁ ଦେଉଥିବା କମ୍ପାନୀ ବିରୁଦ୍ଧରେ ନିଆଯିବ ଏହି କାର୍ଯ୍ୟାନୁଷ୍ଠାନ । ଅନ୍‌ଲାଇନ୍ ସପିଂକୁ ସ୍ବଚ୍ଛ କରିବା ଉଦ୍ଦେଶ୍ୟରେ ଏହି ନୂତନ ନିୟମ ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର(Govt sets framework for protecting consumer) । ଆସନ୍ତାକାଲି(ନଭେମ୍ବର 25) ଠାରୁ ସମଗ୍ର ଦେଶରେ ଲାଗୁ ହେବ ଏହି ନିୟମ ।

ସୂଚନା ଅନୁଯାୟୀ, କେନ୍ଦ୍ର ଗ୍ରାହକ ବ୍ଯାପାର ମନ୍ତ୍ରଣାଳୟ(Department of Consumer Affairs) ଏହି ନୂଆ ନିୟମ ଲାଗୁ କରିବାକୁ ଯାଉଛି । ମନ୍ତ୍ରଣାଳୟ, ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ(Bureau of Indian Standards, BIS) ସହଭାଗିତାରେ ଏହି ନିୟମ ପ୍ରସ୍ତୁତ କରିଛନ୍ତି । ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଅନ୍‌ଲାଇନ୍ ସପିଂ ଆପ୍‌କୁ ପ୍ରଡକ୍ଟର ରିଭ୍ୟୁ ଉପରେ ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ପଡିବ । ଯଦି କମ୍ପାନୀ ଟଙ୍କା ଦେଇ ଭଲ ରିଭ୍ୟୁ ଲେଖିଥିବେ, ତେବେ ତାହାକୁ ପେଡ୍ ରିଭ୍ୟୁ(Paid Review) ବୋଲି ଉଲ୍ଲେଖ କରିବାକୁ ବାଧ୍ୟ ହେବେ । ଏଥିସହ ଏହି ରିଭ୍ୟୁ କେବେ ଏବଂ କାହାର ତା'ର ସମ୍ପୂର୍ଣ୍ଣ ଡାଟା ଦେବେ ଇ-କମର୍ସ ପ୍ଲାଟଫର୍ମ ।

ସେହିପରି ଥାର୍ଡ ପାର୍ଟି ରିଭ୍ୟୁ ବା ତୃତୀୟ ପକ୍ଷ ଦ୍ବାରା ଲେଖା ଯାଇଥିବା ବା କିଣାଯାଇଥିବା ରିଭ୍ୟୁକୁ ସମ୍ପୂର୍ଣ୍ଣ ନିଷେଧ କରିଛନ୍ତି କେନ୍ଦ୍ର ସରକାର । ଯଦି ନିୟମ ଉଲ୍ଲଙ୍ଘନ ହୁଏ ତେବେ ଜରିମାନେ ଗଣିବ ସମ୍ପୃକ୍ତ କମ୍ପାନୀ । ଏହା ସହିତ ଯଦି, କମ୍ପାନୀଗୁଡିକ ପାଇଁ ଉଦ୍ଦେଶ୍ୟମୂଳକ ଭାବେ କେହି ନକରାତ୍ମକ ରିଭ୍ୟୁ କରନ୍ତି ତେବେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତାଙ୍କ ଉପରେ ୧୦ରୁ ୫୦ ଲକ୍ଷ ପର୍ଯ୍ୟନ୍ତ ଜରିମାନା ଲଗାଇବାର ନିୟମ ହୋଇଛି ।

ସରକାର କହିଛନ୍ତି ଯେ, କମ୍ପାନୀଗୁଡିକ ସେମାନଙ୍କ ସ୍ତରରେ ଅନେକ ନିୟମ କରିଛନ୍ତି ଏବଂ ସେମାନଙ୍କର ଆଇନଗତ ଭାବରେ ଅନେକ ଅଧିକାର ରହିଛି । ଏଭଳି ପରିସ୍ଥିତିରେ ଗ୍ରାହକଙ୍କ ପାଇଁ BIS(Bureau of Indian Standards) ମାନକ ନିୟମାବଳୀ ଆଧାରରେ ଏହାକୁ ନବୀକରଣ କରିବାର ଆବଶ୍ୟକତା ଅଛି । ଯଦି କମ୍ପାନୀଗୁଡିକ ନୂତନ ନିୟମରେ ରାଜି ନ ହୁଅନ୍ତି ତେବେ ନିୟମ ବାଧ୍ୟତାମୂଳକ କରାଯାଇପାରିବ । ଯଦି କମ୍ପାନୀଗୁଡିକ ନକଲି ରିଭ୍ୟୁ ଉପରେ ସଚେତନ ନଥାନ୍ତି କିମ୍ବା ନୂତନ ନିୟମକୁ ଗ୍ରହଣ ନ କରନ୍ତି ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଖାଉଟି ବ୍ୟାପାର ମନ୍ତ୍ରଣାଳୟ(Ministryof Consumer Affairs) ସଚିବ ରୋହିତ କୁମାର ସିଂଙ୍କ କହିଛନ୍ତି ଯେ, "ନୂତନ ନିୟମ ଦ୍ୱାରା କିଛି କମ୍ପାନୀ କ୍ଷତିଗ୍ରସ୍ତ ହୋଇପାରନ୍ତି, କିନ୍ତୁ ଉପଭୋକ୍ତା ଉପକୃତ ହେବେ । ମନ୍ତ୍ରଣାଳୟର ଅନଲାଇନ୍ ସପିଂ ଏବଂ ବ୍ୟବସାୟ ପାଇଁ ସଠିକ୍ ରିଭ୍ୟୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତ ଏହା କରିବାରେ ପ୍ରଥମ ଦେଶ, ଅନ୍ୟାନ୍ୟ ବିକଶିତ ଦେଶ ଏହି ସମସ୍ୟାର ମୁକାବିଲା କରୁଛନ୍ତି ଏବଂ ଢାଞ୍ଚା ଗଠନ ପ୍ରକ୍ରିୟାରେ ଅଛନ୍ତି ।"

ABOUT THE AUTHOR

...view details