ଓଡିଶା

odisha

By ETV Bharat Odisha Team

Published : Jan 8, 2024, 9:16 PM IST

ETV Bharat / business

ମୋଦିଙ୍କ ଗସ୍ତ ପ୍ରଭାବ: ଗୁଗୁଲ ଓ ମେକ ମାଇଁ ଟ୍ରିପରେ ବଢୁଛି ଲାକ୍ଷାଦ୍ବୀପର କ୍ରେଜ

Search for Lakshadweep skyrocket: ଗୁଗୁଲ, ମେକ ମାଇଁ ଟ୍ରିପରେ ଲାକ୍ଷାଦ୍ବୀପର ବଢୁଛି କ୍ରେଜ । 'ମେକ ମାଇଁ ଟ୍ରିପ'ଆରମ୍ଭ କରିଛି 'ବିଚେସ୍ ଅଫ ଇଣ୍ଡିଆ' କ୍ୟାମ୍ପେନ  । ଅଧିକ ପଢନ୍ତୁ

ମୋଦିଙ୍କ ଲାକ୍ଷାଦ୍ବୀପ ଗସ୍ତ ପ୍ରଭାବ ; ଗୁଗୁଲ ଓ ମେକ ମାଇଁ ଟ୍ରିପରେ ବଢୁଛି ଲାକ୍ଷାଦ୍ବୀପର କ୍ରେଜ
ମୋଦିଙ୍କ ଲାକ୍ଷାଦ୍ବୀପ ଗସ୍ତ ପ୍ରଭାବ ; ଗୁଗୁଲ ଓ ମେକ ମାଇଁ ଟ୍ରିପରେ ବଢୁଛି ଲାକ୍ଷାଦ୍ବୀପର କ୍ରେଜ

ହାଇଦ୍ରାବାଦ:ଭାରତ ମାଳଦ୍ବୀପ ବିବାଦ ମଧ୍ୟରେ ଭାରତୀୟ ପର୍ଯ୍ୟଟନ ପାଇଁ ଆସିଛି ଖୁସି ଖବର । ଗତ ୨୦ ବର୍ଷ ମଧ୍ୟରେ ଇଣ୍ଟରନେଟ ସର୍ଚ୍ଚ ଇଞ୍ଜିନ ଗୁଗୁଲରେ ଲୋକ ମାନେ ଲାକ୍ଷାଦ୍ବୀପକୁ ସର୍ବାଧିକ ଥର ସର୍ଚ୍ଚ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ବୀପ ଗସ୍ତ ଏହା ପଛର କାରଣ ବୋଲି ଅନୁମାନ କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦି ସେଠାକାର ସମୁଦ୍ର ବେଳାଭୂମିରେ ସମୟ ଅତିବାହିତ କରିବା ସହ ସ୍ନୋରକେଲିଙ୍ଗ ଭଳି ଦୁଃସାହାସିକ କ୍ରୀଡାରେ ମଧ୍ୟ ଭାଗ ନେଇଥିଲେ । ସୋମବାର ଦିନ ଭାରତର ପ୍ରମୁଖ ଅନଲାଇନ ଟ୍ରାଭେଲ କମ୍ପାନୀ 'ମେକ ମାଇଁ ଟ୍ରିପ୍' କହିଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ସୁନ୍ଦର ଦ୍ବୀପପୁଞ୍ଜକୁ ଗସ୍ତ କରିବା ପର ଠାରୁ 'ବିଚ୍ ଡେଷ୍ଟିନେସନ' କ୍ୟାଟେଗୋରୀରେ ଲାକ୍ଷାଦ୍ବୀପର ସର୍ଚ୍ଚ କରିବାର ମାତ୍ରା ୩୪୦୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଯାହାକୁ ଲକ୍ଷ୍ୟ କରି 'ମେକ ମାଇଁ ଟ୍ରିପ'ଆରମ୍ଭ କରିଛି 'ବିଚେସ୍ ଅଫ ଇଣ୍ଡିଆ' କ୍ୟାମ୍ପେନ । ଭାରତୀୟ ପର୍ଯ୍ୟଟକ ମାନଙ୍କୁ ଦେଶ ମଧ୍ୟରେ ଥିବା ଅନେକ ବେଳାଭୂମିକୁ ପରିଭ୍ରମଣ ପାଇଁ ନାନା ଅଫର ଓ ଡିସକାଉଣ୍ଟ ପ୍ରଦାନ କରିବା ଏହାର ଲକ୍ଷ୍ୟ ।

'ମେକ ମାଇ ଟ୍ରିପ'ର ଚିଫ ମାର୍କେଟିଙ୍ଗ ଓ ବିଜନେସ ଅଫିସର ରାଜ ରିଷି ସିଂହ କହିଛନ୍ତି ଯେ ଆମେ 'ବିଚେସ ଅଫ ଇଣ୍ଡିଆ' କ୍ୟାମ୍ପେନ ଲଞ୍ଚ କରୁଛୁ । ଏହି କ୍ୟାମ୍ପେନ ଅନ୍ତର୍ଗତ ପର୍ଯ୍ୟଟକମାନେ ଭାରତର ସୁନ୍ଦର ଓ ଆକର୍ଷଣୀୟ ବେଳାଭୂମି ଗୁଡିକ ବିଷୟରେ ଜାଣି ପାରିବେ । କିପରି ଯିବେ, କେଉଁ ରାଜ୍ୟକୁ ଯିବେ ଏବଂ କେମିତି ବୁକ୍ କରିବେ ଏସମସ୍ତ ତଥ୍ୟ ଏଥିରେ ଉପଲବ୍ଧ ରହିବ । ଏତଦ ବ୍ୟତୀତ ପର୍ଯ୍ୟଟକ ମାନଙ୍କୁ ବିଭିନ୍ନ ଲୋଭନୀୟ ଅଫର ଓ ଡିସକାଉଣ୍ଟ ମଧ୍ୟ ପ୍ରଦାନ କରିଛୁ । ଭାରତ ବେଳାଭୂମି ପ୍ରେମୀମାନଙ୍କ ପାଇଁ ସ୍ବର୍ଗ ସଦୃଶ କାରଣ ଭାରତରେ ୪୫୦ରୁ ଅଧିକ ସଂଖ୍ୟକ ମନୋରମ ବେଳାଭୂମି ରହିଛି ।

ଏହା ମଧ୍ୟ ପଢନ୍ତୁ ....ଟ୍ରେଣ୍ଡିଂରେ ବୟକଟ୍ ମାଳଦ୍ବୀପ, ମାଳଦ୍ବୀପ ହାଇକମିଶନକୁ ସମନ

ସେହିପରି ବୟକଟ ମାଲଦ୍ବୀପ କ୍ୟାମ୍ପେନ ମଧ୍ୟରେ 'ଇଜ ମାଇଁ ଟ୍ରିପ' ମାଲଦ୍ବୀପକୁ ସମସ୍ତ ଫ୍ଲାଇଟ ବୁକିଂ ସ୍ଥଗିତ କରିଛି । ଏହା ସହିତ 'ଇଜ ମାଇ ଟ୍ରିପ' ଆରମ୍ଭ କରିଛି 'ଚଲୋ ଲାକ୍ଷାଦ୍ବୀପ' କ୍ୟାମ୍ପେନ । ଏହା ସହିତ କମ୍ପାନୀର ସହ ପ୍ରତିଷ୍ଠାତା ପ୍ରଶାନ୍ତ ପିଟ୍ଟି ନିଜ ଏକ୍ସ ପୋଷ୍ଟରେ କହିଛନ୍ତି ଯେ ଲାକ୍ଷାଦ୍ବୀପରେ ସମୁଦ୍ର ବେଳାଭୂମି ମାଳଦ୍ବୀପ ଓ ସିସିଲସ ଠାରୁ କୌଣସି ଗୁଣରେ କମ ନୁହେଁ । ତେଣୁ ଆମେ ସ୍ବଦେଶୀ ପର୍ଯ୍ୟଟନର ବିକାଶ ପାଇଁ ଏହି ସୁନ୍ଦର ଦ୍ବୀପପୁଞ୍ଜକୁ ଭ୍ରମଣର ସ୍ବତନ୍ତ୍ର ଅଫର ପ୍ରଦାନ କରିବା ପାଇଁ ଯୋଜନା କରିଛୁ । ସୂଚନା ଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାକ୍ଷାଦ୍ବୀପ ଗସ୍ତ ପର ଠାରୁ ସେଲିବ୍ରିଟି ଠୁ ଆରମ୍ଭ କରି ସାଧାରଣ ଜନତା ଲାକ୍ଷାଦ୍ବୀପକୁ ନେଇ ବିଭୋର ହେବା ସହ ଭାରତ ଓ ମାଳଦ୍ବୀପ ମଧ୍ୟରେ ବିବାଦକୁ ମଧ୍ୟ ଜନ୍ମ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details