ଓଡିଶା

odisha

ETV Bharat / business

୮ଟି କ୍ରିପ୍ଟୋ ଆପ୍‌କୁ ଇଣ୍ଡିଆନ ପ୍ଲେ ଷ୍ଟୋରରୁ ବ୍ୟାନ କଲା ଗୁଗଲ - Binance App

8 crypto app bans: ଗୁଗଲ ଭାରତରେ ନିଜର ପ୍ଲେ ଷ୍ଟୋରରୁ ବିନାନ୍ସ (Binance) ଓ କ୍ରାକେନ (Craken) ସମେତ କେତେକ କ୍ରିପ୍ଟୋ ଆପ ଗୁଡିକୁ ହଟାଇ ଦେଇଛି । ମାର୍କେଟରେ ଅବୈଧ ଭାବେ ସଂଚାଳିତ ହେଉଥିବାର ଅଭିଯୋଗ ପରେ ଗୁଗଲର ହଟାଇବା ନିଷ୍ପତ୍ତି । ଅଧିକ ପଢନ୍ତୁ

ଗୁଗୁଲ କଲା ୮ ଟି କ୍ରିପ୍ଟୋ ଆପଗୁଡିକୁ ଇଣ୍ଡିଆନ ପ୍ଲେ ଷ୍ଟୋର ରୁ ବ୍ୟାନ
ଗୁଗୁଲ କଲା ୮ ଟି କ୍ରିପ୍ଟୋ ଆପଗୁଡିକୁ ଇଣ୍ଡିଆନ ପ୍ଲେ ଷ୍ଟୋର ରୁ ବ୍ୟାନ

By ETV Bharat Odisha Team

Published : Jan 14, 2024, 11:07 PM IST

ନୂଆଦିଲ୍ଲୀ: ଗୁଗଲ ଭାରତରେ ନିଜର ପ୍ଲେ ଷ୍ଟୋରରୁ ବିନାନ୍ସ (Binance) ଓ କ୍ରାକେନ (Craken) ସମେତ କେତେକ କ୍ରିପ୍ଟୋ ଆପ ଗୁଡିକୁ ହଟାଇ ଦେଇଛି । ଏହି ବୈଶ୍ବିକ କ୍ରିପ୍ଟୋ ଆପ୍‌ ଗୁଡିକ ଦକ୍ଷିଣ ଏସୀୟ ମାର୍କେଟରେ ଅବୈଧ ଭାବେ ସଂଚାଳିତ ହେଉଥିଲା । ତେଣୁ ଏହି କ୍ରିପ୍ଟୋ ଆପ୍‌ ଗୁଡିକୁ ଚିହ୍ନଟ କରିବା ପରେ ୨ ସପ୍ତାହ ପରେ ବ୍ୟାନ ଲଗାଇଛି ଗୁଗଲ । ଆର୍ଥିକ ଲେଣଦେଣର ତଦନ୍ତ ପାଇଁ ଦାୟିତ୍ବରେ ଥିବା ଭାରତୀୟ ସରକାରୀ ଏଜେନ୍ସି 'ଫାଇନାନସିଆଲ୍‌ ଇଣ୍ଟେଲିଜେନସ୍‌ ୟୁନିଟ୍‌' (ଏଫ୍‌ଇୟୁ) ଗତମାସ ଶେଷ ବେଳକୁ ୯ଟି କ୍ରିପ୍ଟୋ ଫର୍ମ କମ୍ପାନୀ ମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା ।

ଏହା ମଧ୍ୟ ପଢନ୍ତୁ...ଜିଓ-ଏୟାରଟେଲ ୟୁଜର୍ସଙ୍କୁ ଲାଗିପାରେ ବଡ ଝଟ୍‌କା, ବନ୍ଦ ହେବ ମାଗଣା 5G ଇଣ୍ଟରନେଟ ସେବା !

ଏହି ଆପ୍ ଗୁଡିକ ଉପରେ ଭାରତରେ ମନି ଲଣ୍ଡ୍ରିଙ୍ଗ ବିରୋଧୀ ନିୟମର ଅନୁପାଳନ ନକରିବାର ଅଭିଯୋଗ ଆସିଥିଲା । ଏହା ପୂର୍ବରୁ ଏହି ଆପ୍‌ ଗୁଡିକୁ ଆପଲ୍‌ ସପ୍ତାହର ଆରମ୍ଭରୁ ହଟାଇ ଦେଇଥିଲା । ସେହିପରି ବିଭିନ୍ନ ଟେଲିକମ୍‌ ନେଟୱର୍କ୍‌ ଓ ଇଣ୍ଟରନେଟ୍‌ ସର୍ଭିସ ପ୍ରୋଭାଇଡର ମାନେ କ୍ରିପ୍ଟୋ ଏକ୍ସଚେଞ୍ଜ୍‌ ୱେବସାଇଟ୍‌ ଗୁଡିକର ୟୁଆରଏଲକୁ ବ୍ଲକ କରିବା ଆରମ୍ଭ କରିଛନ୍ତି । ଏଫ୍‌ଇୟୁ ଆଇଟି ମନ୍ତ୍ରଣାଳୟକୁ ଭାରତରୁ ୯ଟି ୱେବ୍‌ସାଇଟ୍‌କୁ ବ୍ଲକ କରିବା ପାଇଁ କହିଥିଲା । ଏହି ବ୍ଲକ କରାଯାଇଥିବା ୱେବସାଇଟ ଗୁଡିକ ହେଉଛନ୍ତି ବିନାନ୍ସ, କ୍ରେକେନ, ହୁଓବି, ଗେଟ୍‌, ଆଇଓ, ବିଟ୍ଟ୍ରେକ୍ସ ଓ ବିଟ୍‌ ଫିନେକ୍ସ ଇତ୍ୟାଦି ।

ଏହା ମଧ୍ୟ ପଢନ୍ତୁ...2028 ସୁଦ୍ଧା ଭାରତରେ ଖୋଲିବ ଷ୍ଟାରବକ୍ସର 1000 ଷ୍ଟୋର !

ଏହି ପ୍ରତିବନ୍ଧକ ଲାଗୁ ହେବା ପୂର୍ବରୁ ବିନାନ୍ସ ଶନିବାର କହିଥିଲା, "ଆମେ ଏକ ଆଇପି ବ୍ଲକ୍‌ ସମ୍ପର୍କରେ ଜାଣିଛୁ, ଯାହାଦ୍ବାରା ବିନାନ୍ସ ସମେତ ଅନ୍ୟ କ୍ରିପ୍ଟୋ ଫର୍ମ ଗୁଡିକୁ ମଧ୍ୟ ପ୍ରଭାବିତ କରୁଛି । ଏହା କେବଳ ସେହି ଗ୍ରାହକ ମାନଙ୍କୁ ପ୍ରଭାବିତ କରିବ, ଯେଉଁମାନେ ଭାରତରେ ଇଣ୍ଡିଆନ୍‌ ଆଇଓଏସ୍‌ ଆପ ଷ୍ଟୋର କିମ୍ବା ବିନାନ୍ସର ୱେବ୍‌ସାଇଟ ଖୋଜିବାକୁ ପ୍ରୟାସ କରିବେ । ଯେଉଁ ଗ୍ରାହକଙ୍କ ପାଖରେ ପୂର୍ବରୁ ବିନାନ୍ସ ଆପ୍‌ ଇନଷ୍ଟଲ ଅଛି, ସେମାନେ ପ୍ରଭାବିତ ହେବେନାହିଁ । ଆମେ ସ୍ଥାନୀୟ ଆଇଟି ନିୟମକୁ ପାଳନ କରିବା ପାଇଁ ପ୍ରତିବଦ୍ଧ ଅଛୁ ।"

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ABOUT THE AUTHOR

...view details