ଓଡିଶା

odisha

ETV Bharat / business

Cost Cutting: ଟଙ୍କା ସହ ମଉଜମସ୍ତିକୁ ତୁଳନା କରିବା ଭୁଲ୍ କହିଲେ Google CEO - sundar pichai employees

କ୍ରମାଗତ ଦ୍ୱିତୀୟରେ ଆଶାନୁରୂପ ଆର୍ଥିକ ସଫଳତା ନ ମିଳିବାରୁ କର୍ମଚାରୀଙ୍କ ଭ୍ରମଣ ଏବଂ ମନୋରଞ୍ଜନ ବଜେଟ୍ କାଟ୍ ନିଷ୍ପତ୍ତି ନେଇଛି କମ୍ପାନୀ(Google CEO Pichai Discusses Cost Cuts) । ମାତ୍ର ଏହି ନିଷ୍ପତ୍ତି ପାଇଁ କମ୍ପାନୀର ସିଇଓ ସୁନ୍ଦର ପିଚାଇଙ୍କୁ କର୍ମଚାରୀଙ୍କ କଠିନ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିଛି । ଅଧିକ ପଢନ୍ତୁ

Sundar Pichai on Cost Cutting: ଟଙ୍କା ସହ ମଉଜମସ୍ତିକୁ ତୁଳନା କରିବା ଭୁଲ୍ କହିଲେ Google CEO
Sundar Pichai on Cost Cutting: ଟଙ୍କା ସହ ମଉଜମସ୍ତିକୁ ତୁଳନା କରିବା ଭୁଲ୍ କହିଲେ Google CEO

By

Published : Sep 28, 2022, 1:20 PM IST

ନୂଆଦିଲ୍ଲୀ: କର୍ମଚାରୀଙ୍କ ଭ୍ରମଣ ଏବଂ ମନୋରଞ୍ଜନ ବଜେଟ୍ କାଟ୍ ଭଳି ଜଟିଳ ନିଷ୍ପତ୍ତି ନେଇଛି ବିଶ୍ବର ସର୍ବବୃହତ ଇଣ୍ଟରନେଟ କମ୍ପାନି ଗୁଗୁଲ୍(Google CEO Pichai Discusses Cost Cuts) । କ୍ରମାଗତ ଦ୍ୱିତୀୟରେ ଆଶାନୁରୂପ ଆର୍ଥିକ ସଫଳତା ନ ମିଳିବାରୁ ଏପରି ନିଷ୍ପତ୍ତି ନେଇଛି କମ୍ପାନୀ । ମାତ୍ର ଏହି ନିଷ୍ପତ୍ତି ପାଇଁ କମ୍ପାନୀର ସିଇଓ ସୁନ୍ଦର ପିଚାଇ(Google CEO Sundar Pichai)ଙ୍କୁ କର୍ମଚାରୀଙ୍କ କଠିନ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିଛି ।

CNBC ରିପୋର୍ଟ ଅନୁଯାୟୀ, କମ୍ପାନୀର ଏକ ସର୍ବଦଳୀୟ ବୈଠକରେ ଜଣେ କର୍ମଚାରୀ ପ୍ରଶ୍ନ କରିଥିଲେ ଯେ, "କମ୍ପାନୀ ଭଲ ଲାଭ କରିବା ସହ ବିପୁଳ ପରିମାଣର ନଗଦ ରାଶି ରଖିଥିବା ସତ୍ତ୍ବେ କାହିଁକି କର୍ମଚାରୀଙ୍କ ଭ୍ରମଣ, ମନୋରଞ୍ଜନ, ପେନସନ୍ ସହ ଅନ୍ୟାନ୍ୟ ସୁବିଧା ସୁଯୋଗକୁ ହ୍ରାସ କରାଯାଉଛି ।"

ଏହାର ଉତ୍ତରରେ ପିଚାଇ କହିଛନ୍ତି, "ଏପରି ପ୍ରଶ୍ନର ଉତ୍ତର କେମିତି ଦେବି ମୁଁ ଜାଣିପାରୁ ନାହିଁ । ମୁଁ ଭାବୁଛି ଆପଣମାନେ ବର୍ତ୍ତମାନ ସମୟରେ ଅର୍ଥନୀତିକୁ ନେଇ ପ୍ରକାଶ ପାଉଥିବା ଖବର ବାବଦରେ ଅବଗତ ଥିବେ ନିଶ୍ଚୟ । ଅର୍ଥନୀତି ଉପରେ ଖବର ପଢୁଥିବେ ବୋଲି ମୁଁ ଭାବୁଛି । ଗତ ଦଶନ୍ଧିରୁ ଆମେ ଯେଉଁ କଠିନ ସ୍ଥିତି ଦେଇ ଗତି କରୁଛୁ ସେଥିପାଇଁ ଆମେ ଅଧିକ ଦାୟିତ୍ବବାନ ହେବା ଉଚିତ୍ ।" ଟଙ୍କାକୁ ମଧ୍ୟ ସବୁବେଳେ ମଉଜମସ୍ତି ସହ ତୁଳନା କରିବା ଅନୁଚିତ୍ ବୋଲି ପିଚାଇ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଲୋକମାନେ ସର୍ବଦା ମଉଜ କରିପାରନ୍ତି, କିନ୍ତୁ ଏହା ସର୍ବଦା ଟଙ୍କା ସହିତ ସମାନ ହେବା ଉଚିତ ନୁହେଁ । ବର୍ତ୍ତମାନ ସମୟରେ କେବଳ ଗୁଗୁଲ ଏକୁଟିଆ ନୁହେଁ । ଏକ ସମ୍ଭାବ୍ୟ ବିମୁଦ୍ରାକରଣ, ମୁଦ୍ରାସ୍ଫୀତି ବୃଦ୍ଧି, ସୁଧ ହାର ବୃଦ୍ଧି ଏବଂ ବିଜ୍ଞାପନ ଖର୍ଚ୍ଚ ଠାରୁ ଆରମ୍ଭ କରି ସମଗ୍ର ବୈଷୟିକ ଶିଳ୍ପ କିଛି ନା କିଛି ଆହ୍ବାନର ସମ୍ମୁଖୀନ ହେଉଛନ୍ତି ।"

ABOUT THE AUTHOR

...view details