ହାଇଦ୍ରାବାଦ:ସୁନା ହେଉ କି ରୂପା, ସବୁ ଧାତୁର ଉଚ୍ଚ ଚାହିଦା ରହିଛି । ନିବେଶ ଦୃଷ୍ଟିକୋଣରୁ ବିଚାର କଲେ, ଏହି ବହୁମୂଲ୍ୟ ଧାତୁ ଉତ୍ତମ ନିବେଶ ବିକଳ୍ପ ଭାବେ ଲୋକଙ୍କୁ ଆକୃଷ୍ଟ କରୁଛି । ଆଜିକାଲି ଲୋକମାନେ ଡିଜିଟାଲ ଭାବେ ସୁନାରେ ନିବେଶ କରିବା ପ୍ରତି ଆଗ୍ରହୀ ହେଉଛନ୍ତି । ଗୋଲ୍ଡ ବଣ୍ଡ, ଗୋଲ୍ଡ ବିନିମୟ ବ୍ୟାପାର ନିଧି(ଇଟିଏଫ) ଏବଂ ମ୍ୟୁଚୁଆଲ ଫଣ୍ଡ ଦ୍ବାରା ସୁନାରେ ନିବେଶ କରାଯାଉଛି । ବିଶେଷକରି ସୁନା ଏକ୍ସଚେଞ୍ଜ ଟ୍ରେଡ୍ ଫଣ୍ଡଗୁଡିକ ଆରମ୍ଭ ହେବା ଦିନଠୁ ଲୋକପ୍ରିୟତା ହାସଲ କରୁଛି । ଲୋକେ ନିବେଶକୁ ଇକ୍ଟିଟି ମଧ୍ୟରେ ସୀମିତ ନ କରି ନିଜର ନିବେଶ ବିକଳ୍ପକୁ ବିସ୍ତାର କରୁଛନ୍ତି । ତେବେ ବିବିଧ ନିବେଶ କ୍ଷେତ୍ରରେ ଗୋଲ୍ଡ ଓ ସିଲଭର ETF ସର୍ବୋକୃଷ୍ଟ ବିକଳ୍ପ ଭାବେ ପରିଗଣିତ ହୋଇଛି ।
ଏହା ମଧ୍ୟ ପଢନ୍ତୁ:Zero cost life insurance: ପଲିସି ବନ୍ଦ କଲେ ବି ମିଳିବ ପ୍ରିମିୟମ
Gold ETF ନିବେଶ କରିବାର ସବୁଠୁ ବଡ ଲାଭ ହେଉଛି ଆପଣ ବହୁ କମ୍ ଟଙ୍କାରେ ମଧ୍ୟ ସୁନା କିଣିପାରିବେ । ତେବେ କେବଳ ସୁନା ନୁହେଁ ରୂପାରେ ମଧ୍ୟ ଏହି ନିବେଶ ସୁଯୋଗ ରହିଛି । ଏଭଳି ନିବେଶ ପାଇଁ ମୋତିଲାଲ ଓସୱାଲ ମ୍ୟୁଚୁଆଲ ଫଣ୍ଡ(Motilal Oswal Mutual Fund) ନିକଟରେ ଓସୱାଲ ଗୋଲ୍ଡ ଏବଂ ସିଲଭର ଏକ୍ସଚେଞ୍ଜ ଟ୍ରେଡ ଫଣ୍ଡର ପ୍ରଚଳନ କରିଛନ୍ତି । ଏହି ଯୋଜନାର ନୂତନ ଫଣ୍ଡ ଅଫର(NFO) ଆସନ୍ତା ନଭେମ୍ବର ୭ ତାରିଖରେ ଶେଷ ହୋଇଯିବ । ଏହି NFOରେ ସର୍ବନିମ୍ନ ନିବେଶ ୫୦୦ ଟଙ୍କା ଅଟେ । ଅଭିରୂପ ମୁଖାର୍ଜୀ ଏହି ଫଣ୍ଡ ମ୍ୟାନେଜର ଅଟନ୍ତି । ଏହି ଯୋଜନା ଅଧୀନରେ ଅନ୍ୟ ମ୍ୟୁଚୁଆଲ ଫଣ୍ଡର ଗୋଲ୍ଡ ଓ ସିଲଭର ଇଟିଏଫ ମଧ୍ୟ ଏଠାରେ କିଣା ଯାଇପାରିବ ।