ଓଡିଶା

odisha

ETV Bharat / business

ଫ୍ରାନ୍ସର ଏକ ଲକ୍‌ଜୁରିଏସ୍ ବ୍ରାଣ୍ଡର ସହ ରିଲାଏନ୍ସର ଟାଇ ଅପ, ଭାରତକୁ ଆସିବ ଦାମି ୟୁରୋପିଅନ୍ ବ୍ରାଣ୍ଡସ୍ - ଭାରତରେ ଫ୍ରାନ୍‌ସିସ ଫ୍ୟାସନ

ଫ୍ରାନ୍‌ସିସ ଫ୍ୟାସନ ଲେବଲ ସେଣ୍ଡ୍ରୋ ଓ ମାଜେ ରିଲାଏନ୍ସ ସହ ଟାଇ ଅପ । ଫ୍ରାନ୍‌ସିସ ଫ୍ୟାସନ ଲେବଲ ସେଣ୍ଡ୍ରୋ ଓ ମାଜେର ଷ୍ଟୋର ମୁମ୍ବାଇରେ ଜିଓ ବଲ୍ଡ ପ୍ଲାଜା ମଲ୍‌ରେ ଖୋଲିବାକୁ ଯାଉଛି । ଆଗକୁ ପଢ଼ନ୍ତୁ,

ଫ୍ରାନ୍ସର ଏକ ଲକ୍ଜୁରିଏସ ବ୍ରାଣ୍ଡର ସହ ରିଲାଏନ୍ସର ଟାଇ ଅପ
ଫ୍ରାନ୍ସର ଏକ ଲକ୍ଜୁରିଏସ ବ୍ରାଣ୍ଡର ସହ ରିଲାଏନ୍ସର ଟାଇ ଅପ

By ETV Bharat Odisha Team

Published : Nov 30, 2023, 5:33 PM IST

ମୁମ୍ବାଇ: ଇଣ୍ଡିଆଲ ବ୍ରାଣ୍ଡରିଲାଏନ୍ସ ସହିତ ଫ୍ରାନ୍‌ସିସ ଫ୍ୟାସନ ଲେବଲ ସେଣ୍ଡ୍ରୋ ଓ ମାଜେ ଟାଇ ଅପ କରିଛନ୍ତି । ଫ୍ୟାସନ ଗ୍ରୁପର ସୂଚନା ଅନୁଯାୟୀ ଭାରତରେ ତାଙ୍କ ବ୍ରଣ୍ଡର ବିସ୍ତାର କରିବା ପାଇଁ ସେ ରିଲାଏନ୍ସ ସହ ହାତ ମିଶାଇଛନ୍ତି । ଫ୍ରାନ୍‌ସିସ ଫ୍ୟାସନ ଲେବଲ ସେଣ୍ଡ୍ରୋ ଓ ମାଜେର ଷ୍ଟୋର ମୁମ୍ବାଇରେ ଜିଓ ବଲ୍ଡ ପ୍ଲାଜା ମଲ୍‌ରେ ଖୋଲିବାକୁ ଯାଉଛି । ଏହା ସହିତ ମଲ୍‌ରେ ହାଇ ଆଣ୍ଡ ୟୁରୋପିୟ ବ୍ରାଣ୍ଡ ସହ ସମ୍ମିଳୀତ ହେବ । ଏସଏସସିପି(SSCP)ର ସିଇଓ (CEO) ଇସାବେଲ ଗୁଇଚୋଟ ଭାରତରେ ପ୍ରବେଶ କରିବା ପଛର ପ୍ରମୁଖ କାରଣ ହେଲା କି, ଭାରତର ଯୁବପିଢ଼ି । ତାଙ୍କ କହିବା ମୁତାବକ ଭାରତରେ ସୁଲଭ ଲକ୍ଜୁରିଏସ ବ୍ରାଣ୍ଡର ଅଭାବ ରହୁଛି, ତେଣୁ ତାଙ୍କୁ ଲାଗୁଛି ଏହା ସଠିକ୍‌ ସମୟ ଭାରତରେ ତାଙ୍କର ବ୍ରାଣ୍ଡକୁ ପ୍ରବେଶ କରାଇବାକୁ ଲକ୍ଷ୍ୟ ରଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଡିସେମ୍ବରରେ 18 ଦିନ ବନ୍ଦ ରହିବ ବ୍ୟାଙ୍କ, ଛୁଟି ତାଲିକା ଜାରି କଲା ଆରବିଆଇ

ବହୁତ ବର୍ଷ ଧରି ଲକ୍ଜୁରି ହୋଟେଲର ଆଉଟଲେଟ ସାଙ୍ଗରେ ଭାରତୀୟ ମାର୍କେଟକୁ ଷ୍ଟଡି କରିବା ପରେ ଉଚ୍ଚ ସ୍ତରୀୟ ୟୁରୋପିୟୋ ଲେବଲ ଦେଶରେ ଆର୍ଥିକ ବୃଦ୍ଧି ସାଙ୍ଗକୁ ଦେଶରେ ବଢ଼ୁ ଥିବା ଧନୀଙ୍କ ସଂଖ୍ୟାକୁ ଦେଖି ଏହି ନିଷ୍ପତ୍ତି ନେଇଛନ୍ତି ଏବଂ ଏଭଳି ବଡ଼ ମାର୍କେଟର ସେ ଫାଇଦା ନେବାକୁ ଚାହୁଁଥିବା କହିଛନ୍ତି ।

ସେଣ୍ଡ୍ରୋ ଓ ମାଜେ ବ୍ରାଣ୍ଡ ପାଇଁ ଭାରତ ଏକ ଲାର୍ଜ ମାର୍କେଟ । ତେଣୁ ଏହି ବ୍ରାଣ୍ଡର ଇନକମ ଭାରତରୁ ଅଧିକ ହେବାର ସମ୍ଭାବନା ରହିଛି । ଗୁଇଚୋଟ କହିଛନ୍ତି ଯେ, ରିଲାଏନ୍ସ ଆସନ୍ତା ତିନ ରୁ ପାଞ୍ଚ ବର୍ଷରେ ଏସଏସସିପି(SSCP) ବିକ୍ରି ପାଇଁ 10 ଷ୍ଟୋର ଖୋଲିବାର ଯୋଜନା କରୁଛି । ଯାହାର ଆରମ୍ଭ ମୁକେଶ ଅମ୍ବାନୀଙ୍କ ଦ୍ବାରା ଜିଓ ବଲ୍ଡ ପ୍ଲାଜା ମଲ୍‌ରେ ଖୋଲିବାକୁ ଯାଉଛି । ଅମ୍ବାନୀଙ୍କ ରିଲାଏନ୍ସ ରିଟେଲ ଭେଚର୍ସର ସହାୟତାରେ ବୋଟ୍ଟେଗା, ବରବରୀ, ୱେଲଟିନୋ ଓ ଟିଫନି ଭଳି ଅନେକ ଉଚ୍ଚ ସ୍ତରୀୟ ୟୁରୋପିୟୋ ତଥା ଆମେରିକିୟ ଲେବେଲ ବ୍ରାଣ୍ଡ ସହ ଟାଇ ଅପ କରିଛନ୍ତି । ଭାରତୀୟଙ୍କ ରିଲାଏନ୍ସ ପ୍ରତି ଥିବା ଭରଷା ଭାରତ ମାର୍କେଟରେ ବ୍ରାଣ୍ଡର ବିସ୍ତାରରେ ସହାୟକ ହେବା ସହ ଅଧିକ ଲାଭ ଦାୟକ ମଧ୍ୟ ହୋଇ ପାରିବ ।

ଏହା ମଧ୍ୟ ପଢ଼ନ୍ତୁ...ଭାରତ କରୁ ସିଙ୍ଗାପୁର ଏବଂ ଥାଇଲ୍ୟାଣ୍ଡ ସହ ଦ୍ବିପାକ୍ଷିକ ଏଫଟିଏର ସମୀକ୍ଷା: ଜିଟିଆରଆଇ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details