ଓଡିଶା

odisha

By

Published : Apr 14, 2022, 2:19 PM IST

ETV Bharat / business

କିପରି କରିବେ ଇନକମ୍ ଟ୍ୟାକ୍ସ ରିଫଣ୍ଡ କ୍ଲେମ୍, ଜାଣନ୍ତି କି ?

ଯଦି ଆବଶ୍ୟକ ପରିମାଣ ଠାରୁ ଅଧିକ ଆୟକର ଜମା କରିଛନ୍ତି, ତାହାହେଲେ ଟିକସ ରିଫଣ୍ଡ ପାଇଁ ଆପଣ ଯୋଗ୍ୟ । ତେବେ କିପରି ଏହି ରିଫଣ୍ଡ ପାଇବେ ? ତାହା ଜାଣିବା ପାଇଁ ପଢନ୍ତୁ ବିସ୍ତୃତରେ

କିପରି କରିବେ ଇନକମ୍ ଟ୍ୟାକ୍ସ ରିଫଣ୍ଡ କ୍ଲେମ୍, ଜାଣନ୍ତି କି ?
କିପରି କରିବେ ଇନକମ୍ ଟ୍ୟାକ୍ସ ରିଫଣ୍ଡ କ୍ଲେମ୍, ଜାଣନ୍ତି କି ?

ହାଇଦ୍ରାବାଦ: ଯଦି ଆବଶ୍ୟକ ପରିମାଣ ଠାରୁ ଅଧିକ ଆୟକର ଜମା କରିଛନ୍ତି, ତାହାହେଲେ ଟିକସ ରିଫଣ୍ଡ ପାଇଁ ଆପଣ ଦାବିଦାର ଅଟନ୍ତି । କରଦାତାଙ୍କ ଉପରେ ଯେତେକି ଆୟକର ରହିଛି, ତାହା ଅପେକ୍ଷା ଅଧିକ ଟିଡିଏସ(TDS) କଟୁଥିଲେ ଆୟକର ବିଭାଗ ଉକ୍ତ କରଦାତାଙ୍କୁ ଇନକମ୍ ଟ୍ୟାକ୍ସ ରିଫଣ୍ଡ(income tax refund) ବା ବକେୟା ଟିକସ ପ୍ରଦାନ କରିଥାନ୍ତି । ଗତ ଆର୍ଥିକ ବର୍ଷ (2020-21)ରେ ଅନେକ ଲୋକ ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି ଏବଂ ନିଜର ରିଫଣ୍ଡ ମଧ୍ୟ ପ୍ରାପ୍ତ କରିଛନ୍ତି । ହେଲେ ଏପରି କେତେକ କରଦାତା ମଧ୍ୟ ଅଛନ୍ତି, ଯେଉଁମାନେ କୌଣସି ସମସ୍ୟା ଯୋଗୁଁ ରିଫଣ୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି । ଯଦି ଆପଣ ମଧ୍ୟ ରିଫଣ୍ଡ ପାଇନାହାନ୍ତି, ତେବେ ତଳେ ଦିଆଯାଇଥିବା ଟିପ୍ସଗୁଡିକୁ ମନେରଖନ୍ତୁ ।

ଆୟକର ବକେୟା(Income Tax arrears): ଯଦି ପୂର୍ବ ବର୍ଷଗୁଡିକରେ କର(Tax) ବେକୟା ରହିଥାଏ, ତେବେ ଆୟକର ବିଭାଗ ଆପଣଙ୍କୁ ରିଫଣ୍ଡ ଦେବାକୁ ପ୍ରତ୍ୟାଖାନ କରିପାରନ୍ତି । ଏହାବ୍ୟତୀତ କରଦାତାଙ୍କୁ ବେକୟା ସମ୍ପର୍କରେ ମନେ ପକାଇବା ଲାଗି ବିଭାଗ ନୋଟିସ୍ ମଧ୍ୟ ଜାରି କରିଥାଏ । ତେଣୁ ଆପଣ ଏପରି କୌଣସି ନୋଟିସ୍ ପାଇଛନ୍ତି ନା ନାହିଁ ପ୍ରଥମେ ତାହା ଯାଞ୍ଚ କରନ୍ତୁ । ଏହି ନୋଟିସ୍ ସଂକ୍ରାନ୍ତରେ କରଦାତାଙ୍କୁ ଆୟକର ବିଭାଗକୁ ଜବାବ ଦେବାକୁ ପଡିଥାଏ । ବକେୟା କର ନେଇ ଦିଆଯାଇଥିବା ନୋଟିସର ଜବାବ ଆଧାରରେ ବିଭାଗ ରିଫଣ୍ଡ ଉପରେ ନିଷ୍ପତ୍ତି ନେଇଥାଏ ।

ବ୍ୟାଙ୍କ ବିବରଣୀରେ ତ୍ରୁଟି(Errors in bank details):ଆୟକର ରିଟର୍ଣ୍ଣ ସମୟରେ ଭୁଲ୍ ବ୍ୟାଙ୍କ ବିବରଣୀ ଦିଆଯାଇଥିଲେ ରିଫଣ୍ଡ ମିଳିବା ଅସମ୍ଭବ ଅଟେ । ତେଣୁ ଭଲ ହେବ ଆଉଥରେ ନିଜ ବ୍ୟାଙ୍କ ବିରବଣୀ ଯାଞ୍ଚ କରିନିଅନ୍ତୁ । ରିଟର୍ଣ୍ଣ ଦାଖଲ କରିବା ପରେ ଯଦି ଆପଣ ଇ-ଭେରିଫିକେସନ(e-Verification) କରିନଥିବେ, ଏହା ଆପଣଙ୍କ ରିଫଣ୍ଡ ରାଶିକୁ ରୋକିପାରେ । ରିଟର୍ଣ୍ଣ ଦାଖଲର ୧୨୦ ଦିନ ମଧ୍ୟରେ e-Verification କରିବା ବାଧ୍ୟତାମୂଳକ ଅଟେ । ନଚେତ୍ ଏହା ଅବୈଧ ହୋଇଯିବ । ତେଣୁ ଯଥାଶୀଘ୍ର e-Verification କରିବା ଉଚିତ୍ ।

ଅତିରିକ୍ତ ସୂଚନା(Additional information): ଅନେକ ସମୟରେ ଆପଣଙ୍କ ରିଫଣ୍ଡକୁ ନେଇ ଆୟକର ବିଭାଗର କିଛି ସନ୍ଦେହ ଥାଇପାରେ । ଏପରିସ୍ଥଳେ ବିଭାଗ ଏ ସଂକ୍ରାନ୍ତରେ କିଛି ସ୍ପଷ୍ଟୀକରଣ ଆଶା କରିଥାନ୍ତି । ସ୍ପଷ୍ଟୀକରଣ ମିଳିବା ଯାଏଁ ବିଭାଗ ରିଫଣ୍ଡ ପ୍ରକ୍ରିୟା ରୋକିପାରନ୍ତି । ତେଣୁ ଇନକମ୍ ଟ୍ୟାକ୍ସ ୱେବସାଇଟ୍‌ରେ ଲଗ୍ ଇନ୍ କରନ୍ତୁ ଏବଂ କୌଣସି ଅତିରିକ୍ତ ସୂଚନା ମଗାଯାଇଛି କି ନାହିଁ ତାହା ଯାଞ୍ଚ କରନ୍ତୁ । ଆବଶ୍ୟକ ଥିଲେ ତଦନୁସାରେ ସ୍ପଷ୍ଟୀକରଣ ଦିଅନ୍ତୁ ।

ଅନେକ ସମୟରେ ଇନକମ ଟ୍ୟାକ୍ସ ବିଭାଗର ଟ୍ୟାକ୍ସ ହିସାବ ଏବଂ ଆମ ହିସାବରେ ବିସଙ୍ଗତି ହୋଇଯାଇଥାଏ । ଫଳରେ ବିଭାଗ ରିଫଣ୍ଡ ପାଇଁ ମନା କରିପାରେ । ଏଥିପାଇଁ ଆବଶ୍ୟକସ୍ଥଳେ ବିଭାଗ ୱେବସାଇଟର Pending Actionରେ କ୍ଲିକ୍ କରନ୍ତୁ । କୌଣସି ଅତିରିକ୍ତ ସୂଚନା ରହିଯାଇଥିଲେ ତୁରନ୍ତ ଏହାର ଜବାବ ଦିଅନ୍ତୁ ।

ABOUT THE AUTHOR

...view details