ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଓ) 2023 ପାଇଁ ଘରୋଇ ଶୀତକାଳୀନ କାର୍ଯ୍ୟସୂଚୀ ଜାରି କରିଛି । ଯେଉଁଥିରେ ବିମାନ ଯାତ୍ରା ଶୀତଋତୁରେ ବୃଦ୍ଧି ପାଇବ ବୋଲି ସଂକେତ ଦେଇଛି । 2023 କାର୍ଯ୍ୟସୂଚୀ ଅନୁଯାୟୀ, 118 ବିମାନ ବନ୍ଦରକୁ ସଂଯୋଗ କରୁଥିବା ସମୁଦାୟ 23,732 ଟି ସାପ୍ତାହିକ ବିମାନ ଉଡ଼ାଣ କରିବ । ତେବେ ପ୍ରତିବର୍ଷ ଅକ୍ଟୋବର 29 ରୁ ମାର୍ଚ୍ଚ 30 ତାରିଖ ପର୍ଯ୍ୟନ୍ତ ଶୀତକାଳୀନ କାର୍ଯ୍ୟସୂଚୀ ଚାଲିଥାଏ ।
ଡିଜିସିଏର ସୂଚନା ଅନୁସାରେ, ଗତବର୍ଷ କୁଳନାରେ ଚଳିତ ବର୍ଷ 8 ପ୍ରତିଶତ ବିମାନ ଚଳାଚଳ ବଢ଼ିବ । ବିମାନଯାତ୍ରୀଙ୍କ ସଂଖ୍ୟା ବଢ଼ୁଥିବାରୁ ବିମାନ ସଂଖ୍ଯା ମଧ୍ୟ ବଢ଼ିବ । ତେବେ ଗତ ଗ୍ରୀଷ୍ମକାଳୀନ କାର୍ଯ୍ୟସୂଚୀରେ 110 ବିମାନ ବନ୍ଦରରୁ ସପ୍ତାହକୁ 22907 ବିମାନ ଉଡ଼ାଣ କରିଥିବା ବେଳେ ଶୀତକାଳୀନ କାର୍ଯ୍ୟସୂଚୀରେ ପ୍ରତି ସପ୍ତାହରେ 118 ବିମାନ ବନ୍ଦରରୁ 23,732 ବିମାନ ଉଡ଼ାଣ କରିବ । ଯାହା ଗ୍ରୀଷ୍ମକାଳୀନ କାର୍ଯ୍ୟସୂଚୀ ତୁଳନାରେ 3.60 ପ୍ରତିଶତ ବୃଦ୍ଧି ହୋଇଛି ।
ଡିଜିସିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହି 118 ବିମାନ ବନ୍ଦର ମଧ୍ୟରୁ ଭଟିଣ୍ଡା, ଜୈସଲମେର, ଲୁଧିଆନା, ନାନ୍ଦେଡ଼, ଶିବମୋଗା, ସଲେମ, ଉତ୍କେଲା, ହିଣ୍ଡନ ଓ ଜିରୋ ହେଉଛି ଏୟାରଲାଇନ ଦ୍ବାରା ଦିଆଯାଇଥିବା ନୂତନ ବିମାନ ବନ୍ଦର । 2023 ଶୀତକାଳୀନ କାର୍ଯ୍ୟସୂଚୀରେ ଏହି ବିମାନ ବନ୍ଦରରୁ ଉଡ଼ାଣ କରିବା ପାଇଁ ପ୍ରସ୍ତାବ ଥିବା ବେଳେ ଗୋଇଣ୍ଡିଆ ବିମାନ ବନ୍ଦରକୁ ଏଥିରେ ସ୍ଥାନିତ କରାଯାଇ ନାହିଁ ।