ନୂଆଦିଲ୍ଲୀ:କର୍ମଚାରୀ ପ୍ରୋଭିଡେଣ୍ଟ ପାଣ୍ଠି ସଂଗଠନ (EPFO), ବିନିମୟ ବାଣିଜ୍ୟ ପାଣ୍ଠି (ETF)ସହ ନିଜର ସମସ୍ତ ରିଡେମ୍ପସନ ଆୟକୁ ସେୟାର ବଜାରରେ ପୁଣିଥରେ ନିବେଶ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହାକୁ ନେଇ ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା କରିବା ଆରମ୍ଭ କରିଛି EPFO । ତେବେ ମାର୍ଚ୍ଚ ମାସର ଶେଷ ସପ୍ତାହରେ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ, EPFOକୁ ସେୟାର ବଜାରରେ ପୁନଃନିବେଶ କରିବା ପାଇଁ ଅନୁମତି ଦେଇଥିଲେ ।
EPFO ଦ୍ବାରା ଦିଆଯାଇଥିବା ଏହି ପ୍ରସ୍ତାବ, ଯାହା ବଜାର ଅସ୍ତିରତା ବ୍ୟତୀତ ଇକ୍ବିଟି ରିଟର୍ଣ୍ଣକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ । EPFO କହିବା ଅନୁସାରେ, ETF ରିଟର୍ଣ୍ଣକୁ ଏବେ 4ବର୍ଷ ବଦଳରେ ସେନସେକ୍ସକୁ ହାରାହାରି 5ବର୍ଷର ରିଟର୍ଣ୍ଣ ହିସାବରେ ଗଣନା କରାଯିବା ଉଚିତ । ତେବେ EPFOର ଏହି ପ୍ରସ୍ତାବକୁ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁର ମିଳିବା ପରେ ଏହାର ଆଗାମୀ ପ୍ରକ୍ରିୟା ଆରମ୍ଭ କରାଯିବ ।
ଏହା ମଧ୍ୟ ପଢ଼ନ୍ତୁ....EPFO High Pension: ଆଜି ଆବେଦନର ଶେଷ ଦିନ, ଏମିତି କରିବେ Apply
ତେବେ ଅର୍ଥ ମନ୍ତ୍ରାଳୟର ଗାଇଡଲାଇନ୍ ଅନୁସାରେ, EPFO ନିଜ ଆୟର 5ପ୍ରତିଶତରୁ 15 ପ୍ରତିଶତ ମଧ୍ୟରେ ଇକ୍ବିଟି ଓ ସେୟାର ବଜାରରେ ନିବେଷ କରିପାରିବ । ସେପଟେ ETFରେ ନିବେଶ କରିବାର ଗାଇଡଲାଉନରେ ପରିବର୍ତ୍ତନ କରିବା ପାଇଁ EPFO ଦାବି କରିଛି । EPFO 2015 ଅଗଷ୍ଟ ମାସରୁ 30 ସେୟାର ଆଧାରିତ ବିଏସ୍ଇ ଏବଂ 50 ସେୟାର ଆଧାରିତ ନିଫ୍ଟିରେ ନିଜର 5 ପ୍ରତିଶତ ବିନିଯୋଗ କରିବା ଆରମ୍ଭ କରିଥିଲା ।
EPFO ଚଳିତ ଆର୍ଥିକ ବର୍ଷର ଏପ୍ରିଲ- ଜୁଲାଇ ମାସ ମଧ୍ୟରେ ETFରେ 13017 କୋଟି ଟଙ୍କା ନିବେଶ କରିଥିଲା । ତେବେ ଆର୍ଥିକ ବର୍ଷ 2022-23 ମଧ୍ୟରେ 53081 କୋଟି ଟଙ୍କା ଜମା କରିଥିଲା । ସେହିପରି 2021-22 ଆର୍ଥିକ ବର୍ଷରେ 43568 କୋଟି ଟଙ୍କା ଏବଂ 2020-21 ଆର୍ଥିକ ବର୍ଷରେ 32071 କୋଟି ଟଙ୍କା ନିବେଶ କରିଥିଲା । ତେବେ EPFO ପାଖରେ 12.53ଲକ୍ଷ କୋଟି ଟଙ୍କାର ନିବେଶ ପାଣ୍ଠି ଅଛି, ଯୋଉଁଥିରେ ପାଖାପାଖି 1.25 ଲକ୍ଷ କୋଟି ଟଙ୍କା ଇକ୍ବିଟି ଏବଂ ସେୟାର ବଜାରରେ ନିବେଶ କରାଯାଇଛି ।
EPFO, PF ଖାତାଧାରୀମାନଙ୍କ ଆକାଉଣ୍ଟରେ ଜମା ରାଶିକୁ ଅଲଗା ଅଲଗା ଉପାୟରେ ବିନିଯୋଗ କରେ । ଏହାସହ ଏହି ବିନିଯୋଗରୁ ହେଉଥିବା ରୋଜଗାରର ଏକ ଭାଗ PF ଖାତାଧାରୀମାନଙ୍କୁ ଦିଆଯାଇଥାଏ । ତେବେ ଆର୍ଥିକ ବର୍ଷ 2023-24 ପାଇଁ EPFରେ ମିଳୁଥିବା ସୁଧ ହାର 8.15 ପ୍ରତିଶତ ହୋଇଛି, ଯାହା ପୂର୍ବରୁ 8.10 ପ୍ରତିଶତ ଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ