ଓଡିଶା

odisha

By

Published : Mar 28, 2023, 3:50 PM IST

ETV Bharat / business

PF Interest Rate Hike: ଖୁସି ଖବର, ବଢିଲା EPFO ସୁଧହାର

୨୦୨୨-୨୩ ପାଇଁ ଇପିଏଫ ଜମା ଉପରେ ସୁଧହାର ପ୍ରକାଶ ପାଇଛି । ସୁଧହାର ବୃଦ୍ଧି କରିଛି ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟି । ଅଧିକ ପଢନ୍ତୁ

EPFO interest rate increased
ବଢିଲା EPFO ସୁଧହାର

ନୂଆଦିଲ୍ଲୀ:କର୍ମଚାରୀଙ୍କ ପାଇଁ ଖୁସି ଖବର । ଏ ବର୍ଷ କର୍ମଚାରୀଙ୍କୁ ମିଳିବ ବର୍ଦ୍ଧିତ ପିଏଫ ସୁଧ । ସୋମବାରଠୁ କର୍ମଚାରୀ ଭବିଷ୍ୟତନିଧି ପାଣ୍ଠି ସଂଗଠନ କେନ୍ଦ୍ରୀୟ ଟ୍ରଷ୍ଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଆଜି ୨୦୨୨-୨୩ ପାଇଁ ଇପିଏଫଓ ଜମା ଉପରେ ସୁଧହାର ପ୍ରକାଶ ପାଇଛି । ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଇପିଏଫଓ ସୁଧହାର ବୃଦ୍ଧି କରାଯାଇଛି । ୮.୧୫ ପ୍ରତିଶତ ବଢିଛି EPFO ସୁଧହାର । ସୁଧହାର ବୃଦ୍ଧି ନେଇ ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟି ନିଷ୍ପତ୍ତି ନେଇଛନ୍ତି । ଗତବର୍ଷ ଇଫିଏଫଓ ସୁଧହାର ୮.୧ ପ୍ରତିଶତ ହ୍ରାସ ପାଇଥିଲା । ଚଳିତ ବର୍ଷ କର୍ମଚାରୀଙ୍କୁ ବର୍ଦ୍ଧିତ ଦରରେ ସୁଧହାର ମିଳିବ । ମିଳିଥିବା ସୂଚନା ଅନୁସାରେ, ସିବିଟି ଦ୍ବାରା ୨୦୨୨-୨୩ ପାଇଁ ଇପିଏଫଓ ଉପରେ ସୁଧହାର ବୃଦ୍ଧି ଉପରେ ନିଷ୍ପତି ନିଆଯାଇଛି ।

ଏହା ବି ପଢନ୍ତୁ...Amazon Layoffs: ପୁଣି ଛଟେଇ କରିବ ଆମାଜନ୍, ପ୍ରଭାବିତ ହେବେ 9000 କର୍ମଚାରୀ

୪ ଦଶନ୍ଧି ମଧ୍ୟରେ ଗତବର୍ଷ ୮.୧ ପ୍ରତିଶତ ଇଫିଏଫଓ ସୁଧହାର ସବୁଠାରୁ କମ ଥିଲା । ୧୯୭୭-୭୮ ପରଠାରୁ ଏହା ସର୍ବନିମ୍ନ ଥିଲା । ୨୦୨୦-୨୧ରେ EPFO ସୁଧ ରେଟ ୮.୫ ପ୍ରତିଶତ ଥିଲା । ୨୦୨୧-୨୨ରେ ୮.୧ ପ୍ରତିଶତ ହ୍ରାସ କରାଯାଇଥିଲା । ୧୯୭୭-୭୮ ମସିହାରେ EPFO ୮ମ ପ୍ରତିଶତ ସୁଧ ରହିଥିଲା । ହେଲେ ଏହାପରେ ଲଗାତାର ୮.୨୫ ପ୍ରତିଶତ ସୁଧ ବୃଦ୍ଧି ପାଇଥିଲା । ଆର୍ଥିକ ବର୍ଷ ୨୦୧୮-୧୯ ମସିହାରେ ୮.୬୫ ପ୍ରତିଶତ, ୨୦୧୭-୧୮ ମସିହାରେ ୮.୫୫ ପ୍ରତିଶତ, ୨୦୧୬-୧୭ ମସିହାରେ ୮.୬୫ ପ୍ରତିଶତ ଓ ୨୦୧୫-୧୬ ମସିହାରେ ୮.୮ ପ୍ରତିଶତ ସୁଧ ମିଳୁଥିଲା ।

ଏହା ବି ପଢନ୍ତୁ...୩୧ ମାର୍ଚ୍ଚ ପୂର୍ବରୁ କରିନିଅନ୍ତୁ LICର ଏହି ଯୋଜନା, ମାସକୁ ପାଇବେ ୧୮୫୦୦ ଟଙ୍କା ପେନସନ

ସୂଚନା ଥାଉ କି କୌଣସି କର୍ମଚାରୀଙ୍କ ଦରମାରୁ ୧୨ ପ୍ରତିଶତ କଟାଯାଇ EPF ଆକାଉଣ୍ଟରେ ଜମା କରାଯାଏ । ନିଯୁକ୍ତିଦାତାଙ୍କ ପକ୍ଷରୁ କର୍ମଚାରୀଙ୍କ ଦରମାର ୮.୩୩ ପ୍ରତିଶତ EPS (Employee Pension Scheme) ଓ ୩.୬୭ ପ୍ରତିଶତ ଇପିଏଫ ଲାଗି ଜମା କରାଯାଏ । ଜଣେ କର୍ମଚାରୀ ଘରେ ବସି ନିଜ ପିଏଫ ଖାତାକୁ ଦେଖିପାରିବେ । ଆପଣ ଉମଙ୍ଗ ଆପ୍‌ ୱେବସାଇଟ କିମ୍ବା ନିଜ ମୋବାଇଲରେ SMS କରି ମଧ୍ୟ ଇପିଏଫରେ ଥିବା ଅର୍ଥ ସମ୍ପର୍କରେ ଜାଣିପାରିବେ । ସାରା ଦେଶରେ ପ୍ରାୟ ୬ କୋଟି EPFOର ସବସ୍କ୍ରାଇବର ରହିଛନ୍ତି । ଏହି ଅର୍ଥ ମାଧ୍ୟମରେ ଉଭୟ ସରକାରୀ ଓ ବେସରକାରୀ କର୍ମଚାରୀ ନିଜ ଦରମାରୁ କଟାଯାଉଥିବା ଅର୍ଥକୁ ପେନସନ ଆକାରରେ ପାଇଥାନ୍ତି ।

ABOUT THE AUTHOR

...view details