ଓଡିଶା

odisha

By ETV Bharat Odisha Team

Published : Nov 11, 2023, 5:50 PM IST

ETV Bharat / business

EPFO ଆକାଉଣ୍ଟଧାରୀଙ୍କ ପାଇଁ ଦୀପାବଳି ଉପହାର, ଖାତାକୁ ଆସିଲା ସୁଧ ଟଙ୍କା

EPFO ଆକାଉଣ୍ଟଧାରୀ କର୍ମଚାରୀଙ୍କ ପାଇଁ ଦୀପାବଳି ଉପହାର । ଏମ୍ପ୍ଲୋଇଜ୍ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (ଇପିଏଫଓ) କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ (PF) ବା ଭବିଷ୍ୟତ ପାଣ୍ଠି ଆକାଉଣ୍ଟକୁ ସୁଧ ପଠାଇବା ଆରମ୍ଭ କରିଛି ।

Diwali 2023 EPFO
Diwali 2023 EPFO

ନୂଆଦିଲ୍ଲୀ: କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ ( EPFO) ଆକାଉଣ୍ଟଧାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଦୀପାବଳିରେ କର୍ମଚାରୀମାନଙ୍କୁ ଉପହାର ଦେବା ସହ 2022-23 ଆର୍ଥିକ ବର୍ଷ ପାଇଁ ସୁଧହାର ଆକାଉଣ୍ଟକୁ ପଠାଇବା ଆରମ୍ଭ କରିଛି EPFO । ଏହି ଆର୍ଥିକ ବର୍ଷରେ ଇପିଏଫଓ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ 8.15 ପ୍ରତିଶତ ସୁଧହାର ପ୍ରଦାନ କରୁଛି । ଇପିଏଫଓର ସୁଧ ହାର ପ୍ରତିବର୍ଷ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ଏବଂ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ସ୍ଥିର ହୋଇଥାଏ । ଚଳିତ ବର୍ଷ ଜୁନ ମାସରେ ସରକାର 2022-23 ଆର୍ଥିକ ବର୍ଷ ପାଇଁ ସୁଧ ହାର ଘୋଷଣା କରିଥିଲେ । ଏହା ପରେ ସରକାର PF ଆକାଉଣ୍ଟଧାରୀଙ୍କ ଆକାଉଣ୍ଟକୁ ସୁଧ ହାର ଟଙ୍କା ପଠାଇବା ଆରମ୍ଭ କରିଛନ୍ତି ।

ଆକାଉଣ୍ଟକୁ ସୁଧହାର ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛି ଇପିଏଫଓ । ଚଳିତ ବର୍ଷ ବିନା କୌଣସି କ୍ଷତିରେ ସମ୍ପୁର୍ଣ୍ଣ ସୁଧହାର ମିଳିବ । ଏହାସହ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ ( ଇପିଏଫଓ ) ଦୀପାବଳି ପୂର୍ବରୁ 24 କୋଟିରୁ ଅଧିକ ଆକାଉଣ୍ଟରେ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ) ସୁଧ ଜମା କରିଛି । EPFOର 71ତମ ପ୍ରତିଷ୍ଠା ଦିବସ ପାଳନ କରି କେନ୍ଦ୍ର ଶ୍ରମ ଓ ରୋଜଗାର, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ କହିଛନ୍ତି ଯେ, EPFO ​​ଚଳିତ ବର୍ଷ 8.15 ପ୍ରତିଶତ ସୁଧ ଦେଉଛି । କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ପୂର୍ବରୁ 2023-24 ପାଇଁ EPF ଯୋଜନାରେ 8.15 ପ୍ରତିଶତ ସୁଧ ଜମା କରିବାକୁ ଅନୁମୋଦନ କରିଥିଲା ​​। ଇପିଏଫର ପରିମାଣ ପ୍ରତି ମାସରେ ପ୍ରାପ୍ତ ବେତନରୁ କଟାଯଉଥିବା ବେଳେ ସୁଧ ପ୍ରତି ମାସରେ ହିସାବ କରାଯାଏ । ଏହାର ସୁଧ ବର୍ଷ ଶେଷରେ ପ୍ରଦାନ କରାଯାଏ ।

ଏହା ମଧ୍ୟ ପଢ଼ନ୍ତୁ......ଜିଓର ଧମାକାଦାର ଅଫର, ଆରମ୍ଭ କଲା ପ୍ରିପେଡ ପ୍ଲାନ ସହ ସ୍ବିଗି ୱାନ ଲାଇଟ ସବସ୍କ୍ରିପସନ

ଆକାଉଣ୍ଟ ଧାରକମାନେ ଏହାର ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ସେମାନଙ୍କର ବାଲାନ୍ସ ଯାଞ୍ଚ କରିପାରିବେ । ଏହା ସହିତ EPFO ​​ମିସ୍ କଲ୍ ସୁବିଧା ଏବଂ SMS ସେବା ମାଧ୍ୟମରେ ସୂଚନା ମଧ୍ୟ ପ୍ରଦାନ କରେ । EPF ବାଲାନ୍ସ ଯାଞ୍ଚ କରିବା ପାଇଁ ଗ୍ରାହକଙ୍କୁ ସେମାନଙ୍କର ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (UAN) ସକ୍ରିୟ ହେବା ଜରୁରୀ । UAN ହେଉଛି ଏକ ପରିଚୟ ନମ୍ବର ଯାହାକି ଜଣେ କର୍ମଚାରୀଙ୍କ ମାସିକ ବେତନ ସ୍ଲିପରେ ଉଲ୍ଲେଖ କରାଯାଇଥାଏ । EPF ଯୋଜନା ଅଧୀନରେ ପ୍ରତ୍ୟେକ କର୍ମଚାରୀଙ୍କ ପାଇଁ ଏହା ୟୁନିକ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details