ଓଡିଶା

odisha

ETV Bharat / business

LPG Price Hike: ୭ ଟଙ୍କା ବଢିଲା ଗ୍ୟାସ୍ ସିଲିଣ୍ଡର ଦର - କମର୍ସିଆଲ ଗ୍ୟାସ ଦର ବୃଦ୍ଧି

ଆକାଶ ଛୁଆଁ ପନିପରିବା ଦାମ୍ ଭିତରେ ବଢିଲା ଗ୍ୟାସ୍ ଦର । କର୍ମସିଆଲ LPG ଗ୍ୟାସ ସିଲିଣ୍ଡର ଦର ୭ ଟଙ୍କା ବୃଦ୍ଧି । ଅଧିକ ପଢନ୍ତୁ

କର୍ମସିଆଲ ଗ୍ୟାସ୍ ସିଲିଣ୍ଡର ଦର ବୃଦ୍ଧି
କର୍ମସିଆଲ ଗ୍ୟାସ୍ ସିଲିଣ୍ଡର ଦର ବୃଦ୍ଧି

By

Published : Jul 4, 2023, 11:32 AM IST

ନୂଆଦିଲ୍ଲୀ: ଉପଭୋକ୍ତାଙ୍କୁ ମହଙ୍ଗା ମାଡ । ବଢିଲା ରନ୍ଧନ ଗ୍ୟାସ ଦର । ଆଜି(ମଙ୍ଗଳବାର) କର୍ମସିଆଲ LPG ଗ୍ୟାସ ସିଲିଣ୍ଡର ଦାମ୍ ୭ ଟଙ୍କା ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ପରେ ୧୯ କିଲୋଗ୍ରାମ କମର୍ସିଆଲ ସିଲିଣ୍ଡର ମୂଲ୍ୟ ଦିଲ୍ଲୀରେ ୧୭୭୩ ଟଙ୍କାରୁ ୧୭୮୦ ଟଙ୍କା ହୋଇଯାଇଛି । ତେବେ ଘରୋଇ LPG ସିଲିଣ୍ଡର ଦାମ୍ ଅପରିବର୍ତ୍ତିତ ରହିଛି । ଏହା ମୂଲ୍ୟରେ କୌଣସି ସଂଶୋଧନ କରାଯାଇ ନାହିଁ । ଗୋଟିଏ ପଟେ ସାରା ଦେଶରେ ପନିପରିବା ଦାମ୍ ଆକାଶ ଛୁଆଁ ରହିଥିବା ବେଳେ ଏବେ ଗ୍ୟାସ ଦର ବୃଦ୍ଧି ବୋଝ ଉପରେ ନଳିତା ବିଡା ସାଜିଛି ।

ରେସ୍ତୋରାଁ, ଚା' ଷ୍ଟଲ, ହୋଟେଲ ଓ ଅନ୍ୟ ଭୋଜନାଳୟଗୁଡିକ କମର୍ସିଆଲ ଗ୍ୟାସ ସିଲିଣ୍ଡରର ବଡ଼ ଉପଭୋକ୍ତ ଅଟନ୍ତି । ଏହି ଗ୍ୟାସ୍ ଦାମ ବଢିଲେ ସେମାନେ ନିଜ ଖାଦ୍ୟପଦାର୍ଥ ମୂଲ୍ୟ ମଧ୍ୟ ମହଙ୍ଗା କରିଥାନ୍ତି । ତେଣୁ କର୍ମସିଆଲ ଗ୍ୟାସ୍ ଦର ୭ ଟଙ୍କା ବଢିବା କେବଳ ହୋଟେଲ ମାଲିକ ନୁହଁନ୍ତି, ବରଂ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ମହଙ୍ଗା ମାଡ଼ ହୋଇଛି । କିଛି ଦିନ ହେଲା ପନିପରିବା ଦର ଅତ୍ୟଧିକ ବୃଦ୍ଧି ସାଧାରଣ ଲୋକଙ୍କୁ ହନ୍ତସନ୍ତ କରୁଛି । ଟମୋଟା ୧୦୦ ଟଙ୍କା ପାର୍ କରିଥିବା ବେଳେ ବିନ୍ କେଜି ୧୫୦ ଉପରେ ରହିଛି । ଅନ୍ୟ ସବୁଜ ପରିବା ଦାମ ମଧ୍ୟ ସେହିଭଳି । ମଧ୍ୟବିତ୍ତ ଓ ଗରୀବ ଶ୍ରେଣୀର ଲୋକେ ପନିପରିବା କିଣିବାକୁ ଭୟ କରୁଥିବା ୫୦୦ ଟଙ୍କାରେ ମଧ୍ୟ ବ୍ୟାଗ୍ ଭର୍ତ୍ତି ହେଉନି । ଏପରି ସ୍ଥିତିରେ ପୁଣି ଗ୍ୟାସ୍ ଦର ବୃଦ୍ଧି ଲୋକଙ୍କ କଷଣ ବଢାଇଛି ।

ଏହାମଧ୍ୟ ପଢନ୍ତୁ: ଟମାଟୋ ସଙ୍କଟ ! ଚେନ୍ନାଇରେ 82ଟି ଦୋକାନରେ ସବସିଡ ଦରରେ ଟମାଟୋ ବିକିବେ ସରକାର

ଗତ ମାସ ପହିଲାରେ କମର୍ସିଆଲ ଗ୍ୟାସ୍ ଦର ଶସ୍ତା ହୋଇଥିଲା । ସିଲିଣ୍ଡର ଦାମ୍ ୮୩ ଟଙ୍କା ୫୦ ପଇସା ହ୍ରାସ ପାଇଥିବା ବେଳେ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ କିନ୍ତୁ ଅପରିବର୍ତ୍ତିତ ରହିଥିଲା । ତେବେ ଆଜି ୧୯ କେଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ୭ ଟଙ୍କା ବଢିବା ପରେ ଜାତୀୟ ରାଜଧାନୀରେ ଦିଲ୍ଲୀରେ ଏହାର ମୂଲ୍ୟ ୧୭୭୩ ଟଙ୍କାରୁ ବଢ଼ି ୧୭୮୦ ଟଙ୍କା, ବାଣିଜ୍ୟ ନଗରୀ ମୁମ୍ବାଇରେ ୧୭୨୫ ଟଙ୍କାରୁ ୧୭୩୨ ଟଙ୍କା ଓ ଚେନ୍ନାଇ ସହରରେ ୧୯୩୭ ଟଙ୍କାରୁ ୧୯୪୪ ଟଙ୍କା ହୋଇ ଯାଇଛି ।

ABOUT THE AUTHOR

...view details