ଓଡିଶା

odisha

ETV Bharat / business

LPG Price Hike: ମାସ ଆରମ୍ଭରୁ ଝଟକା, 103 ଟଙ୍କା ବଢ଼ିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର

ପାର୍ବଣ ଋତୁରେ ଗ୍ରାହକଙ୍କୁ ଝଟକା ଲାଗିଛି । ପୁଣି ବଢିଲା କମର୍ସିଆଲ ଗ୍ୟାସ ଦର । ଗତ 2ମାସରେ 2ଥର ବଢିଲାଣି ଦର । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Nov 1, 2023, 10:20 AM IST

LPG Price Hike
103 ଟଙ୍କା ବଢ଼ିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର

ନୂଆଦିଲ୍ଲୀ:ମାସ ଆରମ୍ଭରୁ ମହଙ୍ଗାମ । ପାର୍ବଣ ଋତୁରେ ଗ୍ରାହକଙ୍କୁ ଝଟକା ଲାଗିଛି । ବଢିଲା ରନ୍ଧନ ଗ୍ୟାସ ଦର । 103 ଟଙ୍କା ବଢିଲା କମର୍ସିଆଲ ଗ୍ୟାସ ଦର । 19 କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡର ଦାସ 103 ଟଙ୍କା ବୃଦ୍ଧି ପାଇଛି । ରାଷ୍ଟ୍ରାୟତ ତୈଳ ବିପଣନ କମ୍ପାନୀ କମର୍ସିଆଲ ଗ୍ୟାସ ଦର ବଢାଇଛି । ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଚି । ଆଜିଠୁ ବର୍ଦ୍ଧିତ ଦଲ ଲାଗୁ ହେବା ପରେ ଜୀତୀୟ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର 1,833 ଟଙ୍କା ରହିଛି ।

ଏହା ବି ପଢନ୍ତୁ...LPG Price Hike: ୨୦୯ ଟଙ୍କା ବଢ଼ିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର

କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପରେ ଆଓସିଏଲ ୱେବସାଇଟରେ ରାଜଧାନୀ ଦିଲ୍ଲୀରେ 1,833 ଟଙ୍କା ରହିଛି । ଯାହା ପୂର୍ବରୁ 1731 ଟଙ୍କା ରହିଥିଲା । ସେହିପରି ମୁମ୍ବାଇରେ ଦର ବଢି 1785 ଟଙ୍କା 50 ପଇସା ହୋଇଛି । ଯାହା ପ୍ରଥମେ 1684 ଟଙ୍କା ଥିଲା । କୋଲକାତାରେ କର୍ମସିଆଲ ଗ୍ୟାସ ଦର 1839ରୁ ବଢି 1943 ଟଙ୍କା ହୋଇଛି । ଚେନ୍ନାଇରେ 1898ରୁ ବଢି 1999 ଟଙ୍କା 50 ପଇସା ହୋଇଛି । ରିପୋର୍ଟ ଅନୁସାରେ ଗୋଟିଏ ମାସରେ 300ରୁ ଅଧିକ ଟଙ୍କା ଦର ବୃଦ୍ଧି ହୋଇଛି ।

ପ୍ରତି ମାସ ପହିଲାରେ ଏଲପିଜି ସିଲିଣ୍ଡର ଦରରେ ସଂଶୋଧନ ହୋଇଥାଏ । ରେସ୍ତୋରାଁ, ଚା' ଷ୍ଟଲ୍‌, ହୋଟେଲ ଓ ଅନ୍ୟ ଭୋଜନାଳୟଗୁଡ଼ିକ କମର୍ସିଆଲ ଗ୍ୟାସ ସିଲିଣ୍ଡରର ବଡ଼ ଉପଭୋକ୍ତା ଅଟନ୍ତି । ଏହି ଗ୍ୟାସ୍‌ ଦାମ ବଢ଼ିଲେ ସେମାନେ ନିଜ ଖାଦ୍ୟପଦାର୍ଥ ମୂଲ୍ୟ ମଧ୍ୟ ବଢ଼ାଇଥାନ୍ତି । ତେଣୁ କମର୍ସିଆଲ ଗ୍ୟାସ୍‌ ମହଙ୍ଗା ହେବା ଗ୍ରାହକଙ୍କୁ ଝଟକା ଦେଇଛି । ଗତମାସରେ 209 ଟଙ୍କା ଦର ବଢ଼ିଥିଲା ।

ଏହା ବି ପଢନ୍ତୁ...Commercial LPG Price Cut: ଘରୋଇ ପରେ ୧୫୮ ଟଙ୍କା କମିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ୍‌

2ମାସରେ 2 ଥର ବଢିଲାଣି କର୍ମସିଆଲ ଗ୍ୟାସ ଦର:ଗତ ମାସରେ କମର୍ସିଆଲ ଗ୍ୟାସ ଦର ବୃଦ୍ଧି ହୋଇଥିଲା । ଅକ୍ଟୋବର ପହିଲାରେ କମର୍ସିଆଲ ଗ୍ୟାସ ଦର ବୃଦ୍ଧି ହୋଇଥିଲା । 209 ଟଙ୍କା ବଢିଥିଲା ଦର । ଏହା ପୂର୍ବରୁ ମେ ଓ ଜୁନ ମାସରେ ଦର ଯଥାକ୍ରମେ 172 ଟଙ୍କା ଓ 83 ଟଙ୍ଗା କମିଥିଲା । ମାତ୍ର ଅକ୍ଟୋବର ଓ ନଭେମ୍ବର ମାସରେ ଗ୍ୟାସ ଦର ବୃଦ୍ଧି ହୋଇଛି ।

ABOUT THE AUTHOR

...view details