ନୂଆଦିଲ୍ଲୀ: ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ(IPPB) ପାଇଁ ୮୨୦ କୋଟିର ଆର୍ଥିକ ସହାୟତା ଘୋଷଣା କଲେ କେନ୍ଦ୍ର ସରକାର । ଏହି ବ୍ୟାଙ୍କ ପ୍ରତିଷ୍ଠା ସଂକ୍ରାନ୍ତ ପ୍ରକଳ୍ପ ବ୍ୟୟ ଅଟକଳ ରାଶିକୁ ୧୪୩୫ କୋଟିରୁ ୨୨୫୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଫଳରେ ସରକାର ଏଥିପାଇଁ ଅତିରିକ୍ତ ୮୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ କରାଯାଇଥିବା ସୂତ୍ରରୁ ସୂଚନା ମିଳିଛି ।
ପୋଷ୍ଟ ପେମେଣ୍ଟ ବ୍ୟାଙ୍କକୁ ୮୨୦ କୋଟିର ସରକାରୀ ସହାୟତା - ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କକୁ ସରକାରୀ ସହାୟତା
ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ପାଇଁ ୮୨୦ କୋଟିର ଆର୍ଥିକ ସହାୟତା ଘୋଷଣା କଲେ କେନ୍ଦ୍ର ସରକାର । ଅଧିକ ପଢନ୍ତୁ

ପୋଷ୍ଟ ପେମେଣ୍ଟ ବ୍ୟାଙ୍କକୁ ୮୨୦ କୋଟିର ସରକାରୀ ସହାୟତା
ଦେଶରେ ପୋଷ୍ଟ ପେମେଣ୍ଟ ବ୍ୟାଙ୍କରେ ୫ କୋଟିରୁ ଅଧିକ ଆକାଉଣ୍ଟ ରହିଛି । ଏହା ୧.୩୬ ଲକ୍ଷ ଶାଖା ସାହାଯ୍ୟରେ ପରିଚାଳିତ ହେଉଛି । ପାଖାପାଖି ୪୮ ପ୍ରତିଶତ ମହିଳା ଏଥିରେ ଆକାଉଣ୍ଟ ଖୋଲିଛନ୍ତି । ସରକାରଙ୍କ ସାମାଜିକ ଲକ୍ଷ୍ୟ ପୂରଣ ଦିଗରେ IPPB ବଳିଷ୍ଠ ଭୂମିକା ତୁଲାଉଛି । IPPBକୁ ଆର୍ଥିକ ସହାୟତା ମିଳିବା ପରେ ବିଶେଷକରି ଗ୍ରାମାଞ୍ଚଳରେ ଆର୍ଥିକ ଅନ୍ତର୍ଭୁକ୍ତିକରଣର ସରକାରଙ୍କ କାର୍ଯ୍ୟସୂଚୀଙ୍କୁ ଆଗକୁ ବଢାଇବା ପାଇଁ ଏହା ସହାୟକ ହେବ ବୋଲି କୁହାଯାଉଛି ।