ୱାସିଂଟନ: ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରକୁ ସମ୍ପୂର୍ଣ୍ଣ କିଣିବାକୁ ଚାହୁଁଛନ୍ତି ଟେଲସା ସିଇଓ ଏଲନ ମସ୍କ । ଟ୍ବିଟର ଶେୟାର ପିଛା ୫୪.୨୦ ଡଲାର ହିସାବରେ ମୋଟ ୪୩ ବିଲିୟନ ଡଲାର ଦେଇ ସେ ଏହି ପ୍ଲାଟଫର୍ମର ଶତପ୍ରତିଶତ ମାଲିକ ହେବାକୁ ମନ ବଳାଇଛନ୍ତି । ଏହି ପ୍ରସ୍ତାବକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିବା ବେଳେ ଇ-କମର୍ସ କମ୍ପାନୀ ସ୍ନାପଡିଲର ସିଇଓ(Snapdeal CEO) କୁନାଲ ବାହଲ(Kunal Bahl) ଏଲନ ମସ୍କଙ୍କ ଏପରି ଅଭିଳାଶକୁ ପରିହାସ କରିଛନ୍ତି ।
ଶ୍ରୀଲଙ୍କାକୁ କିଣି ଏହାର ନାମ ସିଲନ ମସ୍କ ରଖନ୍ତୁ, ଏଲନ ମସ୍କଙ୍କୁ କହିଲେ Snapdeal CEO - ସିଲନ ମସ୍କ
ଟେଲସା ସିଇଓ ଏଲନ ମସ୍କଙ୍କୁ ସ୍ନାପଡିଲ ସିଇଓ କୁନାଲ ବାହଲଙ୍କ ପରିହାସ । ଟ୍ବିଟର ଛାଡି ଶ୍ରୀଲଙ୍କାକୁ କିଣନ୍ତୁ ଏବଂ ଏହାର ନାମ ସିଲନ ମସ୍କ ରଖନ୍ତୁ କହିଲେ କୁନାଲ । ଅଧିକ ପଢନ୍ତୁ
![ଶ୍ରୀଲଙ୍କାକୁ କିଣି ଏହାର ନାମ ସିଲନ ମସ୍କ ରଖନ୍ତୁ, ଏଲନ ମସ୍କଙ୍କୁ କହିଲେ Snapdeal CEO ଶ୍ରୀଲଙ୍କାକୁ କିଣି ଏହାର ନାମ ସିଲନ ମସ୍କ ରଖନ୍ତୁ, ଏଲନ ମସ୍କଙ୍କୁ କହିଲେ Snapdeal ସିିଇଓ](https://etvbharatimages.akamaized.net/etvbharat/prod-images/768-512-15038783-thumbnail-3x2-elon.jpg)
ସିଇଓ କୁନାଲ ଏଲନ ମସ୍କକୁ ପରାମର୍ଶ ଦେଇଛନ୍ତି ଯେ, ଟ୍ବିଟରକୁ କିଣିବା ପରିବର୍ତ୍ତେ ସେ ଆର୍ଥିକ ସଙ୍କଟ ମଧ୍ୟରେ ଜର୍ଜରିତ ଶ୍ରୀଲଙ୍କାକୁ କିଣି ନିଅନ୍ତୁ । ଏଲନ ମସ୍କ ଟ୍ବିଟର ପାଇଁ ୪୩ ବିଲିୟନ ଡଲାର ଅଫର କରିଛନ୍ତି । ଶ୍ରୀଲଙ୍କା ୪୫ ବିଲିୟନ ଡଲାର ଋଣ ମଧ୍ୟରେ ବୁଡି ରହିଛି । ତେଣୁ ଶ୍ରୀଲଙ୍କାକୁ କିଣି ଏହାକୁ ସେ ସିଲନ ମସ୍କ ଡାକିପାରିବେ(Buy Sri Lanka and name it Ceylon Musk) ବୋଲି ଟ୍ବିଟ୍ କରିଛନ୍ତି କୁନାଲ । ଶେଷରେ ଏକ ହସ(Smile) ଇମୋଜୀ ମଧ୍ୟ ଦେଇଛନ୍ତି ।
କହିରଖୁଛୁ କି, ଶ୍ରୀଲଙ୍କା ବର୍ତ୍ତମାନ ଉତ୍କଟ ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛି । ଦେଶରେ ଖାଦ୍ୟ ଓ ପାନୀୟ ଘୋର ଅଭାବ ସୃଷ୍ଟି ହୋଇଛି । ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ପଡିଥିବା ଯୋଗୁଁ ଅତ୍ୟାବଶୀୟ ସାମଗ୍ରୀ ଆମଦାନୀ କରୁପାରୁନି ଶ୍ରୀଲଙ୍କା । ଫଳରେ ଏଠାରେ ଚାଉଳ କେଜି ୫୦୦ ଟଙ୍କା ରହିଛି ।