ହାଇଦ୍ରାବାଦ: କିଛି ବର୍ଷ ଯାଏଁ ଫିକ୍ସ ଡିପୋଜିଟ(fixed deposits) ଲୋକଙ୍କ ପ୍ରଥମ ପସନ୍ଦ ଭାବେ ରହିଥିଲା । ହେଲେ ଏବେ ସମୟ ବଦଳି ଯାଇଛି । ସମ୍ପ୍ରତ୍ତି ନିବେଶ ଓ ସଞ୍ଚୟ ପାଇଁ ଲୋକଙ୍କ ସମ୍ମୁଖରେ ଅନେକ ଗୁଡିଏ ବିକଳ୍ପ ଉଭା ହୋଇଛି । ବିଶେଷକରି ଫିନଟେକ ଫାର୍ମଗୁଡିକର ଏଣ୍ଟ୍ରି ଛୋଟବଡ ଜମାକାରୀଙ୍କ ପାଇଁ ନିବେଶର ପରିଭାଷା ସମ୍ପୂର୍ଣ୍ଣ ବଦଳାଇ ଦେଇଛି । ସେମାନେ ଅଧିକ ସୁଧ ଅଫର କରି ଲୋକଙ୍କୁ ଆକର୍ଷିତ କରୁଛନ୍ତି । ଏହିସବୁ ନିବେଶ ଯୋଜନାରେ ଫିକ୍ସ ଡିପୋଜିଟ ତୁଳନାରେ ଅଧିକ ସୁଧ ମିଳୁଛି ।
ସାଧରଣତଃ ନିବେଶକ ନିବେଶ ଏବଂ ସୁନିଶ୍ଚିତ ରିଟର୍ଣ୍ଣ ସନ୍ଧାନରେ ରହିଥାନ୍ତି । ଏହି କାରଣରୁ ସେମାନେ ବ୍ୟାଙ୍କ ଓ ଡାକଘର ଡିପୋଜିଟକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି । ହେଲେ ନିକଟରେ ଆର୍ଥିକ ନିବେଶ କ୍ଷେତ୍ରରେ ନୂତନ ଧାରା ସୃଷ୍ଟି ହୋଇଛି । ତେଣୁ ଜମାକାରୀ ସାମାନ୍ୟ ରିସ୍କ୍ ନେବାକୁ ପ୍ରସ୍ତୁତ ରହୁଛନ୍ତି । ଅନ୍ୟ କେତେକ ପାରମ୍ପରିକ ଫିକ୍ସ୍ ଡିପୋଜିଟରେ ନିବେଶକୁ ସୁରକ୍ଷିତ ମଣୁଛନ୍ତି । ଏପରି ସ୍ଥିତିରେ ଫିନଟେକ୍ କମ୍ପାନୀଗୁଡିକ ପାରମ୍ପରିକ ଫିକ୍ସ ଡିପୋଜିଟରେ ସୁରକ୍ଷିତ ବିକଳ୍ପ ଅଫର କରି ଏହାର ଫାଇଦା ଉଠାଉଛନ୍ତି ।
ସୁରକ୍ଷିତ ରିଟର୍ଣ୍ଣ ଲାଗି ଜମାକାରୀ ବ୍ୟାଙ୍କ ଓ ଡାକଘରକୁ ପସନ୍ଦ କରୁଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ଅନୁମୋଦିତ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା(NBFCs) ଉଚ୍ଚ ସୁଧହାର ବିଶିଷ୍ଟ ଏଫଡିର ପ୍ରତିଦ୍ବନ୍ଦୀ ଭାବେ ଅନେକ ବିକଳ୍ପ ଯୋଜନାଗୁଡିକୁ ଉପସ୍ଥାପନ କରିଛି । ଏହିସବୁ NBFC ବଜାରରେ ନୂତନ ସୁଯୋଗ ଅନ୍ୱଷଣ ପାଇଁ ଏକ ନୂଆ ଯୁଗର ସଂସ୍ଥା ଭାବେ କାର୍ଯ୍ୟ କରୁଛନ୍ତି । ତେବେ ନିଜର କଷ୍ଟ ଅର୍ଜିତ ଅର୍ଥକୁ ଏହିଭଳି ଯୋଜନାରେ ନିବେଶ କରିବା କେତେ ସୁରକ୍ଷିତ ? ଏଥିରେ ଟଙ୍କା ଜମା କରିବା ସମୟରେ କେଉଁସବୁ ସତର୍କତା ଅନୁସରଣ କରିବା ଉଚିତ୍ ? ତାହା ବିଚାର କରନ୍ତୁ ।
ଉଦାହରଣ ସ୍ୱରୁପ, କିଛି ଫାର୍ମ ୧୪ରୁ ୧୫ ପ୍ରତିଶତ ସୁଧହାରରେ କାର୍ ଓ ହୋମ୍ ଲୋନ ଅଫର୍ କରୁଛନ୍ତି । ଏହାସହିତ ସେମାନେ ନିଜ ଜମାକାରୀଙ୍କୁ ୧୨ରୁ ୧୩ ପ୍ରତିଶତ ସୁଧ ଦେବାକୁ ପ୍ରତିଶ୍ରୁତି ଦେଉଛନ୍ତି । ଯାହା ସାଧାରଣରେ ଗ୍ରହଣୀୟ ନୁହେଁ ବୋଲି ଆମେ ସମସ୍ତେ ଜାଣୁ । ଏହିସବୁ ଫାର୍ମ ସହ ନିବେଶ ଜମାକାରୀଙ୍କ ଡିପୋଜିଟ ପ୍ରତି ଅଧିକ ବିପଦ ରହିଥାଏ । ଯଦି ଏହି NBFC ଗୁଡିକ ଲୋନ ରିକଭରିରେ ବିଫଳ ହୁଅନ୍ତି ତେବେ ଆପଣ ନିଜ ମୂଳ ଟଙ୍କା ମଧ୍ୟ ହରାଇ ବସିବେ । ତେଣୁ ଉଚ୍ଚ ସୁଧହାର ଆଶା ଛାଡିବା ଉଚିତ୍ ।