ନୂଆଦିଲ୍ଲୀ: ପ୍ରତି ମାସରେ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଥାଏ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) । ଏନେଇ ଡିସେମ୍ବର ମାସ ପାଇଁ ମଧ୍ୟ ଛୁଟି ତାଲିକା ପ୍ରକାଶ କରିଛି ଆରବିଆଇ । କେନ୍ଦ୍ରୀୟ ବ୍ୟାଙ୍କ ନିଜ ୱେବସାଇଟରେ ଏହି ସୂଚନା ଜାରି କରିଛି । ଡିସେମ୍ବର 2023 ମାସ ପାଇଁ ଛୁଟିଦିନର କ୍ୟାଲେଣ୍ଡର ଅନୁଯାୟୀ, ବ୍ୟାଙ୍କିଂ କାର୍ଯ୍ୟକଳାପ କିଛି ଦିନ ବନ୍ଦ ରହିବ । କେତେକ ବ୍ୟାଙ୍କ ଛୁଟି ରାଜ୍ୟ ଅନୁସାରେ ଛୁଟି ଗୁଡିକୁ ବର୍ଗୀକୃତ କରାଯାଇଛି ଅର୍ଥାତ୍ କେବଳ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ କିମ୍ବା ରାଜ୍ୟରେ ଏହି ଛୁଟି ଦିନ ଗୁଡିକ ପାଳନ କରିବେ । ଏହା ମଧ୍ୟରେ ଡିସେମ୍ବର ମାସରେ ବ୍ୟାଙ୍କ ଗୁଡିକ ମୋଟ 18 ଦିନ ପାଇଁ ବନ୍ଦ ରହିବ । ଏହା ସତ୍ତ୍ବେ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା କାର୍ଯ୍ୟ ଜାରି ରଖିବ । ତେବେ ଯଦି ଆପଣମାନେ ବ୍ୟଙ୍କ ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ଏହି ଛୁଟି ଦିନ ଗୁଡ଼ିକ ବିଷୟରେ ଜାଣନ୍ତୁ ।
ତେବେ ଡିସେମ୍ବରରେ 18 ଦିନ ବ୍ୟାଙ୍କ ବନ୍ଦ ରହିବ । ପ୍ରତି ରାଜ୍ୟରେ ଅଲଗା ଅଲଗା ପର୍ବ ପାଇଁ ସେହି ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ମୋଟ 11 ଦିନ ବିଭିନ୍ନ ରାଜ୍ୟର ପର୍ବ ପାଇଁ ବ୍ୟାଙ୍କ ବନ୍ଦ ରହୁଥିବା ବେଳେ 5ଟି ରବିବାର ବ୍ୟାଙ୍କ ବନ୍ଦ ରହିବ । ସେହି ପରି ସବୁ ମାସ ପରି ଡ଼ିସେମ୍ବର ମାସରେ ମଧ୍ୟ ମାସର ଦ୍ବିତୀୟ ଶନିବାର ଓ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହିବ । ତେବେ ବ୍ୟାଙ୍କର ଛୁଟିକୁ ନେଇ ଅଧିକ ଚିନ୍ତା କରିବାକୁ ପଡିବ ନାହିଁ କାରଣ ବ୍ୟାଙ୍କର ସମସ୍ତ ସୁବିଧା ଅନଲାଇନ ମାଧ୍ୟମରେ ଉପଲବ୍ଧ ହେବ । ଏହାଦ୍ବାରା ଆପଣମାନେ ଘରେ ବସି ବ୍ୟାଙ୍କ ସହିତ ଜଡିତ କୌଣସି ବି କାମ ସହଜରେ କରିପାରିବେ । ଏହା ବ୍ୟତୀତ ନେଟ୍ ବ୍ୟାଙ୍କିଂ ମଧ୍ୟ ଏକ ଭଲ ବିକଳ୍ପ ।
ଡିସେମ୍ବର 2023 ସାପ୍ତାହିକ ଅବକାଶ
ତାରିଖ | ଦିନ | କାରଣ | ରାଜ୍ୟ |
3 ଡିସେମ୍ବର | ରବିବାର | ସାପ୍ତାହିକ ଅବକାଶ | ସମସ୍ତ ରାଜ୍ୟ |
9 ଡିସେମ୍ବର | ଶନିବାର | ମାସର ଦ୍ବିତୀୟ ଶନିବାର | ସମସ୍ତ ରାଜ୍ୟ |
10 ଡିସେମ୍ବର | ରବିବାର | ସାପ୍ତାହିକ ଅବକାଶ | ସମସ୍ତ ରାଜ୍ୟ |
17 ଡିସେମ୍ବର | ରବିବାର | ସାପ୍ତାହିକ ଅବକାଶ | ସମସ୍ତ ରାଜ୍ୟ |
23 ଡିସେମ୍ବର | ଶନିବାର | ମାସର ଚତୁର୍ଥ ଶନିବାର | ସମସ୍ତ ରାଜ୍ୟ |
24 ଡିସେମ୍ବର | ରବିବାର | ସାପ୍ତାହିକ ଅବକାଶ | ସମସ୍ତ ରାଜ୍ୟ |
31 ଡିସେମ୍ବର | ରବିବାର | ସାପ୍ତାହିକ ଅବକାଶ | ସମସ୍ତ ରାଜ୍ୟ |