ଓଡିଶା

odisha

ETV Bharat / business

ଦେଶରେ ଫୁଡ୍ ଡେଲିଭରି ସେବା ବନ୍ଦ କରିବ Amazon

ଭାରତରେ ଆମାଜନ୍ ଫୁଡ୍ ଡେଲିଭନି ବନ୍ଦ(Amazon to shut food delivery business in India) । ଆଗାମୀ କିଛିଦିନ ମଧ୍ୟରେ ବନ୍ଦ ହେବ ଏହି ସେବା । ଅଧିକ ପଢନ୍ତୁ

By

Published : Nov 26, 2022, 12:11 PM IST

ଦେଶରେ ଫୁଡ୍ ଡେଲିଭରି ସେବା ବନ୍ଦ କରିବ Amazon
ଦେଶରେ ଫୁଡ୍ ଡେଲିଭରି ସେବା ବନ୍ଦ କରିବ Amazon

ନୂଆଦିଲ୍ଲୀ: ଭାରତରେ ଖାଦ୍ୟ ବିତରଣ କାର୍ଯ୍ୟକ୍ରମକୁ ବନ୍ଦ କରିଦେବ ଲୋକପ୍ରିୟ ଅନଲାଇନ୍ ସପିଂ ପ୍ଲାଟଫର୍ମ ଆମାଜନ(Amazon to shut food delivery business in India) । ଏଡୁକେସନ୍ ଟେକ୍ନଲୋଜି ଭର୍ଟିକାଲ(edtech vertical), ଅନଲାଇନ ଲର୍ଣ୍ଣିଂ ଭର୍ଟିକାଲ, ଆମାଜନ୍ ଏକାଡେମି ଇତ୍ୟାଦି ବନ୍ଦ କରିବା ପରେ ଫୁ଼ଡ୍ ଡେଲିଭରି ମଧ୍ୟ ବନ୍ଦ କରିବାକୁ ଘୋଷଣା କରିଛି କମ୍ପାନି। ଶୁକ୍ରବାର(ନଭେମ୍ବର 25)ରେ ଏନେଇ ଘୋଷଣା କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି ।

ଦେଶରେ ଫୁଡ୍ ଡେଲିଭରି ସେବା ବନ୍ଦ କରିବ Amazon

କହି ରଖୁଛୁ, ମେ 2020, ଡିସେମ୍ବର 29 ରେ ଆମାଜନ ଭାରତରେ ଏହାର ଖାଦ୍ୟ ବିତରଣ ସେବା ଆରମ୍ଭ କରିଥିଲା । କମ୍ପାନୀ ମୁଖପାତ୍ର କହିଛନ୍ତି ଯେ, "ଆମର ବାର୍ଷିକ ଅପରେଟିଂ ଯୋଜନା ସମୀକ୍ଷା ପ୍ରକ୍ରିୟାର ଏକ ଅଂଶ ଭାବରେ ଆମେ ଆମାଜନ ଫୁଡ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ । ଆମେ ଏହି ନିଷ୍ପତ୍ତିଗୁଡିକୁ ହାଲୁକା ଭାବେ ଗ୍ରହଣ କରୁନାହୁଁ । ବର୍ତ୍ତମାନର ଗ୍ରାହକ ଏବଂ ପାର୍ଟନରଙ୍କର ଯତ୍ନ ନେବା ପାଇଁ ଆମେ ଏହି କାର୍ଯ୍ୟକ୍ରମଗୁଡିକୁ ପର୍ଯ୍ୟାୟ କ୍ରମେ ବନ୍ଦ କରୁଛୁ ।"

କମ୍ପାନି ସହ ଚୁକ୍ତିରେ ଥିବା ରେସ୍ତୋରାଁଗୁଡିକୁ ଏହାର ସମସ୍ତ ଦେୟ ଏବଂ ଅନ୍ୟାନ୍ୟ ନିୟମ ପୂରଣ କରିବ ବୋଲି ପ୍ରତିଶ୍ରୁତି ଦେଇଛି । ରେସ୍ତୋରାଁ ଗୁଡିକ ସମସ୍ତ ଆମାଜନ ଉପକରଣ ଏବଂ ରିପୋର୍ଟଗୁଡିକ 31 ଜାନୁୟାରୀ 2023 ପର୍ଯ୍ୟନ୍ତ ପାଇବେ । ଗ୍ରାହକମାନେ ଏହି ନିୟମ ଲାଗୁ ହେବା ପର୍ଯ୍ୟନ୍ତ ସମସ୍ତ ଅର୍ଡର ପାଇପାରିବେ ବୋଲି କମ୍ପାନି କହିଛନ୍ତି ।

ସୂଚନା ଥାଉକି, ଚଳିତ ମାସରେ କମ୍ପାନି ହଜାର ହଜାର କର୍ମଚାରୀଙ୍କ ଛଟେଇ କରିଛି । ଏଥିରେ ଶତାଧିକ ଭାରତୀୟ କର୍ମଚାରୀ ମଧ୍ୟ ପ୍ରଭାବିତ ହୋଇଛନ୍ତି । ବର୍ତ୍ତମାନ କମ୍ପାନି ଫୁଡ୍ ଡେଲିଭରିଠୁ ଆରମ୍ଭ କରି ଅନ୍ୟାନ୍ୟ ସେବା ବନ୍ଦ କରିବା ନେଇ ଘୋଷଣା କରିଛି । 2020 କୋରୋନା କଟକଣା ସମୟରେ କମ୍ପାନି ଭାରତରେ ଖାଦ୍ୟ ବିତରଣ ସେବା ଆରମ୍ଭ କରି ଥିବାବେଳେ 2021 ରେ ଅନ୍‌ଲାଇନ୍ କ୍ଲାସ୍ ପାଇଁ ଶିକ୍ଷା ସମ୍ପନ୍ଧୀୟ ସେବା ଆରମ୍ଭ କରିଥିଲା ।

ABOUT THE AUTHOR

...view details