ଓଡିଶା

odisha

ଏଲନ ମସ୍କଙ୍କୁ ପୁନୱାଲାଙ୍କ ପରାମର୍ଶ, ଭାରତରରେ ଟେଲସା ଉତ୍ପାଦନ ପାଇଁ ନିବେଶ କର

By

Published : May 10, 2022, 8:50 AM IST

ପ୍ରମୁଖ ଟିକା ଉତ୍ପାଦନକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଏଲନ ମସ୍କଙ୍କ ଏକ ପରାମର୍ଶ ଦେଇଛନ୍ତି । ଭାରତରେ ଟେସଲା କାର ଉତ୍ପାଦନ ପାଇଁ ମସ୍କ ନିବେଶ କରନ୍ତୁ ବୋଲି କହିଛନ୍ତି ପୁନୱାଲା । ଅଧିକ ପଢନ୍ତୁ

ଭାରତରରେ ଟେଲସା ଉତ୍ପାଦନ ପାଇଁ ନିବେଶ କରିବାକୁ ଏଲନ ମସ୍କଙ୍କୁ ପୁନୱାଲାଙ୍କ ପରାମର୍ଶ
ଭାରତରରେ ଟେଲସା ଉତ୍ପାଦନ ପାଇଁ ନିବେଶ କରିବାକୁ ଏଲନ ମସ୍କଙ୍କୁ ପୁନୱାଲାଙ୍କ ପରାମର୍ଶ

ନୂଆଦିଲ୍ଲୀ: ପ୍ରମୁଖ ଟିକା ଉତ୍ପାଦନକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ(CEO) ଆଦର ପୁନାୱାଲା ଏଲନ ମସ୍କଙ୍କ ଏକ ପରାମର୍ଶ ଦେଇଛନ୍ତି । ଭାରତରେ ଟେସଲା କାର ଉତ୍ପାଦନ ପାଇଁ ମସ୍କ ନିବେଶ କରନ୍ତୁ ବୋଲି କହିଛନ୍ତି ପୁନୱାଲା । ଇଲେକ୍ଟ୍ରିକ କାର ନିର୍ମାଣ ପାଇଁ ମସ୍କଙ୍କୁ ଭାରକ ଆମନ୍ତ୍ରଣ କରିଛନ୍ତି ପୁନାୱାଲା । ସେ କହିଛନ୍ତି ମସ୍କ ଯଦି ଏଠାରେ ଇ-କାର ଉତ୍ପାଦନ କରିନ୍ତି ତେବେ ଏହା ତାଙ୍କର ସବୁଠାରୁ ଶ୍ରେଷ୍ଠ ନିବେଶ ହେବ ବୋଲି କହିଛନ୍ତି ଆଦର ପୁନାୱାଲା ।

ଏଲନ ମସ୍କ ମାଇକ୍ରୋ ବ୍ଲଗିଂ ସାଇଟ ଟୁଇଟରକୁ 44 ବିଲିୟନ ଡଲାରରେ କିଣିଛନ୍ତି । ଭାରତରେ ଟେସଲା କାର ବିକ୍ରି ଲାଗି ଆମଦାନି ଶୁକ୍ଳ ଅଧିକ ରହୁଥିବା କହି ଏହାକୁ କମ୍‌ କରିବାକୁ ଭାରତ ସରକାରଙ୍କୁ ନିବେଦନ କରିଥିଲେ ମସ୍କ । ପୁନାୱାଲା ଟ୍ବିଟ କରି ମସ୍କଙ୍କ ଉଦ୍ଦେଶ୍ୟରେ କହିଛନ୍ତି, "ଟୁଇଟର କ୍ରୟ ପାଇଁ ଯଦି ଡିଲ୍‌ ହୋଇପାରୁଛି ତେବେ, ଭାରତରେ ଉଚ୍ଚ ଗୁଣବତ୍ତା ଟେସଲା କାର ନିର୍ମାଣ ପାଇଁ ନିବେଶ ଲାଗି ବିଚାର କରନ୍ତୁ ।"

ସେ ଆହୁରି କହିଛନ୍ତି, ''ମୁଁ ଆପଣଙ୍କୁ ଭରଷା ଦେଉଛି ଏହା ସବୁଠାରୁ ସର୍ବଶ୍ରେଷ୍ଠ ନିବେଶ ହେବ । ଗତ ବର୍ଷ ମସ୍କ କହିଥିଲେ ଆମଦାନୀ ଯାନଗୁଡିକ ସଫଳ ହେଲେ ଉତ୍ପାଦନ ୟୁନିଟ ବସାଇବା ଉପରେ କମ୍ପାନୀ ବିଚାର କରିବ ।"

ABOUT THE AUTHOR

...view details