ନୂଆଦିଲ୍ଲୀ:ସୁକନ୍ୟା ସମୃଦ୍ଧି ଯୋଜନା (SSY) ହେଉଛି ଏକ କମ୍ପିଟେଟିଭ ସୁଧ ହାର ସହିତ ଟିକସ ମୁକ୍ତ ସରକାରୀ ସଞ୍ଚୟ ଯୋଜନା । ଏହି ଯୋଜନା ମାଧ୍ୟମରେ ଆପଣ ଆପଣଙ୍କ ଝିଅର ଭବିଷ୍ୟତର ଆର୍ଥିକ ଆବଶ୍ୟକତା ପାଇଁ ଅର୍ଥ ସଞ୍ଚୟ କରିପାରିବେ । ପ୍ରତି ପରିବାରର ପିତାମାତାମାନେ ଏକ ବର୍ଷରୁ ଅଧିକ ଓ 10 ବର୍ଷରୁ କମ୍ ବୟସର ଦୁଇ ଝିଅଙ୍କ ନାମରେ ସର୍ବାଧିକ ଦୁଇଟି ଆକାଉଣ୍ଟ୍ ଖୋଲି ପାରିବେ । କିନ୍ତୁ ଯାଆଁଳା ଏବଂ ତିନୋଟି ଛୁଆ ଜନ୍ମ ହେବା କ୍ଷେତ୍ରରେ ପ୍ରତି ପରିବାରର ଦୁଇଟିରୁ ଅଧିକ SSY ଆକାଉଣ୍ଟ ଖୋଲି ପାରିବେ ।
ବର୍ତ୍ତମାନ ସୁକନ୍ୟା ସମୃଦ୍ଧି ଯୋଜନା ଆକାଉଣ୍ଟ 8 ପ୍ରତିଶତ ସୁଧ ପ୍ରଦାନ କରୁଛି । ଏହାସହ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଗୋଟିଏ ଆକାଉଣ୍ଟରେ ଜମା ହେବାର ସର୍ବାଧିକ ରାଶି ହେଉଛି 1.5 ଲକ୍ଷ ଟଙ୍କା । ସୁକନ୍ୟା ସମୃଦ୍ଧି ଯୋଜନାରେ ଜମା ହୋଇଥିବା ରାଶି ଉପରେ ମିଳୁଥିବା ସୁଧହାର ବାର୍ଷିକ ହାରରେ ଚକ୍ରବର୍ତ୍ତୀ ହୋଇଥାଏ । ଖାତା ଖୋଲିବା ଦିନ ଠାରୁ 21 ବର୍ଷ ପର୍ଯ୍ୟନ୍ତ ପରିପକ୍ବ ହୋଇଥାଏ । ଅନ୍ୟପକ୍ଷେ ସୁକନ୍ୟା ସମୃଦ୍ଧି ଯୋଜନା ଆକାଉଣ୍ଟ ଖୋଲିବା ଦିନ ଠାରୁ କେବଳ 15 ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରାଯାଇ ପାରିବ ।
ଏହା ମଧ୍ୟ ପଢ଼ନ୍ତୁ .....ସ୍ବାବଲମ୍ବୀ କଲା ପିଏମ୍ ସ୍ୱନିଧି ଯୋଜନା, ଆତ୍ମନିର୍ଭରଶୀଳ ହେଲେ ଦୁଇ କିନ୍ନର