ଓଡିଶା

odisha

ETV Bharat / business

2000 ଟଙ୍କିଆ ନୋଟ ରଖିଛନ୍ତି କି ? ଆଜିଠୁ ବ୍ୟାଙ୍କରେ ବଦଳ ପ୍ରକ୍ରିୟା ଆରମ୍ଭ - 2000 ଟଙ୍କିଆ ନୋଟ ବଦଳ

ପାଖରେ 2000 ଟଙ୍କିଆ ନୋଟ ରଖିଛନ୍ତି କି । କାରବାରକୁ ବାଦ ପଡିବା ଖବର ପାଇବା ପରେ ଚିନ୍ତାରେ ପଡିଛନ୍ତି କି ? ଚିନ୍ତା କରିବାର କିଛି କାରଣ ନାହିଁ । ଆଜିଠୁ ବ୍ୟାଙ୍କରେ ବଦଳ କରିପାରିବେ । ଅଧିକ ପଢ଼ନ୍ତୁ

2000 ଟଙ୍କିଆ ନୋଟ ସେବା
2000 note exchange service

By

Published : May 23, 2023, 8:02 AM IST

ନୂଆଦିଲ୍ଲୀ:ଆଗାମୀ ଦିନରେ କାରବାରରୁ ବାଦ ପଡିବ 2000 ଟଙ୍କିଆ ନୋଟ । ଏ ଖବର ଜାଣିବା ପରେ କିଛି ଲୋକ ଚିନ୍ତାରେ ପଡିଥିବେ । ତେବେ ଟେନସନ ହେବାର କୌଣସି କାରଣ ନାହିଁ । ପାଖରେ 2000 ଟଙ୍କିଆ ନୋଟ ରଖିଛନ୍ତି କି ଯଦି ରଖିଛନ୍ତି ତେବେ ଚିନ୍ତା କରିବାର ନାହିଁ । କାରଣ ଆଜିଠୁ 2000 ଟଙ୍କିଆ ନୋଟ ବଦଳ ସେବା ଆରମ୍ଭ ହେବ । ଯଦି ଆପଣଙ୍କ ପାଖରେ 2000 ଟଙ୍କିଆ ନୋଟ ଅଛି ତେବେ ନିକଟସ୍ଥ ବ୍ୟାଙ୍କରେ ଏହାର ବଦଳ କରିପାରିବେ । ଏହି ସେବା ସେପ୍ଟେମ୍ବର 30 ତାରିଖ ଯାଏଁ ଉପଲବ୍ଧ ରହିଛି । ଦେଶର ସମସ୍ତ ବ୍ୟାଙ୍କରେ ଲୋକ ଏହି ସେବା ପାଇ ପାରିବେ ।

ଏହା ବି ପଢନ୍ତୁ...'2000 ଟଙ୍କିଆ ନୋଟ ନେବାକୁ ଦୋକାନୀ ଅଗ୍ରାହ୍ୟ କରିବେନି

ଆଜିଠୁ ସେପ୍ଟେମ୍ବର 30 ତାରିଖ ଯାଏଁ ସମସ୍ତ ବ୍ୟାଙ୍କରେ ଏହି 2000 ଟଙ୍କିଆ ନୋଟ ବଦଳ ପ୍ରକ୍ରିୟା ଜାରି ରହିବ । ହାତରେ ଯଥେଷ୍ଟ ସମୟ ରହିଛି । ଚିନ୍ତା କରିବାର ନାହିଁ କି ବ୍ୟାଙ୍କ ଶାଖାରେ ଅଧିକ ଭିଡ଼ ନକରିବାକୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପରାମର୍ଶ ଦେଇଛନ୍ତି । 2000 ଟଙ୍କିଆ ନୋଟ ରଖିଥିବା ଲୋକ ନିକଟସ୍ଥ ବ୍ୟାଙ୍କକୁ ଯାଇ ବଦଳାଇପାରିବେ । ଯଦି ବି ଉକ୍ତ ବ୍ୟାଙ୍କରେ ଆକାଉଣ୍ଟ ନାହିଁ ତାହାଲେ ମଧ୍ୟ ବଦଳାଇ ପାରିବେ । ଥରକରେ 20 ହଜାର ପର୍ଯ୍ୟନ୍ତ ବଦଳାଇ ପାରିବେ । ଏଥିପାଇଁ କୌଣସି ପରିଚୟ ପତ୍ରର ଆବଶ୍ୟକତା ନାହିଁ ନା ଲୋକଙ୍କୁ କୌଣସି ଫର୍ମ ଭରିବାକୁ ପଡିବ । ସହଜରେ 20 ହଜାର ପର୍ଯ୍ୟନ୍ତ 2000 ଟଙ୍କିଆ ନୋଟ ବଦଳାଇ ପାରିବେ । କେୱାଇସି ଓ ଅନ୍ୟ ଆବଶ୍ୟକ ନିୟମ ଅନୁସାରେ 2000 ଟଙ୍କିଆ ନୋଟ ବଦଳାଇ ପାରିବେ । ଆରବିଆଇ ମେ' 19 ତାରିଖରେ 2000 ଟଙ୍କିଆ ନୋଟ ପ୍ରତ୍ୟାହାର ନିଷ୍ପତ୍ତି ନେଇଥିଲା । ଯଥେଷ୍ଟ ସମୟ ଥିବାରୁ ଲୋକେ ଆରାମରେ ନୋଟ୍‌ ବଦଳାନ୍ତୁ । ସମୟସୀମାକୁ ଗମ୍ଭୀରତାର ସହ ନିଅନ୍ତୁ ନାହିଁ । ଡେଡଲାଇନ ପରେ ବି ବଦଳ ନେଇ ସମୟ ମିଳିବ ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

ଏହା ବି ପଢନ୍ତୁ...2000ନୋଟ ବଦଳାଇବା ଲାଗି ଆବଶ୍ୟକ ନାହିଁ ପରିଚୟ ପତ୍ର: SBI

ପ୍ରକାଶଥାଉ କି, 2016 ନଭେମ୍ବର 8 ତାରିଖରେ ଅଚାନକ କେନ୍ଦ୍ର ସରକାର ନୋଟବନ୍ଦୀ ବା ବିମୁଦ୍ରିକରଣ ନେଇ ଘୋଷଣା କରିଥିଲେ । 1000 ଟଙ୍କିଆ ଓ 500 ଟଙ୍କିଆକୁ ଅଚଳ ଘୋଷଣା କରାଯାଇଥିଲା । ଏହା ପରିବର୍ତ୍ତେ ନୂଆ 500 ଟଙ୍କିଆ ସହ 2000 ଟଙ୍କିଆ ନୋଟ୍‌ ପ୍ରଚଳନ ହୋଇଥିଲା । ମାତ୍ର 2018ରୁ ଏହି 2000 ଟଙ୍କିଆ ନୋଟ୍‌ ଛପା ବନ୍ଦ ହୋଇଥିଲା । ବଜାରରେ ଏହି ନୋଟ ଆଉ ଦେଖିବାକୁ ମିଳି ନଥିଲା । 'କ୍ଲିନ୍‌ ନୋଟ୍‌ ପଲିସି' ମୁତାବକ ବଜାରରୁ 2000 ଟଙ୍କିଆ ନୋଟ ହଟାଇବା ଲାଗି ଆରବିଆଇ ନିଷ୍ପତ୍ତି ନେଇଛି । ଏହି ନୀତି ମାଧ୍ୟମରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଧୀରେଧୀରେ ଏହି ନୋଟ ହଟାଇବ ।

ABOUT THE AUTHOR

...view details