ନୂଆଦିଲ୍ଲୀ: ବର୍ତ୍ତମାନ ବ୍ୟାଙ୍କଗୁଡିକରେ 2000 ଟଙ୍କିଆ ନୋଟ ବଦଳ ପ୍ରକ୍ରିୟା ଜାରି ରହିଛି । ମେ' 23 ତାରିଖରୁ ଏହି ବଦଳ ପ୍ରକ୍ରିୟା ଆରମ୍ଭ ହୋଇ ସେପ୍ଟେମ୍ବର 30 ତାରିଖ ଯାଏଁ ଚାଲିବାକୁ ନିଷ୍ପତ୍ତି ହୋଇଛି । ତେବେ ଦରକାର ପଡ଼ିଲେ ଏହି ସେବା ସମୟ ଆଗକୁ ବଢିପାରେ । ତେବେ ମେ' 23 ତାରିଖରୁ ଆରମ୍ଭ ହୋଇଥିବା 2000 ଟଙ୍କିଆ ନୋଟ୍ ବଦଳ ଏହାରି ଭିତରେ 17 ଦିନ ପୂରଣ କରିଛି । 17 ଦିନ ଭିତରେ ବ୍ୟାଙ୍କକୁ ଅଧା ବା 50% 2000 ଟଙ୍କିଆ ନୋଟ ଫେରିଛି । ଯାହାର ମୂଲ୍ୟ ପ୍ରାୟ 1.80 ଲକ୍ଷ କୋଟି ହେବ ବୋଲି ଆର୍ବିଆଇ ପକ୍ଷରୁ ସୂଚନା ମିଳିଛି ।
ଏହା ବି ପଢନ୍ତୁ...Repo Rate: ରେପୋ ରେଟ୍ ୬.୫%ରେ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ
ଥରକରେ 20,000 ଟଙ୍କା ବା 10 ଖଣ୍ଡ ପର୍ଯ୍ୟନ୍ତ ନୋଟ ବଦଳ ହେଉଛି । ନୋଟ ବଦଳଠୁ ଏଯାଏ ବ୍ୟାଙ୍କକୁ 1.8ଲକ୍ଷ କୋଟି ଟଙ୍କା ମୂଲ୍ୟର 2000 ଟଙ୍କିଆ ନୋଟ ଫେରିଛି । ସମସ୍ତ ନୋଟ ମଧ୍ୟରୁ 85 ପ୍ରତିଶତ ବ୍ୟଙ୍କ ଜମା ଆକାରରେ ଫେରିଛି । ଜମା ସ୍ତରରେ ବଢିଲେ ବ୍ୟାଙ୍କଗୁଡିକର ଜମା ଖର୍ଚ୍ଚ କମିବ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । 2000 ଟଙ୍କିଆ ନୋଟ୍ ପ୍ରତ୍ଯାହାର ଘୋଷଣା ପରେ ପ୍ରାୟ ଅଧା ନୋଟ ଆରବିଆଇ ପାଖକୁ ଫେରିଥିବା ସୂଚନା ମିଳିଛି । ଏହା ଆଶାରୂପକ ବୋଲି କହିଛି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ।
ଏହା ବି ପଢନ୍ତୁ...2000ନୋଟ୍ ବଦଳାଇବା ଲାଗି ଆବଶ୍ୟକ ନାହିଁ ପରିଚୟ ପତ୍ର: SBI
ପ୍ରକାଶଥାଉ କି, 2016 ନଭେମ୍ବର 8 ତାରିଖରେ ଅଚାନକ କେନ୍ଦ୍ର ସରକାର ନୋଟବନ୍ଦୀ ବା ବିମୁଦ୍ରୀକରଣ ନେଇ ଘୋଷଣା କରିଥିଲେ । 1000 ଟଙ୍କିଆ ଓ 500 ଟଙ୍କିଆକୁ ଅଚଳ ଘୋଷଣା କରାଯାଇଥିଲା । ଏହା ପରିବର୍ତ୍ତେ ନୂଆ 500 ଟଙ୍କିଆ ସହ 2000 ଟଙ୍କିଆ ନୋଟ୍ ପ୍ରଚଳନ ହୋଇଥିଲା । ମାତ୍ର 2018ରୁ ଏହି 2000 ଟଙ୍କିଆ ନୋଟ୍ ଛପା ବନ୍ଦ ହୋଇଥିଲା। ବଜାରରେ ଏହି ନୋଟ୍ ଆଉ ଦେଖିବାକୁ ମିଳି ନଥିଲା । 'କ୍ଲିନ୍ ନୋଟ୍ ପଲିସି' ମୁତାବକ ବଜାରରୁ 2000 ଟଙ୍କିଆ ନୋଟ ହଟାଇବା ଲାଗି ଆରବିଆଇ ନିଷ୍ପତ୍ତି ନେଇଛି । ଏହି ନୀତି ମାଧ୍ୟମରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଧୀରେଧୀରେ ଏହି ନୋଟ୍ ହଟାଇବ । ମେ' 19 ତାରିଖରେ 2000 ଟଙ୍କିଆ ପ୍ରତ୍ୟାହାର ନିଷ୍ପତ୍ତି ନେଇଥିବା ଘୋଷଣା କରିଥିଲେ ।