ନୂଆଦିଲ୍ଲୀ:ମାସ ଆରମ୍ଭରୁ ମହଙ୍ଗା ମାଡରୁ ଗ୍ରାହକଙ୍କୁ ଆଶ୍ବସ୍ତି । ମାସକ ପରେ ପୁଣି କମିଲା ଏଲପିଜି ସିଲିଣ୍ଡର ଦର । ୨ହଜାର ତଳକୁ ଖସିଲା ସିଲିଣ୍ଡର ଦାମ । ଦେଶବ୍ୟାପୀ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ଦର ହ୍ରାସ ହୋଇଛି । ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ୧୭୧ ଟଙ୍କା ୫୦ ପଇସା ଶସ୍ତା ହୋଇଛି । ୧୯ କେଜି ବିଶିଷ୍ଟ ବ୍ୟବସାୟିକ ସିଲିଣ୍ଡରରେ ଏହି ହ୍ରାସ ହୋଇଛି କିନ୍ତୁ ୧୪ କିଲୋଗ୍ରାମ ଘରୋଇ ସିଲିଣ୍ଡର ଦାମ୍ରେ ପରିବର୍ତ୍ତନ ହୋଇନାହିଁ । ସିଲିଣ୍ଡର ମୂଲ୍ୟରେ ୧୭୧ ଟଙ୍କା ହ୍ରାସ ପାଇବା ଗ୍ରାହକଙ୍କ ପାଇଁ ଏକ ବଡ ଆଶ୍ବସ୍ତିକର ଖବର ନିଶ୍ଚିତ ।
ଆଜି ଅର୍ଥାତ ଏପ୍ରିଲ ୧ ତାରିଖରୁ ୧୯ କିଲୋ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ ୧୭୧ ଟଙ୍କା ୫୦ ପଇସା ଶସ୍ତା ହୋଇଛି । ମାସର ପ୍ରଥମ ଦିନରେ ଇନ୍ଧନ ଦରରେ ହ୍ରାସ ହୋଇଛି ଯାହା ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି । ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର କମିଥିଲେ ମଧ୍ୟ ଘରୋଇ ରନ୍ଧନ କାର୍ଯ୍ୟରେ ବ୍ୟବହୃତ ୧୪.୨ କେଜି ବିଶିଷ୍ଟ ଏଲପିଜି ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି । ରିପୋର୍ଟ ଅନୁସାରେ, ୧୯ କିଜେ ବିଶିଷ୍ଟ ସିଲିଣ୍ଡରର ମୂଲ୍ୟ ୧୭୧ ଟଙ୍କା ୫୦ ପଇସା ହ୍ରାସ ପାଇ ୧ ହଜାର ୮୫୬ ଟଙ୍କା ୫୦ ପଇସାରେ ପହଞ୍ଚିଛି । ଏହା ପୂର୍ବରୁ ୧୯ କେଜି ବିଶିଷ୍ଟ ଏଲପିଜି ସିଲିଣ୍ଡର ଦର ପାଖାପାଖି ୨ହଜାର ୨୮ଟଙ୍କା ରହିଥିଲା ।
ଏହା ମଧ୍ୟ ପଢନ୍ତୁ: ଦେଶର ପ୍ରଥମ, ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ