ଓଡିଶା

odisha

ETV Bharat / business

କାହିଁକି ମହଙ୍ଗା ତେଲ ? କିଏ ସ୍ଥିର କରେ ପ୍ରତିଦିନ ଦାମ ... - ପେଟ୍ରୋଲ ଦାମ

ତେଲ ବୃଦ୍ଧିର କାରଣ କଣ ? କିଏ ଓ କେତେବେଳେ ସ୍ଥିର କରେ ଦର ? ଏଥିସହ ଜାଣନ୍ତୁ 17 ଦିନର ତେଲ ବୃଦ୍ଧି ଚିଠା..

Fuel Rates Hike For 17th Day
କାହିଁକି ମହଙ୍ଗା ତେଲ ? କିଏ ସ୍ଥିର କରେ ପ୍ରତିଦିନ ଦାମ ...

By

Published : Jun 23, 2020, 4:40 PM IST

ନୂଆଦିଲ୍ଲୀ: ଲକଡାଉନ ପରେ ଯେପରି ତେଲ ଦର ବୃଦ୍ଧି ଥମିବା ନା ଧରିନି । ଦିନକୁ ଦିନ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦାମ । କ୍ରମାଗତ 17 ଦିନର ବୃଦ୍ଧିରେ ପେଟ୍ରୋଲ ଲିଟର ପିଛା 8.30 ଟଙ୍କା ଓ ଡିଜେଲ ଲିଟର 10 ଟଙ୍କା ବୃଦ୍ଧି ହୋଇଛି । ତେବେ ଏହି ତେଲ ବୃଦ୍ଧିର କାରଣ କଣ ? କିଏ ଓ କେତେବେଳେ ସ୍ଥିର କରେ ଦର ? ଏଥିସହ ଜାଣନ୍ତୁ 17 ଦିନର ତେଲ ବୃଦ୍ଧି ଚିଠା..

ତେଲ ଦାମ ବୃଦ୍ଧି ତାଲିକା

ଲକଡାଉନ ପରେ ଲଗାତାର 17 ଦିନ ବଢିଛି ଦାମ

କୋରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପି ଲକଡାଉନ ଜାରି ହୋଇଥିଲା । ଆଉ ଏଥି ମଧ୍ୟରେ 82 ଦିନ ପର୍ଯ୍ୟନ୍ତ ତେଲ କମ୍ପାନୀମାନେ ପେଟ୍ରୋଲ ଓ ଡିଜେଲ ଦାମରେ କୌଣସି ପରିବର୍ତ୍ତନ କରିନଥିଲେ । ଏହା ପରେ ଜୁନ 7 ରୁ ଦାମରେ ବୃଦ୍ଧି ଆରମ୍ଭ ହେଲା । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ମୁତାବକ ଘରୋଇ ବଜାରରେ କ୍ରମାଗତ 17 ଦିନ ଧରି ବଢିଚାଲିଛି ତେଲ ଦାମ ।

ଆଜିର ତେଲ ଦାମ

ପ୍ରତି ଦିନ 6 ଟାରେ ନିର୍ଦ୍ଧାରଣ ହୁଏ ତେଲ ଦାମ

ପ୍ରକାଶ ଯେ, ପ୍ରତିଦିନ ସକାଳ 6 ଟା ରେ ପେଟ୍ରୋଲ ଓ ଡିଜେଲ ଦାମରେ ପରିବର୍ତ୍ତନ ନେଇ ଧାର୍ଯ୍ୟ କରାଯାଏ । ସକାଳ 6 ଟାରେ ନୂଆ ଦାମ ଲାଗୁ ହୋଇଯାଇଥାଏ ।

କିପରି ନିର୍ଦ୍ଧାରଣ ହୁଏ ତେଲ ଦାମ

ବିଦେଶୀ ମୁଦ୍ରା ଦର ସହ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ କେତେ ରହିଛି , ଏହି ଆଧାରରେ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦାମରେ ପରିବର୍ତ୍ତନ ହୁଏ । ଏହି ସବୁ ମାନଦଣ୍ଡ ସହ ତେଲ କମ୍ପାନୀଗୁଡିକ ପେଟ୍ରୋଲ ଓ ଡିଜେଲ ଦାମ ସ୍ଥିର କରନ୍ତି ।

2017 ମେ ମାସରୁ ପେଟ୍ରୋଲ ଓ ଡିଜେଲ ଦାମରେ ଦୈନିକ ବୃଦ୍ଧିର ଆରମ୍ଭ ହେଲା

କମ୍ପାନୀଗୁଡିକ ମେ ମାସ 2017 ରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଦୈନିକ ପରିବର୍ତ୍ତନ ଆରମ୍ଭ କରିଥିଲେ । ତଥ୍ୟ ଅନୁଯାୟୀ, ପୂର୍ବରୁ ପାକ୍ଷିକ ହିସାବରେ ତେଲ ଦାମ ଲିଟର ପିଛା ସର୍ବାଧିକ 4ରୁ 5 ଟଙ୍କା ବୃଦ୍ଧି ହୋଇଛି । କିନ୍ତୁ ଏଥର ପେଟ୍ରୋଲର ମୂଲ୍ୟ 8.30 ଟଙ୍କା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା 9.46 ଟଙ୍କା ବୃଦ୍ଧି ପାଇଛି।

ଏସଏମଏସ କରି ଜାଣନ୍ତୁ ନିଜ ସହରରେ ପେଟ୍ରୋଲ ଓ ଡିଜେଲ ଦାମ

ଆପଣ ନିଜ ସହରରେ ପେଟ୍ରୋଲ ଓ ଡିଜେଲ ଦାମ ଜାଣିବାକୁ ଚାହୁଁଥିଲେ , ଏସଏମଏସ ଜରିଆରେ ଚେକ କରିପାରିବେ । ଇଣ୍ଡିଆନ ଅଏଲ ଉପଭୋକ୍ତା RSP<ଡିଲର କୋଡ> ଲେଖି 9224992249 ନମ୍ବରରେ ଏବଂ ଏଚପିସିଏଲ ର ଉପଭୋକ୍ତା HPPRICE <ଡିଲର କୋଡ> ଲେଖି 9222201122 ନମ୍ବରରେ ପଠାଇପାରିବେ । ବିପିସିଏଲ ଉପଭୋକ୍ତା RSP<ଡିଲର କୋଡ> ଲେଖି 9223112222 ନମ୍ବରରେ ପଠାଇପାରିବେ । କିମ୍ବା ଆପଣ ଆଇଓସିର ୱେବସାଇଟ (https://www.iocl.com/Products/PetrolDieselPrices.aspx) ରେ ଯାଇ ନିଜ ସହରରେ ପେଟ୍ରୋଲ ଓ ଡିଜେଲ ଦାମ ଦେଖିପାରିବେ ।

ABOUT THE AUTHOR

...view details