ଓଡିଶା

odisha

ETV Bharat / business

ମାର୍ଚ୍ଚରେ ହୋଲସେଲ ମୁଦ୍ରାସ୍ପୀତି 1 ପ୍ରତିଶତକୁ ହ୍ରାସ

ଲକଡାଉନ ମଧ୍ୟରେ ବଜାରରେ ଉଭେଇଲାଣି ଅବସ୍ପୀତିର ସଙ୍କଟ । ପ୍ରବଳ ଦରଦାମ ହ୍ରାସ ମଧ୍ୟରେ ହୋଲସେଲ ମୁଦ୍ରାସ୍ପୀତି ଦର 1 ପ୍ରତିଶତକୁ ହ୍ରାସ ପାଇଛି । ଅଧିକ ପଢନ୍ତୁ..

Wholesale price inflation cools to 1% in March
ମାର୍ଚ୍ଚରେ ହୋଲସେଲ ମୁଦ୍ରାସ୍ପୀତି 1 ପ୍ରତିଶତକୁ ହ୍ରାସ

By

Published : Apr 15, 2020, 4:17 PM IST

ନୂଆଦିଲ୍ଲୀ: ଫେବୃଆରୀ ତୁଳନାରେ ମାର୍ଚ୍ଚରେ ପ୍ରବଳ ଖସିଛି ପାଇକାରୀ (ହୋଲସେଲ) ମୁଦ୍ରାସ୍ପୀତ ଦର (ଡବ୍ଲୁପିଆଇ) । ମାର୍ଚ୍ଚରେ ହୋଲସେଲ ମୁଦ୍ରାସ୍ପୀତି କମି 1 ପ୍ରତିଶତରେ ପହଞ୍ଚିଛି । କୋରୋନା ମାଡରେ ଖାଦ୍ୟ ସାମଗ୍ରୀ ଦର ପ୍ରବଳ ହ୍ରାସ ଓ ଚାହିଦା କମିଥିବାକୁ ଏଭଳି ହ୍ରାସ ଦେଖାଦେଇଛି ।

ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟ ମୁତାବକ, ଖାଦ୍ୟ ମୁଦ୍ରାସ୍ପୀତି ମାର୍ଚ୍ଚରେ ହ୍ରାସ ପାଇ 4.91 ପ୍ରତିଶତ ରହିଛି । ଯେତେବେଳେ କି ଗତ ମାସରେ ଏହା 7.79 ପ୍ରତିଶତ ଥିଲା । କୋରୋନା ଭାଇରସ ମହାମାରୀ ମଧ୍ୟରେ ମାର୍ଚ୍ଚ 25ରୁ ଦେଶବ୍ୟାପି ଲକଡାଉନ ଜାରି ରହିଛି । ଏହାର ପ୍ରଭାବରେ ବଜାରରେ ସନ୍ତୁଳନ ବିଗିଡିବାରେ ଲାଗିଛି ।

ମାର୍ଚ୍ଚରେ ପନିପରିବା ମୁଦ୍ରାସ୍ପୀତି ହ୍ରାସ ପାଇ 11.90 ପ୍ରତିଶତ ଅଛି । ଯାହାକି ଫେବୃଆରୀରେ 29.97 ପ୍ରତିଶତ ଥିଲା । ତେବେ ପିଆଜ ଦାମ ଏଥିମଧ୍ୟରେ ଅଧିକ ରହିଛି । ସେହିଭଳି ଇନ୍ଧନ ଓ ବିଦ୍ୟୁତ ଉତ୍ପାଦରେ 1.76 ପ୍ରତିଶତର ଅବସ୍ପୀତି ଦେଖିବାକୁ ମିଳିଛି । ଯେତେବେଳେ କି ବିନିର୍ମାଣ ବସ୍ତୁ ଦାମରେ 0.34 ପ୍ରତିଶତ ହାରରେ ବୃଦ୍ଧି ହୋଇଛି ।

ପିଟିଆଇ

ABOUT THE AUTHOR

...view details