ହାଇଦ୍ରାବାଦ: 'ସ୍ବାସ୍ଥ୍ୟ ହିଁ ସମ୍ପଦ' । କିନ୍ତୁ ରୋଗାଗ୍ରସ୍ତ ହେବା ପରେ ଆମେ ଏହି ଉକ୍ତିକୁ ବୁଝିଥାଉ । ଅସୁସ୍ଥ ହେଲେ ଅନେକ ଲୋକେ ଘରୋଇ ହସ୍ପିଟାଲରେ ବିପୁଳ ମାତ୍ରାରେ ଖର୍ଚ୍ଚ କରି ସୁସ୍ଥ ହୋଇଥାନ୍ତି । କିନ୍ତୁ ମଧ୍ୟବିତ୍ତ ବା ଗରିବ ଶ୍ରେଣୀର ଲୋକେ ଅର୍ଥ ସଞ୍ଚୟ ବା କୌଣସି ସ୍ବାସ୍ଥ୍ୟ ବୀମା କରିନଥିଲେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏଥିଲାଗି ସମୟ ଥାଉ ଥାଉ ସ୍ବାସ୍ଥ୍ୟ ବୀମା କରିନେବା ଆବଶ୍ୟକ । ତେବେ ସ୍ବାସ୍ଥ୍ୟ ବୀମା ସମ୍ପର୍କରେ ଚିନ୍ତା କଲେ ଆମକୁ ପ୍ରଥମେ ସର୍ବୋତ୍କୃଷ୍ଟ ସ୍ବାସ୍ଥ୍ୟ ବୀମା ସମ୍ପର୍କରେ ଜାଣିବା ଦରକାର । ଏହାସହିତ କେଉଁ ସ୍ବାସ୍ଥ୍ୟ ବୀମାରୁ ଆମେ କିପରି ଲାଭବାନ ହୋଇପାରିବା ସେ ସମ୍ପର୍କରେ ତଥ୍ୟ ହାସଲ କରିବା ଉଚିତ ।
କୋରୋନା ମହାମାରୀରେ କିଛି ମାତ୍ରାରେ ସୁଧାର ଆସିବା ପରେ ଏବେ ବିଶ୍ବବାସୀଙ୍କ ଚିନ୍ତାର କାରଣ ପାଲଟିଛି ନୂଆ ଭାଇରସ ଓମିକ୍ରନ । ସ୍ଥିତି ବିଗିଡ଼ିବା ପୂର୍ବରୁ ଆମକୁ ଆଗୁଆ ସାବଧାନ ହୋଇ ସ୍ବାସ୍ଥ୍ୟ ବୀମା କରାଇନେବା ଦରକାର । ତେବେ ଏଠାରେ କଥା ଆସୁଛି ବର୍ତ୍ତମାନର ସ୍ଥିତି ସହିତ ଭବିଷ୍ୟତର ସ୍ଥିତି ମୁକାବିଲା ପାଇଁ କେଉଁଟି ସର୍ବୋତ୍କୃଷ୍ଟ ସ୍ବାସ୍ଥ୍ୟ ବୀମା(Top-Up policy) । ସର୍ବଦା ବଢୁଥିବା ଚିକିତ୍ସା ଖର୍ଚ୍ଚର ଆର୍ଥିକ ବୋଝକୁ ଏଡାଇବା ପାଇଁ ଏହି ଟପ୍-ଅପ୍ ବୀମାଗୁଡ଼ିକ ସହାୟ ହୋଇଥାଏ ।
ଅଧିକ ଅର୍ଥ ପାଇଁ ଏକ ନୂଆ ପଲିସି ଆପଣେଇବା ଅପେକ୍ଷା ପୁରୁଣା ପଲିସିରେ ଲୋୟର ପ୍ରିମିୟମ ସହିତ ଟପ୍-ଅପ୍ ନୀତି ସାମିଲ ହୋଇପାରିବ । ସମାନ ମୂଲ୍ୟ ସହିତ ଏକ ସମ୍ପୂର୍ଣ୍ଣ ବୀମା ପଲିସି ଗ୍ରହଣ କଲେ ପ୍ରିମିୟମ ମୂଲ୍ୟ 30 ରୁ 40 ପ୍ରତିଶତ ହ୍ରାସ ପାଇବ । ଉଦାହରଣ ସ୍ବରୂପ ଆମେ ୧୦ ଲକ୍ଷ ଟଙ୍କାର ଏକ ଟପ୍-ଅପ୍ ପଲିସି ଗ୍ରହଣ କଲେ । ମନେକର ଏଥିପାଇଁ ବାଧ୍ୟତାମୂଳକ ଛାଡ 5 ଲକ୍ଷ ଟଙ୍କା ସ୍ଥିର କରାଯାଇଛି । ହସ୍ପିଟାଲରେ ୫ ଲକ୍ଷରୁ ଅଧିକ ଖର୍ଚ୍ଚ ହେଲା । ଏହି ଅଧିକ ଅର୍ଥକୁ ଟପ୍-ଅପ୍ ପଲିସି ଭରଣ କରିଥାଏ ।