ନୂଆଦିଲ୍ଲୀ: ଭାରତର ଲାଇଫଲାଇନ ରେଳ ବିଭାଗକୁ କୋରୋନା ମାଡ । ଲକଡାଉନ କାରଣରୁ ବଡ ଧରଣ କ୍ଷତି ସହିଛି ଭାରତୀୟ ରେଳ ବିଭାଗ । ପଶ୍ଚିମ ରେଳବାଇର ରୋଜଗାରରେ 1,784 କୋଟି ଟଙ୍କାର କ୍ଷତି ହୋଇଛି ।
ପଶ୍ଚିମ ରେଳବାଇର ଜନ ସମ୍ପର୍କ ମୁଖ୍ୟ ଅଧିକାରୀ(ସିପିଆରଓ) ସୁମିତ ଠାକୁର ଏନେଇ ସୂଚନା ଦେଇଛନ୍ତି । ଉପାନ୍ତ ଅଞ୍ଚଳ ପାଇଁ ପ୍ରାୟ 263 କୋଟି ଏବଂ ଅଣ-ଉପାନ୍ତ ଅଞ୍ଚଳ ପାଇଁ ପ୍ରାୟ 1,521 କୋଟି ଟଙ୍କାର ହରାଇଛନ୍ତି ।
ସିପିଆରଓ କହିଛନ୍ତି, ମାର୍ଚ୍ଚରୁ ଜୁଲାଇ 16 ପର୍ଯ୍ୟନ୍ତ କରାଯାଇଥିବା ସମସ୍ତ ଟିକେଟ ବୁକିଂ ବାତିଲ କରାଯାଇଥିଲା । 61.15 ଲକ୍ଷ ଯାତ୍ରୀଙ୍କୁ 398.01 କୋଟି ଫେରସ୍ତ କରିଥିବା ନିଶ୍ଚିତ କରିଛି ।